ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଆଜିଠୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ

Published By : Prameya-News7 Bureau | May 04, 2022 IST

ଭଦ୍ରକ ୦୪।୦୫ : ବ୍ରଜନାଜନଗର ଉପନିର୍ବାଚନ ପାଇଁ ପ୍ରକାଶ ପାଇଁ ବିଜ୍ଞପ୍ତି । ଆଜିଠୁ ଆରମ୍ଭ ହେଲା ନାମାଙ୍କନ ପ୍ରକ୍ରିୟା । ମେ ୧୧ ଯାଏଁ ନାମାଙ୍କନ ପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ମେ ୧୨ରେ ନାମାଙ୍କନ ପତ୍ର ଯାଞ୍ଚ ଏବଂ ୧୭ରେ ପ୍ରତ୍ୟାହାରରେ ଶେଷ ଦିନ । ଏହାପରେ ମେ ୩୧ରେ ବ୍ରଜରାଜନଗରରେ ଭୋଟ ଦାନ୍‌ । ଜୁନ୍‌ ୩ରେ ଗଣତି ଓ ଫଳାଫଳ ।

ତେବେ ନିର୍ବାଚନ କମିଶନ ଉପନିର୍ବାଚନ ତାରିଖ ଘୋଷଣା କରିବା ପରେ ରାଜନୈତିକ ଗତିବିଧି ଜୋର ଧରିଛି । ବ୍ରଜରାଜନଗର ଉପ ନିର୍ବାଚନରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସେପଟେ ନିର୍ବାଚନ ପରିଚାଳନା ଲାଗି ଜିଲ୍ଲା ପ୍ରଶାସନ ବି ପ୍ରସ୍ତୁତି ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, ଡିସେମ୍ବର ୩୦ ରେ ବିଧାୟକ କିଶୋର ମହାନ୍ତିଙ୍କ ଅକାଳ ବିୟୋଗ ପରେ ଖାଲି ପଡ଼ିଛି ବ୍ରଜରାଜନଗର ବିଧାନସଭା ସିଟ୍ । ପୂର୍ବରୁ ୧୯୯୮ରେ ବିଧାୟକ ପ୍ରସନ୍ନ ପଣ୍ଡାଙ୍କ ଦେହାନ୍ତ ପରେ ଉପନିର୍ବାଚନ ଦେଖିଥିବା ବ୍ରଜରାଜନଗର ଲାଗି ଏହା ହେବ ଦ୍ବିତୀୟ ଉପନିର୍ବାଚନ । ବ୍ରଜରାଜନଗରର ୨ଲକ୍ଷ ୧୪ହଜାର ୨୬୧ ଭୋଟର ମଧ୍ୟରୁ ୧ଲକ୍ଷ ୯ ହଜାର ୭୫୪ ପୁରୁଷ ଭୋଟର ଓ ୧ଲକ୍ଷ ୪ ହଜାର ୫୦୯ ସହ ମହିଳା ଭୋଟର ସେମାନଙ୍କ ନୂଆ ବିଧାୟକ ବାଛିବେ । ତେବେ ପ୍ରାର୍ଥୀତ୍ବ ଘୋଷଣା ପରେ ଜମିବ ନିର୍ବାଚନ ପ୍ରଚାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.