suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପାଣିରେ ମିଳିଲା ମସ୍ତିଷ୍କକୁ ଖାଇଯାଉଥିବା ଆମୋଏବା, ଟେକସାସ୍‌ର ୮ ସହରରେ ଜଳ ଯୋଗାଣ ବନ୍ଦ

27/09/2020 at 1:45 PM

ଟେକସାସ ୨୭/୦୯: ଆମେରିକାର ଟେକସାସର ଦକ୍ଷିଣ-ପୂର୍ବ ଇଲାକରେ ଓ୍ବାଟର ସପ୍ଲାଏରେ ଆମୋଏବା (brain eating amoeba)  ମିଳିବା ପରେ ସେଠାରେ ଲୋକଙ୍କୁ ସତର୍କ କରାଯାଇଛି। ଏ ନେଇ ପ୍ରାୟ ୮ଟି ସହରର ବାସିନ୍ଦାକୁ ସତର୍କ କରାଯାଇଛି। ତେବେ ଏ ଆମୋଏବା ବ୍ରେନ୍ ଅର୍ଥାତ ମସ୍ତିଷ୍କକୁ ଖାଇଥାନ୍ତି। ଟେକସାସ୍‌ ପ୍ରଶାସନ ଚେତାବନୀ ଦେଇ କହିଛି ସମସ୍ତେ ସତର୍କ ରୁହନ୍ତୁ ନ​‌ଚେତ ଏହା ଦ୍ବାରା ଭୟଙ୍କର ବିପର୍ଯ୍ୟୟ ଆସିପାରେ। ଟେକସାସ୍‌ କମିଶନ ପରିବେଶ ଗୁଣବତ୍ତା ଆଧାରରେ ଓ୍ବାଟର ଆଡଭାଇଜରି ଜାରି କରିଛନ୍ତି  ଓ କହିଛନ୍ତି ପାଣିରେ ନାଇଗେଲେରିଆ ଫଓଲେରେ ଅର୍ଥାତ ମସ୍ତିଷ୍କକୁ ଖାଉଥିବା ଆମୋଏବା ରହିଛି। ଏଣୁ ଏହାର ବ୍ୟବହାର ତତ୍କାଳ ବନ୍ଦ କରାଯାଉ।

ତେବେ ଖୁବଶୀଘ୍ର ଏ ସମସ୍ୟା ସମାଧାନ ବ୍ରାଜାସପୋର୍ଟ ଓ୍ବାଟର ଅଥୋରିଟି ମିଶି କରାଯିବ। ସେଣ୍ଟର ଫର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନସନ ଅନୁସାରେ ମସ୍ତିଷ୍କକୁ ଖାଉଥିବା ଏ ଆମୋଏବା ସାଧାରଣତଃ ମାଟି, ଗରମ ପାଣି କୁଣ୍ଡ, ନଦୀ ଓ ଉଷ୍ମ ଝରଣାରେ ମିଳିଥାଏ। ଏପରିକି ସଫା ହେଉ ନ ଥିବା ସୁଇମିଂ ପୁଲରେ ମଧ୍ୟ ଦେଖାଯାଆନ୍ତି। ଇଣ୍ଡଷ୍ଟ୍ରିଆଲ ପ୍ଲାଣ୍ଟରୁ ନିର୍ଗତ ଗରମ ପାଣିରେ ବି ଏହାକୁ ଦେଖିବାକୁ ମିଳେ।

ପାଣିକୁ ବ୍ୟବହାର ନ କରିବା ପାଇଁ ଜ୍ୟାକସନ, ଫ୍ରିପୋର୍ଟ, ଏଙ୍ଗଲଟନ, ବ୍ରାଜୋରିଆ, ରିଚବୁଡ, ଆୟଷ୍ଟରକ୍ରିକ, କ୍ଲୁଟ ଓ ରୋଜନବର୍ଗ ଇଲାକା ପାଇଁ ଜାରି କରାଯାଇଛି। ସେପ୍ଟେମ୍ବର ୮ରୁ ପାଣିରୁ ଆମୋଏବା ବାହାରୁଥିବା ଘଟଣା ଆରମ୍ଭ ହୋଇଥିଲା। ୬ ବର୍ଷର ପିଲା ଆମୋଏବାରେ ସଂକ୍ରମିତ ହୋଇ ହସପିଟାଲରେ ଭର୍ତି ହେବା ପରେ ଏ ଘଟଣା ସାମ୍ନାକୁ ଆସିଲା। ସେପ୍ଟେମ୍ବର ୨୫ରେ ୧୧ଟି ଓ୍ବାଟର ସାମ୍ପଲ ପଜିଟିଭ ଆସିଲା। ଅର୍ଥାତ୍ ପାଣିରେ ଆମୋଏବା ଥିବା ଜଣାପଡ଼ିଲା।

ତେବେ ଆମୋଏବା ସଂକମ୍ରଣର ପରିଣାମ ଖୁବ୍ ସାଂଘାତିକ। ୨୦୦୯ରୁ ୨୦୧୮ ମଧ୍ୟରେ ଏହା ଦ୍ବାରା ୩୪ ଜଣ ଆମେରିକାରେ ସଂକ୍ରମିତ ହୋଇଛନ୍ତି। ସିଡିସି ଅନୁସାରେ ୧୯୬୨ରୁ ୨୦୧୮ ମଧ୍ୟରେ ୧୪୫ ଜଣ ସଂକ୍ରମିତ ହୋଇଥିଲେ ସେଥିରୁ କେବଳ ଚାରି ଜଣ ବଞ୍ଚିଥିଲେ।

   Related Posts