oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୧୧ କୋଭିଡ୍ ପଜିଟିଭ୍
  • ||
  • ଲମତାପୁଟ : କାରରୁ ୮ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
  • ||
  • ଭୁବନେଶ୍ୱର : ବର୍ଷାରେ ଭିଜିବ ଦଶହରା, ୨ରେ ଆସୁଛି ଆଉ ଏକ ଲଘୁଚାପ !
  • ||

ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଜାଣିଶୁଣି ଅପମାନିତ କରିବା ପଡ଼ିଲା ମହଙ୍ଗା, ଚର୍ଚ୍ଚିତ ଫୁଟବଲର୍‌ଙ୍କୁ ୯ ବର୍ଷ ଜେଲ୍‌

11/03/2021 at 8:09 PM

ନୂଆଦିଲ୍ଲୀ, ୧୧/୦୩: ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଜାଣିଶୁଣି ଅପମାନିତ କରିବା ଜଣେ ଚର୍ଚ୍ଚିତ ଫୁଟବଲ୍‌ ଖେଳାଳୀଙ୍କ ମହଙ୍ଗା ସାବ୍ୟସ୍ତ ହୋଇଛି । ଏଥି ପାଇଁ ତାଙ୍କୁ ୯ ବର୍ଷର ଜେଲ୍‌ ଦଣ୍ଡ ଶୁଣା ଯାଇଛି ।

ରିଅଲ୍‌ ମାଦ୍ରିଦ୍‌ ଏବଂ ଏସି ମିଲନ୍‌ ଭଳି ବଡ଼ ବଡ଼ ଫୁଟ୍‌ବଲ୍‌ ଦଳ ପାଇଁ ଖେଳିଥିବା ବ୍ରାଜିଲିଆନ୍‌ ଫୁଟବଲର୍‌ ରବିନହୋ ମିଲନ୍‌ର ଜଣେ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଖାରପ ଏବଂ କଦର୍ଯ୍ୟ ଭାଷାରେ ଗାଳିଗୁଲଜ୍‌ କରିଥିଲେ । ଏହାକୁ ନେଇ ପୀଡ଼ିତା କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏହାର ବିଚାର କରି ମିଲନ୍‌ର ଏକ କୋର୍ଟ ରବିନହୋଙ୍କୁ  ଦୋଷୀ ସାବ୍ୟସ୍ତ କରିବା ସହିତ ୯ ବର୍ଷର କାରାଦଣ୍ଡ ଶୁଣାଇଛନ୍ତି ।

୨୦୧୭ ମସିହାରେ ହୋଇଥିବା ଗଣଦୁଷ୍କର୍ମରେ ରବିନ୍‌ହୋଙ୍କୁ ସପୃକ୍ତି ରହିଥିବା ଜଣାପଡ଼ିଥିଲା । ଏହି ଗଣଦୁଷ୍କର୍ମ ଇଟାଲିର ମିଲନ୍‌ ଅଞ୍ଚଳରେ ରହୁଥିବା ଜଣେ ୨୩ ବର୍ଷୀୟ ମହିଳା ଆଲ୍‌ବାନିଆନ୍‌ଙ୍କ ସହିତ ଘଟିଥିଲା ।

ଏକ ଗଣମାଧ୍ୟମର ରିପୋର୍ଟ ଅନୁସାରେ କୋର୍ଟରେ ଏବେ ଦାଖଲ ହୋଇଥିବା ତଥ୍ୟ ପୂର୍ବରୁ ରବିନ୍‌ହୋ ଦେଇଥିବା ତଥ୍ୟ ମଧ୍ୟରେ କିଛି ମେଳ ଖାଇନଥିଲା । ସେ ଏବଂ ତାଙ୍କର ପ୍ରତିନିଧି ଏ ନେଇ କୋର୍ଟର ପ୍ରୋସେସ୍‌କୁ ବାଟମଣା କରିଥିଲେ । ଏଥିରେ ରବିନ୍‌ହୋଙ୍କ ସହିତ ତାଙ୍କ ବନ୍ଧୁ ରିଚାର୍ଡ ଫାଲ୍କୋ ମଧ୍ୟ ଏଥିରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।

   Related Posts