ଅଙ୍ଗ ଦାନ କରି ୮ଜଣଙ୍କ ଜୀବନ ବଞ୍ଚାଇଲେ ବ୍ରେନ୍ ଡେଡ୍ ବ୍ୟକ୍ତି

Published By : Prameya-News7 Bureau | July 20, 2020 IST

ଏରନାକୁଲମ୍ ୨୦।୭: କେରଳର ବ୍ରେନ୍ ଡେଡ୍ ବ୍ୟକ୍ତି ବଞ୍ଚାଇଲେ ୮ ଜଣଙ୍କ ଜୀବନ । ଏହା କେରଳର ପ୍ରଥମ ଘଟଣା ହୋଇଥିବା ବେଳେ ଦେଶରେ ମଧ୍ୟ ପ୍ରଥମ ଘଟଣା । ଜଣଙ୍କ ଶରୀରର ବିଭିନ୍ନ ଅଙ୍ଗ ୮ ଜଣ ବ୍ୟକ୍ତିଙ୍କୁ ଦାନ କରାଯାଇଛି ।

ଏରନାକୁଲମ୍ ଜିଲ୍ଲାର ଉତ୍ତର ପ୍ରଭୋରର ୩୯ ବର୍ଷର କେଲଭିନ ଆନନ୍ଦ ନିକଟରେ ଏକ ସଡକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ତାଙ୍କ ମସ୍ତିଷ୍କରେ ରକ୍ତସ୍ରାବ ହୋଇଥିଲା । ସେ କୋଚିର ଅମୃତା ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଚିକିତ୍ସିତ ହେଉଥିଲେ । ଯେଉଁଠାରେ ଶନିବାର ତାଙ୍କୁ ବ୍ରେନ୍ ଡେଡ୍ ଘୋଷଣା କରାଯାଇଥିଲା ।

କେଲଭିନଙ୍କ ଇଚ୍ଛା ଅନୁଯାୟୀ, ବାପା-ମା ଭି ଆର ଆନନ୍ଦ ଏବଂ ମାରଗ୍ରେଟଙ୍କ ସମେତ ତାଙ୍କ ସମ୍ପର୍କୀୟମାନେ କେରଳ ସରକାରଙ୍କ ଅଙ୍ଗ ଦାନ କାର୍ଯ୍ୟକ୍ରମ 'ମିତ୍ରସାନଜୀବାନୀ' ମାଧ୍ୟମରେ ଅଙ୍ଗ ଦାନ ପାଇଁ ସମ୍ମତି ପ୍ରଦାନ କରିଥିଲେ ।

AIMS ର ଜଣେ ରୋଗୀଙ୍କୁ କେଲଭିନଙ୍କ ଦୁଇ ହାତ ଦାନ କରାଯାଇଥିଲା । ତାଙ୍କ ହୃଦୟ, କ୍ଷୁଦ୍ର ଅନ୍ତନଳୀ, ଯକୃତ ଏବଂ କର୍ଣ୍ଣିଆ AIMSର ପାଞ୍ଚ ଜଣ ରୋଗୀଙ୍କୁ ଦାନ କରାଯାଇଥିବାବେଳେ ତାଙ୍କ କିଡନୀ କୋଚିର ଲୋର୍ଡସ୍ ହସ୍ପିଟାଲ ଏବଂ କୋଜିକୋଡେ ସରକାରୀ ମେଡିକାଲ୍ କଲେଜ ହସ୍ପିଟାଲରେ ଦୁଇ ରୋଗୀଙ୍କୁ ଦାନ କରାଯାଇଥିଲା।

ମିତ୍ରଥାନଜୀଭାନୀ ରାଜ୍ୟ ନୋଡାଲ ଅଧିକାରୀ ଡକ୍ଟର ନୋବେଲ ଗ୍ରେସିସି ଡିଏଚଙ୍କୁ କହିଛନ୍ତି ଯେ, ଏହା ପୂର୍ବରୁ କେରଳର ୬ଜଣଙ୍କୁ ଜଣେ ରୋଗୀଙ୍କ ଅଙ୍ଗ ଦାନ କରାଯିବାର ଏକ ଉଦାହରଣ ରହିଛି । କିନ୍ତୁ ଦେଶରେ ପ୍ରଥମ ଥର ପାଇଁ ଜଣେ ବ୍ୟକ୍ତିଙ୍କ ଅଙ୍ଗ ଆଠ ଜଣଙ୍କୁ ଦାନ କରାଯାଇଥିଲା।

ଗତ କିଛି ମାସ ମଧ୍ୟରେ ୬ ଜଣଙ୍କର ଅଙ୍ଗ ଦାନ କରାଯାଇଥିଲା। ପ୍ରକ୍ରିୟା ତ୍ବରାନ୍ବିତ କରିବାରେ ସ୍ବାସ୍ଥ୍ୟମନ୍ତ୍ରୀ କେ କେ ଶିଲାଜା ପଦକ୍ଷେପ ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.