ବୃଦ୍ଧି ପାଉଛି ‘ବ୍ରହ୍ମାସ୍ତ୍ର’ର ଆଡଭାନ୍ସ ବୁକିଂ, ବମ୍ଫର ଓପନିଂ ହୋଇପାରେ ଏହି ଫିଲ୍ମ
5/09/2022 at 8:34 AM

ମୁମ୍ଵାଇ ୦୫।୦୯: ଚଳିତ ବର୍ଷ ବହୁ ପ୍ରତିକ୍ଷୀତ ଫିଲ୍ମ ବ୍ରହ୍ମାସ୍ତ୍ର । ରଣବୀର କପୁର-ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’କୁ ନେଇ ଦର୍ଶକଙ୍କ ମଧ୍ୟ ବହୁତ ଉତ୍ସାହ ଦେଖିବାକୁ ମିଳୁଛି । ଏହି ଚଳଚ୍ଚିତ୍ରର ଆରମ୍ଭରୁ ବକ୍ସ ଅଫିସରେ ଖୁବ୍ ଭଲ ଟ୍ରେଣ୍ଡ କରୁଛି । ଚଳଚ୍ଚିତ୍ର ପାଇଁ ପ୍ରି- ବୁକିଂ ଦିନକୁ ଦିନ ବୃଦ୍ଧି ପାଉଛି । ‘ବ୍ରହ୍ମାସ୍ତ୍ର’ର ପ୍ରି ବୁକିଂର ପ୍ରତିକ୍ରିୟାକୁ ଦେଖିଲେ, ଲାଗୁଛି କି ପ୍ରଥମ ଦିନରେ ୨୨-୨୫ କୋଟି ଟଙ୍କା ରୋଜଗାର କରି ଏକ ଗ୍ରାଣ୍ଡ ଓପନର୍ ହେବ ବୋଲି ଅନୁମାନ କରାଯାଉଛି।
ଆସନ୍ତା ୯ ସେପ୍ଟେମ୍ଵର ଅର୍ଥାତ୍ ଶୁକ୍ରବାର ଦିନ ‘ବ୍ରହ୍ମାସ୍ତ୍ର’ ରିଲିଜ୍ ହେବ। ବର୍ତ୍ତମାନ ଫିଲ୍ମର ଆଡଭାନ୍ସ ବୁକିଂ ଖୋଲାଯାଇଛି। କହିବାକୁ ଗଲେ ଏହା ସ୍ପଷ୍ଟ ଭାବରେ କୁହାଯାଉଛି କି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଏକ କ୍ରେଜ୍ ଦେଖିବାକୁ ମିଳୁଛି । ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବକ୍ସ ଅଫିସରେ ଆଡଭାନ୍ସ ବୁକିଂ ସହିତ ଭଲ ଓପନିଂ କରିଛି। ଦେଶର ତିନୋଟି ଜାତୀୟ ମଲ୍ଟିପ୍ଲେକ୍ସରେ ରିଲିଜ୍ କରିବାକୁ ଥିବା ଏହି ଫିଲ୍ମ ପାଇଁ ପ୍ରାୟ ୨୫,୦୦୦ ଟିକେଟ୍ ବିକ୍ରି ହୋଇଛି। ଆଉ କେତେକ ସ୍ଥାନରେ ଆଡଭାନ୍ସ ବୁକିଂ ଖୋଲିବା ବାକି ଅଛି । ଏହା ସତ୍ତ୍ୱେ ଫିଲ୍ମ ବିଷୟରେ ସୋସିଆଲ ମିଡିଆରେ ଲଗାତାର ବଏକଟ ଚାଲିଛି।
୯ ସେପ୍ଟେମ୍ବରରେ ‘ବ୍ରହ୍ମାସ୍ତ୍ର’ ରିଲିଜ୍ ହେବ। ଏଥିରେ ରଣବୀର କପୁର, ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୌନି ରୟ ଅଭିନୟ କରିଛନ୍ତି। ଶାହାରୁଖ ଖାନ ଏବଂ ଦୀପିକା ପାଦୁକୋନ ଏହି ଫିଲ୍ମରେ କ୍ୟାମିଓ ଭୂମିକାରେ ଅଭିନୟ କରୁଛନ୍ତି। ଏହା କରଣ ଜୋହରଙ୍କ ଦ୍ୱାରା ନିର୍ମିତ ଏବଂ ଆୟାନ ମୁଖାର୍ଜୀଙ୍କ ଦ୍ୱାରା ନିର୍ଦ୍ଦେଶିତ। ଫିଲ୍ମର ବଜେଟ୍ ପ୍ରାୟ ୪୦୦ କୋଟି ଟଙ୍କା ହେବ ବୋଲି କୁହାଯାଉଛି।