Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗିରଫ ହେଲେ କନ୍ନଡ଼ ଅଭିନେତା ଚେତନ କୁମାର, ହିନ୍ଦୁ ଧର୍ମକୁ ନେଇ କରିଥିଲେ ବିବାଦୀୟ ପୋଷ୍ଟ୍‌
  • ||
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ଦେଶରେ ପ୍ରତି ୪ ମିନିଟ୍‌ରେ ବ୍ରେନ୍‌ଷ୍ଟ୍ରୋକ୍ ନେଉଛି ଜଣକ ଜୀବନ, ପ୍ରତିବର୍ଷ ୧.୮୫ ଲକ୍ଷ ଲୋକ ହେଉଛନ୍ତି ଶିକାର

9/03/2023 at 11:03 PM

ନୂଆଦିଲ୍ଲୀ, ୦୯/୦୩: ଦେଶରେ ପ୍ରତି ୪୦ ସେକେଣ୍ଡରେ ଜଣେ ବ୍ୟକ୍ତି ବ୍ରେନ୍‌ଷ୍ଟ୍ରୋକ୍‌ର ଶିକାର ହେଉଛନ୍ତି ଏବଂ ପ୍ରତି ଚାରି ମିନିଟ୍‌ରେ ଜଣେ ବ୍ୟକ୍ତି ଏଥିରେ ପ୍ରାଣ ହରାଉଛନ୍ତି। ଦେଶରେ ହେଉଥିବା ମୃତ୍ୟୁର ଦ୍ବିତୀୟ ସବୁଠୁ ବଡ଼ କାରଣ ହେଉଛି ବ୍ରେନ ଷ୍ଟେ୍ରାକ୍। ଦିଲ୍ଳୀ ଏମ୍ସର ସ୍ନାୟୁ ବିଭାଗ ପ୍ରୋଫେସର ଡା.ଏମ.ଭି.ପଦ୍ମା ଶ୍ରୀବାସ୍ତବ ଏହି ତଥ୍ୟ ରଖିଛନ୍ତି।

ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବ୍ରେନ୍‌ଷ୍ଟ୍ରୋକ୍‌ର ଚିକିତ୍ସା ଏବଂ ଭାରତର ଗରିବ ଅଞ୍ଚଳରେ ଏହାର ଚିକିତ୍ସା ପାଇଁ ସାଧନର ଅଭାବ ଉପରେ ନିଜର ବିଚାର ରଖି ସେ କହିଛନ୍ତି ଯେ ଭାରତରେ ପ୍ରତି ବର୍ଷ ପ୍ରାୟ ୧.୮୫ ହଜାର ବ୍ରେନ୍‌ଷ୍ଟ୍ରୋକ୍‌ ମାମଲା ସାମ୍ନାକୁ ଆସୁଛି। ଏହି ସଂଖ୍ୟା ପ୍ରତି ୪୦ ସେକେଣ୍ଡରେ ଜଣେ ରହିଛନ୍ତି ଏବଂ ଚାରି ମିନିଟ୍‌ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି। ଗ୍ଲୋବାଲ୍‌ ବର୍ଡନ ଅଫ୍ ଡିଜିଜ୍ (ଜିବିଡି) ଅନୁଯାୟୀ, ଭାରତରେ ଷ୍ଟ୍ରୋକ୍‌ର ୬୮.୬% ଘଟଣା ମଧ୍ୟରେ ବ୍ରେନ୍‌ଷ୍ଟ୍ରୋକ୍‌ ଆଶଙ୍କା ଅଧିକ ରହିଛି। ୭୦.୯ ପ୍ରତିଶତ ଷ୍ଟ୍ରୋକ୍‌ରେ ମୃତ୍ୟୁ ହେଉଥିବାବେଳେ, ୭୭.୭ ପ୍ରତିଶତ ଷ୍ଟ୍ରୋକ୍‌ରେ ବିକଳାଙ୍ଗତା ହୋଇଥାଏ।

ଜିବିଡି ୨୦୧୦ ଷ୍ଟ୍ରୋକ୍‌ ପ୍ରୋଜେକ୍ଟ ଅନୁଯାୟୀ, ୫୨ ଲକ୍ଷ ଷ୍ଟ୍ରୋକ୍‌ ୧୦ ବର୍ଷରୁ କମ୍ ବୟସର ପିଲାଙ୍କୁ ହୋଇଥାଏ। ଭାରତରେ ଏହି ବିପଦ ଅଧିକ ଯୁବକ ଏବଂ ମଧ୍ୟମ ବୟସ ବର୍ଗଙ୍କ ଠାରେ ରହିଥାଏ। ଏହି ତଥ୍ୟ ପରେ ବି ଦେଶର ବିଭିନ୍ନ ଦୂରଦୂରାନ୍ତ ଅଞ୍ଚଳରେ ଏହାର ଚିକିତ୍ସା ପର୍ଯ୍ୟାପ୍ତ ସୁବିଧା ନାହିଁ। ବିଶେଷ କରି ସରକାରୀ ହସ୍ପିଟାଲରେ ଷ୍ଟେ୍ରାକ୍ ସେବାରେ ଅନେକ ଅଭାବ ରହିଛି।

ସେହିପରି କାର୍ଯ୍ୟକ୍ରମରେ, ପ୍ରଫେସର ପଦ୍ମା ଶ୍ରୀବାସ୍ତବ କହିଛନ୍ତି ଯେ ଦୂର ଦୂରାନ୍ତ ଅଞ୍ଚଳରେ ଚିକିତ୍ସା ପାଇଁ ଟେଲି ମେଡିସିନ୍ ଆପଣାଇପାରିବା। ଫଳରେ ଏହାଦ୍ବାରା ଦେଶର ଦର୍ଗମ ସ୍ଥାନ ତଥା ଗରିବ କ୍ଷେତ୍ରକୁ ଯୋଡ଼ା ଯାଇପାରିବ। ଏହି ଅବସରରେ ଇନଷ୍ଟିଚ୍ୟୁଟ୍‌ ଅଫ୍ ଆନାସ୍ଥେସିୟୋଲୋଜୀର ଅଧ୍ୟକ୍ଷା ଡା.ଜୟଶ୍ରୀ ସୂଦ କହିଛନ୍ତି ଯେ ମହିଳାଙ୍କ ଠାରେ ଏହି କାମ ଏବଂ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଜରୁରୀ।

   Related Posts