'ବ୍ରହ୍ମାସ୍ତ୍ର' ପାର୍ଟ-୧କୁ ଲାଗିଲା ୫ ବର୍ଷ, ପାର୍ଟ-୨ ରିଲିଜ୍‌କୁ ନେଇ ଖୁଲାସା କଲେ ଅୟାନ

Published By : Prameya-News7 Bureau | September 15, 2022 IST

ମୁମ୍ଵାଇ ୧୫।୦୯: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ 'ବ୍ରହ୍ମାସ୍ତ୍ର' ବକ୍ସ ଅଫିସରେ ଏକ ବ୍ଲକବଷ୍ଟର ହିଟ୍ ଦେଇଛି। ଦର୍ଶକମାନେ ଫିଲ୍ମର ପାର୍ଟ-୨ ବିଷୟରେ ପ୍ରଶ୍ନ କରିବା ଆରମ୍ଭ କରି ଦେଇଛନ୍ତି। ଫିଲ୍ମର ପାର୍ଟ-୨ରେ ରଣଭୀର ସିଂ ଏବଂ ଦୀପିକା ପାଦୁକୋନ ମୁଖ୍ୟ ଭୂମିକାରେ ନଜର ଆସିଥିବାର ଜଣାପଡିଛି। କିନ୍ତୁ ସବୁଠାରୁ ବଡ ପ୍ରଶ୍ନ ହେଉଛି, ଦର୍ଶକଙ୍କୁ ବ୍ରହ୍ମାସ୍ତ୍ର ପାର୍ଟ-୨ ପାଇଁ କେତେ ସମୟ ଅପେକ୍ଷା କରିବାକୁ ପଡିବ? ଏନେଇ ଏକ ସାକ୍ଷାତକାରରେ ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି।

କହିବାକୁ ଗଲେ ଆୟାନ ମୁଖାର୍ଜୀ ବ୍ରହ୍ମାସ୍ତ୍ର ପାର୍ଟ-୧ କରିବାକୁ ୫ ବର୍ଷ ସମୟ ନେଇଥିଲେ। ନିର୍ମାତା ଲକ୍‌ଡାଉନ୍‌ ଯୋଗୁଁ ଫିଲ୍ମ ପ୍ରସ୍ତୁତ କରିବାକୁ ବହୁତ ସମୟ ନେଇଥିଲେ। ଏହା ବ୍ୟତୀତ VFX ଏବଂ ଅନ୍ୟାନ୍ୟ ଜିନିଷ ଯୋଗୁଁ, ବହୁତ ସମୟ ଲାଗିଛି । କୁହାଯାଇଛି କି ଫିଲ୍ମର ପାର୍ଟ-୨ ପ୍ରାୟ ୨୦୨୫ରେ ମୁକ୍ତିଲାଭ କରିବ। ସେ କହିଛନ୍ତି ଯେ ପ୍ରଥମ ଭାଗ ଶେଷ କରିବାକୁ ବହୁତ ସମୟ ଲାଗିଥିଲା ​​କିନ୍ତୁ ତିନି ବର୍ଷ ମଧ୍ୟରେ ଏହି ଚଳଚ୍ଚିତ୍ର ନିର୍ମାଣ ଏବଂ ରିଲିଜ୍ କରିବା ତାଙ୍କର ଲକ୍ଷ୍ୟ। ତାହା ହେଉଛି ଅୟାନ୍ ଫିଲ୍ମକୁ ଠିକ୍ ସମୟରେ ସମାପ୍ତ କରନ୍ତି, ତେବେ ପାର୍ଟ-୨ ୨୦୨୫ରେ ଦେଖିବାକୁ ମିଳିପାରେ।

କହିରଖୁଛୁ କି ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର 'ବ୍ରହ୍ମାସ୍ତ୍ର'ର ପାର୍ଟ-୧ ବକ୍ସ ଅଫିସରେ ଜବରଦସ୍ତ ପ୍ରତିକ୍ରିୟା ପାଇଥିବାବେଳେ ସମାଲୋଚକମାନେ କହିଛନ୍ତି ଯେ ଫିଲ୍ମର କାହାଣୀରେ ଅଧିକ ଶକ୍ତି ନାହିଁ । କେବଳ ଭଲ VFX ଯୋଗୁଁ ଫିଲ୍ମ ପ୍ରତିକ୍ରିୟା ପାଉଛି ବୋଲି ତାରନ୍ ଆଦର୍ଶ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.