ଏବେ ଆଉ ୭୫ ଟଙ୍କାରେ ଦେଖିପାରିବେ ନାହିଁ ‘ବ୍ରହ୍ମାସ୍ତ୍ର’, ମଲ୍ଟିଫ୍ଲେକ୍ସ ସଂଘ ବଦଳାଇଲା ନିଷ୍ପତ୍ତି
14/09/2022 at 1:08 PM

ମୁମ୍ଵାଇ ୧୪।୦୯: ଚଳିତ ବର୍ଷ ବହୁ ପ୍ରତୀକ୍ଷିତ ଫିଲ୍ମ ବ୍ରହ୍ମାସ୍ତ୍ର। ଚଳଚ୍ଚିତ୍ରଟି ଦର୍ଶକଙ୍କ ମନରେ ଏକ ଭିନ୍ନ ସ୍ଥାନ ସୃଷ୍ଟି କରିଛି। ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (MAI) ଜାତୀୟ ସିନେମା ଦିବସର ତାରିଖକୁ ବଢାଇ ଦେଇଛି। ଏହା ପୂର୍ବରୁ ୧୬ ସେପ୍ଟେମ୍ବରରେ ପାଳନ କରାଯାଉଥିଲା କିନ୍ତୁ ବର୍ତ୍ତମାନ ଏହା ୨୩ ସେପ୍ଟେମ୍ବରକୁ ପାଳନ କରାଯିବ। ଆପଣଙ୍କୁ କହିରଖୁଛୁ ଯେ ଜାତୀୟ ସିନେମା ଦିବସ ଅବସରରେ ସାରା ଦେଶରେ ମାତ୍ର ୭୫ ଟଙ୍କା ଟିକେଟ୍ ଦେଇ ଫିଲ୍ମ ଦେଖିବା ପାଇଁ ଘୋଷଣା କରାଯାଇଛି।
ଆସୋସିଏସନ ଏକ ବିବୃତ୍ତିରେ କହିଛି,କି “ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (MAI) ଏବଂ ଭାରତର ସମସ୍ତ ସିନେମା ହଲ୍ ସମସ୍ତ ସିନେ ପ୍ରେମୀଙ୍କ ପାଇଁ ଗୋଟିଏ ଦିନରେ ଚଳଚ୍ଚିତ୍ର ଦେଖିବା ପାଇଁ ମାତ୍ର ୭୫ ଟଙ୍କା ନେଇ ଜାତୀୟ ସିନେମା ଦିବସ ଘୋଷଣା କରିଛନ୍ତି। ପୂର୍ବରୁ ଏହି ଉତ୍ସବ ଦିବସକୁ ୧୬ ସେପ୍ଟେମ୍ବର ଭାବରେ ସ୍ଥିର କରାଯାଇଥିଲା । ତେବେ ଏହି ଉତ୍ସବରେ ଭାଗ ନେବାକୁ ଅନେକ ହିତାଧିକାରୀଙ୍କ ଅନୁରୋଧ କ୍ରମେ ଏହାର ତାରିଖ ବୃଦ୍ଧି କରାଯାଇଛି। ବର୍ତ୍ତମାନ ୨୩ ସେପ୍ଟେମ୍ବରରେ ଜାତୀୟ ସିନେମା ଦିବସ ଆୟୋଜିତ ହେବ। ବର୍ତ୍ତମାନ MAI ଘୋଷଣା କରିଛି ଜାତୀୟ ସିନେମା ଦିବସ କୁ ସମଗ୍ର ଭାରତରେ ୧୬ ସେପ୍ଟେମ୍ବର ପରିବର୍ତ୍ତିତ ୨୩ ସେପ୍ଟେମ୍ବରରେ ପାଳନ କରାଯିବ।
ସିନେମା ଚାନ୍ସନ୍ PVR, INOX, ସିନେପୋଲିସ୍, କାର୍ନିଭାଲ୍, ସିଟିପ୍ରାଇଡ୍, ଏସୀୟନ, ମୁକ୍ତା,ଏମ୍୨କେ. ଡେଲାଇଟ୍ ସହିତ ୪୦୦୦ରୁ ଅଧିକ ସ୍କ୍ରିନ୍ରେ ଏହି ଉତ୍ସବ ପାଳନ କରିବାକୁ ସାମିଲ୍ ଅଛି ଏକ ବୋଲି ଏକ ବିବୃତ୍ତିରେ କୁହାଯାଇଛି। ଯେଉଁଠାରେ ଚଳଚ୍ଚିତ୍ର ଟିକେଟ୍ ସେପ୍ଟେମ୍ବର ୨୩ରେ ୭୫ ଟଙ୍କାରେ ବିକ୍ରି ହେବ । ତେବେ ୭୫ ଟଙ୍କା ପାଇଁ କେଉଁ ଚଳଚ୍ଚିତ୍ର ଦେଖିବାକୁ ମିଳିବ ତାହା ମଧ୍ୟ ଦର୍ଶାଯାଇଛି । ତା’ବ୍ରହ୍ମାସ୍ତ୍ର ବ୍ୟତୀତ କେଜିଏଫ୍ ପାର୍ଟ-୨, ଆରଆରଆର, ବିକ୍ରମ, ଭୁଲ ଭୁଲେଆଁ -୨ ଏବଂ ଡକ୍ଟର ଷ୍ଟ୍ରେଞ୍ଜ। କହିବାକୁ ଗଲେ ନ୍ୟାସନାଲ୍ ସିନେମାନ ଡେ ସିନେମା ଘରେ ସଫଳତା ଦେଖି ପାଳନା କରାଯାଏ। ଏଥିପାଇଁ ଆସୋସିଏସନ ମଧ୍ୟ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଧନ୍ୟବାଦ ଦେଇଛନ୍ତି।