oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଡ୍ର ହେବ କି ୱେଷ୍ଟଇଣ୍ଡିଜ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ? ୧୨ ଘଣ୍ଟା ବ୍ୟାଟିଂ ସହ ୮୧.୩ ଓଭର ଖେଳି ରେକର୍ଡ କଲେ କ୍ରେଗ୍ ବ୍ରେଥୱେଟ

20/03/2022 at 7:34 AM

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଓ ଇଂଲଣ୍ଡ ମଧ୍ୟରେ ବାରବାଡୋସରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ବି ଡ୍ର ଆଡ଼କୁ ଗତି କରୁଛି। ଏହି ମ୍ୟାଚ୍‌ରେ ଇଂଲଣ୍ଡ ନିଜର ପ୍ରଥମ ପାଳିରେ ୫୦୭ ରନ୍ କରି ମ୍ୟାଚ୍ ଘୋଷଣା କରିଥିଲା। ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିବା ୱେଷ୍ଟଇଣ୍ଡିଜ୍ ମଧ୍ୟ ପଡ଼ିଆରେ ଦମ୍ ଦେଖାଇଥିଲା। କ୍ୟାପ୍ଟେନ୍ କ୍ରେଗ ବ୍ରେଥୱେଟ ମାରାଥନ ପାଳି ଦମ୍‌ରେ ଦଳ ୪୧୧ ରନ୍ କରିଥିଲା। ଚତୁର୍ଥ ଦିନର ଖେଳ ଶେଷ ହେବା ପର୍ଯ୍ୟନ୍ତ ଇଂଲଣ୍ଡ ବିନା ୱିକେଟ୍ ହରାଇ ୪୦ ରନ୍ କରିବା ସହିତ ୱେଷ୍ଟ ଇଣ୍ଡିଜ୍‌ ଠାରୁ ୧୩୬ ରନ୍‌ରେ ଆଗୁଆ ରହିଛି। ଦଳ ପକ୍ଷରୁ ଜ୍ୟାକ୍ କ୍ରୋଲି(୨୧) ଓ ଏଲେକ୍ସ ଲିସ୍(୧୮) ରନ୍ କରି ଅପରାଜିତ ରହିଛନ୍ତି।  

ଅନ୍ୟପଟେ ଚତୁର୍ଥଦିନ ୨୮୮ ରନ୍‌ରୁ ଖେଳ ଆରମ୍ଭ କରିଥିଲା ୱେଷ୍ଟଇଣ୍ଡିଜ୍। କ୍ୟାପ୍ଟେନ୍ ବ୍ରେଥୱେଟ ୩୩୭ ବଲ ଖେଳି ୧୨ ଚୋକା ସାହାଯ୍ୟରେ ସେ ୧୦୯ ରନ୍ କରି ବ୍ୟାଟିଂ ଜାରି ରଖିଥିଲେ। ଚତୁର୍ଥଦିନରେ ବ୍ରେଥୱେଟ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ସହିତ ମିଶି ଦଳ ପାଇଁ ରନ୍ ଯୋଡ଼ିଥିଲେ। ଏହାପରେ ଇଂଲଣ୍ଡ ବୋଲର ଜ୍ୟାକ୍‌ ଲିଚ୍ ତାଙ୍କୁ ଆଉଟ୍ କରିଦେଇଥିଲେ। ୧୬୦ ରନ୍‌ର ମାରାଥନ ପାଳିରେ ବ୍ରେଥୱେଟ୍ ୪୮୯ ବଲ୍ ଖେଳିବା ସହିତ ପାଖାପାଖି ୭୧୦ ମିନିଟ୍ ଧରି ବ୍ୟାଟିଂ କରିଥିଲେ।

ବ୍ରେଥ୍‌ୱେଟଙ୍କ ପୂର୍ବରୁ ୨୦୦୪ରେ ୱେଷ୍ଟଇଣ୍ଡିଜ କିମ୍ବଦନ୍ତୀ କ୍ରିକେଟର ବ୍ରାଏନ ଲାରା ଇଂଲଣ୍ଡ ବିପକ୍ଷରେ ୭୭୮ ମିନିଟ୍‌ ବ୍ୟାଟିଂ କରିଥିଲେ। ଏଥିରେ ସେ ୫୮୨ ବଲ୍ ଖେଳି ଅପରାଜିତ ୪୦୦ ରନ୍ କରି ବିଶ୍ୱ ରେକର୍ଡ କରିଥିଲେ। ତାଙ୍କ ପଛକୁ ଏବେ ବ୍ରେଥୱେଟ୍ ୱେଷ୍ଟଇଣ୍ଡିଜ୍ ପାଇଁ ସବୁଠାରୁ ଅଧିକ ବଲ୍‌ ଖେଳିଥିବା ଦ୍ୱିତୀୟ ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି।

ବ୍ରେଥୱେଟ୍ ଆଉଟ ହେବା ପରେ ୱେଷ୍ଟଇଣ୍ଡିଜ୍ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଇଂଲଣ୍ଡ ସାମ୍ନାରେ ଅଧିକ ସମୟ ତିଷ୍ଟି ରହିପାରିଲେ ନାହିଁ। ୪୧୧ ରନ୍‌ରେ ଅଲ୍‌ଆଉଟ ହେବା ପରେ ଇଂଲଣ୍ଡ ଆଉ ମାତ୍ର ୯୬ ରନ୍ ଆଗୁଆ ଥିଲା। ତେବେ ଚତୁର୍ଥଦିନର ଖେଳ ଆରମ୍ଭ କରି ଇଂଲଣ୍ଡ ୧୩୬ ରନ୍ ଆଗୁଆ ହୋଇଯାଇଥିଲା। ହେଲେ ଲାଇଟ୍‌ ସମସ୍ୟା ଯୋଗୁ ଖେଳକୁ ୨ ଓଭରୁ ପୂର୍ବରୁ ବନ୍ଦ କରାଯାଇଥିଲା।

   Related Posts