ବ୍ରଜରାଜନଗର ଉପ ନିର୍ବାଚନ : ପୋଲିଂ ଅଫିସରଙ୍କ ଅକାଳ ମୃତ୍ୟୁ

Published By : Prameya-News7 Bureau | May 30, 2022 IST

ଝାରସୁଗୁଡା, ୩୦|୦୫: ରାତି ପାହିଲେ ବ୍ରଜରାଜନଗର ଉପନିର୍ବାଚନ । ତେବେ ଏହା ପୂର୍ବରୁ ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ଫଲସାଢ଼ିପା ଗ୍ରାମର ୧୬୯ ବୁଥର ନିର୍ବାଚନ ଦାୟିତ୍ବରେ ଥିବା ପୋଲିଂ ଅଫିସରଙ୍କ ହଠାତ ମୃତ୍ୟୁ ହୋଇଛି l ମୃତ ପୋଲିଂ ଅଫିସର ଜଣକ ଦିଲୀପ କୁମାର ଖଡିଆ ବୋଲି ଜଣାପଡିଛି l

ସେ ବୁଥରେ ସାଥୀ କର୍ମଚାରୀଙ୍କ ସହ ଥିବାବେଳେ ହଠାତ ଅଚେତ ହୋଇ ପଡିଥିଲେ । ପରେ ତାଙ୍କୁ ନିକଟସ୍ଥ ଚିକିତ୍ସାଳୟକୁ ନିଆ ଯାଇଥିଲା l ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ l ତେବେ ଦିଲୀପଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିନାହିଁ ବୋଲି ଝାରସୁଗୁଡା ବିଡ଼ିଓ ପ୍ରସନ୍ନ ପାଣ୍ଡେ ସୂଚନା ଦେଇଛନ୍ତି l ଦିଲ୍ଲୀପଙ୍କର ଘର ଟାଙ୍ଗରପାଳିରେ ହୋଇଥିବା ବେଳେ ସେ ତାଳପାଟିଆ ଠାରେ ଆସିଷ୍ଟାଣ୍ଟ ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.