ବକ୍ସ ଅଫିସର ଦ୍ୱିତୀୟ ଟପ୍ ଓପନିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’, ବିଦେଶରେ କରୁଛି ଜବରଦସ୍ତ କଲେକ୍ସନ୍
11/09/2022 at 8:22 AM

ମୁମ୍ଵାଇ ୧୧।୦୯: ରଣବୀରଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ପ୍ରେକ୍ଷାଳୟରେ ଧମାଲ କରୁଛି । ଘରୋଇ ବକ୍ସ ଅଫିସରେ ଫିଲ୍ମ ବହୁତ ଭଲ କଲେକସନ୍ କରୁଛି। ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ସମୁଦାୟ ୭୫ କୋଟି ସଂଗ୍ରହ କରିଥିଲା। ଯେଉଁଥିରେ କେବଳ ଦେଶରେ ୩୬ କୋଟି ଟଙ୍କା ରୋଜଗାର ହୋଇଥିଲା।
ଏହି ସମୟରେ ଫିଲ୍ମର ବିଦେଶୀ ସଂଗ୍ରହର ଆକଳନ ମଧ୍ୟ ସାମ୍ନାକୁ ଆସିଛି। ଏହି ଫିଲ୍ମ କେବଳ ଭାରତରେ ନୁହେଁ ବିଦେଶରେ ବିପୁଳ ବ୍ୟବସାୟ କରୁଛି। ସର୍ବଶେଷ ଆକଳନ ଅନୁଯାୟୀ ଏହି ଫିଲ୍ମ ଆମେରିକା ଏବଂ କାନାଡାରେ ଦୁଇ ଲକ୍ଷ ଡଲାର ସଂଗ୍ରହ କରିଛି। ଏଥି ସହିତ ମିଡିଲ୍ ଇଷ୍ଟରେ ଏହି ଫିଲ୍ମ ୬.୨୫ ମିଲିୟନ ଡଲାରର ବ୍ୟବସାୟ କରିଛି। ଅଷ୍ଟ୍ରେଲିଆ ବିଷୟରେ କହିବାକୁ ଗଲେ ଏହି ଦେଶରେ ଫିଲ୍ମଟି ୧୦ ହଜାର ଡଲାର ବ୍ୟବସାୟ କରିଛି ।
ଏହା ବ୍ୟତୀତ ବ୍ରିଟେନରେ ୯୦ ହଜାର ଡଲାର, ୟୁରୋପରେ ୧ ଲକ୍ଷ ୫୦ହଜାର ଡଲାର ଏବଂ ଅନ୍ୟ ସ୍ଥାନରେ ୨ ଲକ୍ଷ ୫୦ ହଜାର ଡଲାର ସଂଗ୍ରହ କରାଯାଇଛି । ଆସନ୍ତୁ ଆପଣଙ୍କୁ କହିବା ଯେ ପ୍ରଥମ ଦିନର ଚମତ୍କାର ପ୍ରଦର୍ଶନ ପରେ ହିନ୍ଦୀରେ ଚଳିତ ବର୍ଷର ଦ୍ୱିତୀୟ ବୃହତ୍ତମ ଓପନର୍ ଫିଲ୍ମ ହୋଇପାରିଛି। ଏଥିରୁ ଜଣା ପଡୁଛି ଯେ ଏହା ଖୁବ୍ ଶୀଘ୍ର ୧୦୦ କୋଟି ଅତିକ୍ରମ କରିବ ।ଏହି ଚଳଚ୍ଚିତ୍ରରେ ରଣବୀରଙ୍କ ବ୍ୟତୀତ ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୁନି ରୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।