ବ୍ରଜରାଜନଗର ଫଇସଲା, ସକାଳ ୮ଟାରୁ ଭୋଟ୍ ଗଣତି

Published By : Prameya-News7 Bureau | June 03, 2022 IST

ବ୍ରଜରାଜନଗର ୦୩/୦୬:  ଶୁକ୍ରବାର ବ୍ରଜରାଜନଗର ଉପନିର୍ବାଚନର ଭୋଟ ଗଣତି। ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହେବ । ଝାରସୁଗୁଡ଼ା ଯାନ୍ତ୍ରିକ ବିଦ୍ୟାଳୟଠାରେ ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭୋଟ ଗଣନା ପାଇଁ ଗୋଟିଏ ରାଉଣ୍ଡରେ ସମୁଦାୟ ୧୪ଟି ଟେବୁଲ ରହିବ ।

ଇଭିଏମ୍‌ଗୁଡ଼ିକ ଷ୍ଟ୍ରଙ୍ଗ ରୁମରୁ ଅଣାଯାଇ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କ ଉପସ୍ଥିତିରେ ଖୋଲାଯାଇ ଗଣତି ହେବ । ସମୁଦାୟ ୨୭୯ଟି ବୁଥ ଥିବାରୁ ମତ ଗଣନା ୨୦ ରାଉଣ୍ଡ ହେବ ବୋଲି ହିସାବ କରାଯାଇଛି । ନିର୍ବାଚନ ଫଳ ପ୍ରକାଶ ପାଇବାକୁ ଥିବାରୁ ସବୁ ମହଲରେ ଉତ୍କଣ୍ଠା ଲାଗି ରହିଛି ।

ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ସମୁଦାୟ ୧୧ ଜଣ ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ମତଦାନ ହାର ଅପେକ୍ଷାକୃତ କମ ଥିବାରୁ ତ୍ରିକୋଣୀୟ ମୁକାବିଲାରେ ବିଜୟ ବ୍ୟବଧାନ କମ୍‌ ରହିବା ଆକଳନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.