'ବ୍ରହ୍ମାସ୍ତ୍ର' ପାର୍ଟ-୨: ଦେବ’ ଭୂମିକା ପାଇଁ ଚର୍ଚ୍ଚାରେ ଅଛି ଏହି ତିନୋଟି ନାମ

Published By : Prameya-News7 Bureau | September 14, 2022 IST

ମୁମ୍ଵାଇ ୧୪।୦୯: ଶିବାଙ୍କ କାହାଣୀ ବ୍ରହ୍ମାସ୍ତ୍ରର ପାର୍ଟ -୧ ରେ ଦର୍ଶାଯାଇଛି । ଏହି ଚରିତ୍ରରେ ଶିବା ହୋଇଥିବା ରଣବୀର କପୁରଙ୍କୁ ଅଗ୍ନିଅସ୍ତ୍ରର ପ୍ରତୀକ ଦେଖାଯାଇଥିଲା । ବର୍ତ୍ତମାନ ଏହି ଚଳଚ୍ଚିତ୍ରର ଦ୍ୱିତୀୟ ପାର୍ଟରେ ଦେବଙ୍କ କାହାଣୀ ଦେଖାଯିବ । ଆଜ୍ଞା ହଁ, ଦେବ ଚରିତ୍ର ଏହି ଚଳଚ୍ଚିତ୍ରର ମୁଖ୍ୟ ଚରିତ୍ର ହେବେ। ବର୍ତ୍ତମାନ, ଏହି ଚରିତ୍ରର କାହାଣୀ କେଉଁ ପୌରାଣିକ ତଥ୍ୟ ଉପରେ ଆଧାରିତ ହେବ । ସେ ସମ୍ବନ୍ଧରେ କୌଣସି ସୂଚନା ମିଳିନାହିଁ । ଏହି ବିଷୟରେ ନିର୍ମାତାମାନେ କୌଣସି ଖୁଲାସା କରିନାହାଁନ୍ତି। ତେଣୁ ବର୍ତ୍ତମାନ ସମୟରେ ଫିଲ୍ମକୁ ନେଇ ଅନେକ ଗୁଜବ ଚାଲିଛି । ଏହାର ଦ୍ଵିତୀୟ ପାର୍ଟରେ କେଉଁ ଭେଟେରାନ୍ ଅଭିନେତା ମୁଖ୍ୟ ଭୂମିକାରେ ନଜର ଆସିବେ ତାହାକୁ ନେଇ ଗସିପ୍‌ ଜୋର ଧରିଛି।

ଏହା ପୂର୍ବରୁ ମଧ୍ୟ ଖବର ଆସିଥିଲା ​​ଯେ ବଲିଉଡର ୟଙ୍ଗ ଷ୍ଟାର ତଥା ହ୍ୟାଣ୍ଡସମ୍‌ ହିରୋ ହ୍ରିତିକ୍ ରୋଶନଙ୍କୁ ବ୍ରହ୍ମାସ୍ତ୍ରର ଟାଇଟଲ୍ ପାଇଁ ଆପ୍ରୋଚ କରାଯାଇଛି। କିନ୍ତୁ କୁହାଯାଉଛି କି ବଡ଼ ପ୍ରୋଜେକ୍ଟ ହୋଇଥିବାରୁ ହ୍ରିତିକ ମୁଖ୍ୟ ଭୂମିକାର ଅଫରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ହ୍ରିତିକଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ର ପାଇଁ ଆସିଥିବା ଅନ୍ୟ ବଡ ନାମ ହେଉଛି ବି-ଟାଉନ୍‌ର ଏନରଜେଟିକ୍ ଅଭିନେତା ରଣଭୀର ସିଂ । କିନ୍ତୁ ଏହି ଦୁଇ କଳାକାରଙ୍କ ନାମ ସମ୍ପର୍କରେ ନିର୍ମାତାଙ୍କଠାରୁ କ କୌଣସି ନିଶ୍ଚିତତା ମିଳିନାହିଁ।

ହେଲେ ମୁଖ୍ୟ ଭୂମିକା ପାଇଁ ରଣଭୀର ସିଂଙ୍କ ପରେ ତୃତୀୟ ନାମ ଶୁଣିବା ପରେ ସିନେ ପ୍ରେମୀଙ୍କ ପାଇଁ ଖୁସିର ସୀମା ରହିବ ନାହିଁ । ଦେବଙ୍କ ଚରିତ୍ର ପାଇଁ କାର୍ତ୍ତିକ ଆର୍ଯ୍ୟନ୍ ହେଉଛି ତୃତୀୟ ନାମ। ବଲିଉଡର ଯୁବ ଅଭିନେତା କାର୍ତ୍ତିକ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ନିର୍ମାତା ଏହି ଅପରଙ୍କୁ ତାଙ୍କୁ ଆପ୍ରୋଚ୍‌ କରିଛନ୍ତି କିନ୍ତୁ ଏଥିରେ କୌଣସି ସୂଚନା ମିଳି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.