ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ୮ରୁ ବର୍ଷା ସମ୍ଭାବନା
  • ||
  • ପଦ୍ମପୁର ଉପନିର୍ବାଚନ : ନେତା ବାଛିବେ ଜନତା, ଭୋଟ ଦେବେ ୨ ଲକ୍ଷରୁ ଅଧିକ ଭୋଟର
  • ||

ରାତି ପାହିଲେ ବ୍ରଜରାଜନଗର ଭୋଟ୍ : ବୁଥ୍ ଜଗିବେ କେନ୍ଦ୍ରୀୟ ସୁରକ୍ଷା ବାହିନୀ, ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

30/05/2022 at 4:49 PM

ବ୍ରଜରାଜନଗର, ୩୦|୦୫:  ରାତି ପାହିଲେ ବ୍ରଜରାଜନଗର ଉପନିର୍ବାଚନ ।ଏଥିପାଇଁ ନିର୍ବାଚନ କମିଶନଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛି । ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବାକୁ ପୋଲିସ ଓ ପ୍ରଶାସନ ତତ୍ପରତା ପ୍ରକାଶ କରିଛନ୍ତି । ଏଥର ବୁଥକୁ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଜଗିବେ ବୋଲି ସୂଚନା ମିଳିଛି ।

ମଙ୍ଗଳବାର ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବ୍ରଜରାଜନଗର ଉପନିର୍ବାଚନ ସକାଶେ ଭୋଟ ଗ୍ରହଣ କରାଯିବ।ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି।ପୋଲିଂ ବୁଥରେ ନିର୍ବାଚନ ପରିଚାଳନା ପାଇଁ କର୍ମଚାରୀ ସାଥିରେ ଇଭିଏମ,ଓ ଭିଭିପାଟ୍ ସାଥିରେ ନେଇ  ବୁଥରେ ପହଁଚି ସେମାନଙ୍କ କାର୍ଯ୍ୟ ଆରମ୍ଭ କରିଦେଲେଣି । ରବିବାର ସନ୍ଧ୍ୟାରେ ଝାରସୁଗୁଡା ଇଂଜିନିୟରିଂ ସ୍କୁଲରୁ ପୋଲିଂ ପାର୍ଟି ନିଜ ଗନ୍ତବ୍ୟ ସ୍ଥଳକୁ ବାହାରି ପଡ଼ିଥିଲେ। ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ୨୭୯ ବୁଥରେ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ବୟସ୍କ ଓ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି ପ୍ରଶାସନ । ସୋମବାର ସକାଳୁ ପୋଲିଂ ବୁଥରେ ପହଞ୍ଚି କର୍ମଚାରୀ ମାନେ ନିର୍ବାଚନ ସମ୍ବନ୍ଧୀୟ ଦସ୍ତାବିଜ ପ୍ରସ୍ତୁତ କରିବା ସହ ନିଜ ନିଜ ବୁଥରେ କିପରି ଭୋଟର ସେମାନଙ୍କ ମତକୁ ସୁରୁଖୁରୁରେ ଦେବେ ସେଥିପାଇଁ ସଜାଗ ଥିବା କହିଛନ୍ତି ପୋଲିଂ କର୍ମଚାରୀ ।

ବ୍ରଜରାଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ୨୭୯ଟି ବୁଥରୁ ୨୨ଟି ନୁଆ ବୁଥ କରାଯାଇଛି । ଚଳିତ ନିର୍ବାଚନରେ ୨ ଲକ୍ଷ ୧୪ ହଜାର ୮୭୮ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ  । ଉପନିର୍ବାଚନକୁ ଶାନ୍ତି ଶ୍ରୁଙ୍ଖଳା ସହ ସମାପନ କରିବାକୁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଶେଷ କରିଛି । ୨୭୯ ବୁଥ ମଧ୍ୟରୁ ୬୦ଟି ବୁଥ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇ ଥିଲା ବେଳେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ୫ଟି ପିଙ୍କ୍ ବୁଥ ଓ ୩୦ଟି ଆଦର୍ଶ ବୁଥ କରାଯାଇଛି । ଝାରସୁଗୁଡା ଜିଲ୍ଲାରେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ସବୁ ବୁଥରେ ପାନୀୟ ଜଳ ସହ ଓଆରଏସ ପ୍ୟାକେଟର ବନ୍ଦୋବସ୍ତ କରାଯାଇଛି । କରୋନା କଟକଣା ପାଇଁ ସାନିଟାଇଜର ଓ ମାସ୍କ ବ୍ୟବସ୍ଥା ମଧ୍ୟ କରାଇଛି ପ୍ରଶାସନ । ଏହା ବ୍ୟତୀତ ଛତିଶଗଡ ସୀମାକୁ ସିଲ୍ କରାଯିବା ସହ ଆନ୍ତଃଜିଲ୍ଲା ସୀମାକୁ ସିଲ କରାଯାଇଛି । ଆହୁରି ମଧ୍ୟ ଅବକାରୀ ଚଢଉ କରାଯାଉଥିବା କହିଛନ୍ତି ଜିଲ୍ଲାପାଳ ।

ଅନ୍ୟପକ୍ଷରେ ଭୋଟରଙ୍କୁ ସୁରକ୍ଷା ଯୋଗାଇବା ଓ ନିର୍ବାଚନକୁ ସୂଚାର ରୂପେ ତୁଲାଇବାକୁ ୩ କମ୍ପାନୀ କେନ୍ଦ୍ରୀୟ ସୁରକ୍ଷା ବାହିନୀ ସହ ପ୍ରାୟ ୧ ହଜାର ପୋଲିସ କର୍ମୀଙ୍କୁ ନିୟୋଜିତ କରାଯାଇ ସବୁ ପ୍ରକାର ଅପ୍ରୀତିକର ପରିସ୍ଥିତି ପ୍ରତି ସତର୍କ ନଜର ରଖାଯାଇଥିବା ଏସପି ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ, ନିର୍ବାଚନ ଇତିହାସରେ ବ୍ରଜରାଜନଗରରେ ଦ୍ୱିତୀୟ ଥର ପାଇଁ ଅନୁଷ୍ଠିତ ହେବ ଉପନିର୍ବାଚନ |ଉପନିର୍ବାଚନରେ ବାଜିମାତ୍ କରିବାକୁ ପ୍ରଚାର ସମୟରେ ୩ ପ୍ରମୁଖ ଦଳ ସବୁ ପ୍ରକାର କସରତ କରିଛନ୍ତି । ଏବେ ମଙ୍ଗଳବାର ହେବାକୁ ଥିବା ମତଦାନ ଉପରେ ସମସ୍ତଙ୍କ ନଜର ରହିଛି ।

   Related Posts