ବିଶ୍ୱରୁ ଯାଇନି କରୋନା, ଡରାଇଲାଣି ନୂଆ ରୋଗ, ଦକ୍ଷିଣ କୋରିଆରେ ଠାବ ହେଲା ‘ବ୍ରେନ୍ ଇଟିଂ ଆମିବା’
27/12/2022 at 3:23 PM

ସିଓଲ ୨୭।୧୨: ଦକ୍ଷିଣ କୋରିଆରେ ‘ନେଗଲେରିୟା ଫାଉଲେରୀ’ ଅର୍ଥାତ ‘ବ୍ରେନ ଇଟିଂ ଆମିବା’ର ପ୍ରଥମ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି। କୋରିଆ ଡିଜିଜ୍ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନ୍ ଏଜେନ୍ସୀ (କେଡିସିପିଏ) ଏହା ପୁଷ୍ଟି କରିଥିବା ବେଳେ ସଂକ୍ରମିତ କୋରିଆ ନାଗରିକଙ୍କ ମୃତ୍ୟୁ ହୋଇଛି। ନାଗରିକ ଥାଇଲ୍ୟାଣ୍ଡ ଯାଇଥିଲେ, ସେଠାରୁ ଫେରିବା ପରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଛି। ମୃତକ ନେଗଲେରିୟା ଫାଉଲେରୀରେ ସଂକ୍ରମିତ ଥିଲେ।
ନେଗଲେରିୟା ଫାଉଲେରୀ ବା ବ୍ରେନ୍ ଇଟିଂ ଆମିବା ଏକ ଏପରି ଆମିବା ଯାହା ମାନବର ମସ୍ତିଷ୍କକୁ ନଷ୍ଟ କରିଦିଏ। ଦକ୍ଷିଣ-ପୂର୍ବ ଏସିୟ ଦେଶରେ ୪ ମାସ ରହିବା ପରେ ୫୦ବର୍ଷ ବୟସ୍କ ବ୍ୟକ୍ତି ଡିସେମ୍ବର ୧୦ ତାରିଖରେ କୋରିଆ ଫେରିଥିଲେ। ଦିନକ ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ହେଉଥିବା ବେଳେ ଗତ ମଙ୍ଗଳବାର ପ୍ରାଣ ହରାଇଛନ୍ତି। କୋରିଆରେ ଏପରି ବେମାରୀର ଏହା ପ୍ରଥମ ମାମଲା।

୧୯୩୭ ମସିହାରେ ବ୍ରେନ ଇଟିଂ ଆମିବାକୁ ଆମେରିକାରେ ଚିହ୍ନଟ କରାଯାଇଥିଲା। ନେଗଲେରିୟା ଫଉଲେରିଆ ଏକ ଆମିବା ଅଟେ ଯାହା ସାରା ଦୁନିଆରେ ସାଧାରଣତଃ ଯାହା ଗରମ ମିଠା ପାଣିର ହ୍ରଦ, ନଦୀ, କେନାଲ ଓ ପୋଖରୀରେ ଥାନ୍ତି। ଆମିବା ନାକବାଟରେ ନିଶ୍ୱାସରେ ଯାଇ ମସ୍ତିସ୍କରେ ପହଞ୍ଚିଥାଏ। ତେବେ ନେଗଲେରିୟା ଫାଉଲେରୀ ମଣିଷଠୁ ମଣିଷକୁ ସଂକ୍ରମଣର ଏପର୍ଯ୍ୟନ୍ତ କୌଣସି ଉଦାହରଣ ନାହିଁ। ତେବେ ସ୍ଥାନୀୟ ଲୋକଙ୍କୁ ସେଭଳି ସ୍ଥାନକୁ ଯିବା ଉଚିତ ନୁହେଁ ଯେଉଁଠି ଏହି ଆମିବା ଯୋଗୁ ରୋଗ ବ୍ୟାପୁଛି।
୨୦୧୮ ମସିହା ସୁଦ୍ଧା ଭାରତ, ଆମେରିକା ଓ ଥାଇଲ୍ୟାଣ୍ଡ ସମେତ ବିଶ୍ୱର ବିଭିନ୍ନ ଦେଶରେ ଏହିପରି ୩୮୧ଟି ମାମଲା ରକେର୍ଡ ହୋଇଥିଲା। ତେବେ ୨୦୧୮ ମସିହାରେ ପରେ ଆମିବା ସଂକ୍ରମଣ ନେଇ ଅଭିଯୋଗ ମିଳିନଥିବା ବେଳେ କୋରିୟ ନାଗରିକ ଏଥିରେ ସଂକ୍ରମିତ ହେବା ସହ ପ୍ରାଣ ହରାଇଛନ୍ତି।