ବ୍ରଜରାଜନଗର ଭୋଟ୍ ଗଣତି ଜାରି : ଷଷ୍ଠ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ  ଅଳକା ମହାନ୍ତି ଆଗୁଆ

Published By : Prameya-News7 Bureau | June 03, 2022 IST

ଭୁବନେଶ୍ବର ୩।୬: ବ୍ରଜରାଜନଗର ଉପନିର୍ବାଚନ ଭୋଟ୍ ଗଣତି ଜାରି ରହିଛି । ଷଷ୍ଠ ରାଉଣ୍ଡ ଗଣତି ସୁଦ୍ଧା ବିଜେଡିର ଅଳକା ମହାନ୍ତିଙ୍କୁ ୨୯୮୮୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିର ରାଧାରାଣୀ ପଣ୍ଡା ୭୮୧୮ ଖଣ୍ଡ ଭୋଟ୍ ପାଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି । କଂଗ୍ରେସର କିଶୋର ପଟେଲ ୬୦୮୮ ଖଣ୍ଡ ଭୋଟ୍ ମିଳିଛି ।  ଷଷ୍ଠ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ୨୨୨୫୧ ଖଣ୍ଡ ଭୋଟ୍ ରେ ବିଜେପିଠାରୁ ଆଗୁଆ ଅଛନ୍ତି । ଭୋଟ୍ ଗଣତି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

ବ୍ରବରାଜନଗର ଉପନିର୍ବାଚନ ପାଇଁ ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟଠାରେ ଭୋଟ୍ ଗଣତି ଜାରି ରହିଛି । ଭୋଟ୍ ଗଣନା ପାଇଁ ଗୋଟିଏ ରାଉଣ୍ଡରେ ସମୁଦାୟ ୧୪ଟି ଟେବୁଲ ରହିଛି । ବ୍ରଜରାଜନଗର ଉପନିର୍ବାଚନରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ସମୁଦାୟ ୧୧ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି । ବ୍ରଜରାଜନଗର ଉପନିର୍ବାଚନ ଫଳ ପ୍ରକାଶ ପାଇବାକୁ ଥିବାରୁ ସବୁ ମହଲରେ ଉତ୍କଣ୍ଠା ଲାଗି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.