‘ପଠାଣ ଘରେ ବ୍ରାହ୍ମଣ ଜନ୍ମ ହୋଇଗଲା’, ଇରଫାନଙ୍କ ଘର ଲୋକେ ତାଙ୍କ ବିଷୟରେ ଏମିତି କାହିଁକି କହୁଥିଲେ ?

Published By : Prameya-News7 Bureau | April 29, 2020 IST

ନୂଆଦିଲ୍ଲୀ ୨୯।୦୪: ବଲିଉଡ ଅଭିନେତା ଇରଫାନ ଇଣ୍ଡିଆ ଟିଭିର ଶୋ ‘ଆପ କି ଅଦାଲତ’ରେ ଥରେ କହିଥିଲେ ଯେ, ତାଙ୍କ ଘର ଲୋକ ତାଙ୍କୁ କହୁଥିଲେ ପଠାଣ ଘରେ ବ୍ରାହ୍ମଣ ଜନ୍ମ ହୋଇଗଲା। ଉକ୍ତ ସୋରେ ଇରଫାନ ଖାନ କହିଥିଲେ ଯେ, ତାଙ୍କ ପିତା ଶିକାରୀ ଥିଲେ ଏବଂ ଅନେକ ଥର ତାଙ୍କୁ ମଧ୍ୟ ଶିକାରରେ ନେଇ ଯାଉଥିଲେ। ତାଙ୍କୁ ଜଙ୍ଗଲ ଦେଖିବା ଏବଂ ବୁଲିବା ବହୁତ ଭଲ ଲାଗୁଥିଲା।

ମାତ୍ର ଇରଫାନ ଖାନ ପଶୁଙ୍କୁ ମରୁଥିବା ଦେଖିବାକୁ ଚାହୁଁନଥିଲେ। ଇରଫାନ ଖାନ କହିଥିଲେ ଯେ, ଶିକାର ପରେ ଯେବେ ଜୀବଜନ୍ତୁ ମରୁଥିଲେ ତେବେ ତାଙ୍କୁ ବହୁତ ଖରାପ ଲାଗୁଥିଲା। ସେ ଚିନ୍ତା କରୁଥିଲେ ଯେ, ପ୍ରାଣ ହରାଉଥିବା ପଶୁର ମା ଏବଂ ପିଲାଙ୍କ ଅବସ୍ଥା ଏବେ କଣ ହେବ। ଶିକାର ପରେ ଏହି ପରି ପ୍ରଶ୍ନ ତାଙ୍କ ମନରେ ଘୂରି  ବୁଲୁଥିଲା।

ଇରଫାନ ଉକ୍ତ ଶୋରେ କହିଥିଲେ ଯେ, ଥରେ ତାଙ୍କ ପିତା ତାଙ୍କ ଦ୍ଵାର ବନ୍ଧୁକ ଚଳାଇଥିଲେ। ଏଥିରେ ଗୋଟିଏ ପଶୁ ପ୍ରାଣ ହରାଇଥିଲା।  ପଶୁର ମୃତ୍ୟୁ ପରେ ତାଙ୍କ ଉପରେ ଗଭୀର ପ୍ରଭାବ ପକାଇଥିଲା। ଇରଫାନ କହିଛନ୍ତି, ତାଙ୍କ ଘର ଲୋକ ତାଙ୍କୁ କହୁଥିଲେ, ପଠାଣ ଘରେ ବ୍ରାହ୍ମଣ ଜନ୍ମ ହେଇଗଲା।

ଉଲ୍ଲେଖନୀୟ ଇରଫାନ ଖାନ ବୁଧବାର ମୁମ୍ବାଇରେ ପରଲୋକ ଘଟିଛି। ନିଜର ନିଖୁଣ ଏବଂ ଜୀବନ୍ତ ଅଭିନୟ ପାଇଁ ଇରଫାନ କେବଳ ଦେଶ ନୁହେଁ  ବରଂ ବିଦେଶରେ ମଧ୍ୟ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ହଲିଉଡର ଅନେକ ଫିଲ୍ମରେ ମଧ୍ୟ ସେ କାମ କରିଛନ୍ତି। ଇରଫାନଙ୍କ ନିଧନରେ ଫିଲ୍ମ, କ୍ରୀଡା ଏବଂ ରାଜନୈତିକ ଜଗତରେ ଶୋକର ଛାୟା ଖେଳି ଯାଇଛି। ଅନେକ ବଡ ବଡ ହସ୍ତୀ ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିବା ସହିତ ଗଭୀର ଦୁଃଖ ପ୍ରକଟ୍ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.