ରଣବୀରଙ୍କ ସହ ରୋମାଣ୍ଟିକ୍‌ ହେଲେ ଆଲିଆ, ଫଟୋ ଭାଇରାଲ୍‌

Published By : Prameya-News7 Bureau | September 18, 2022 IST

ମୁମ୍ଵାଇ ୧୮।୦୯: ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ବର୍ତ୍ତମାନ ବ୍ରହ୍ମାସ୍ତ୍ର ଫିଲ୍ମ ପାଇଁ ଅନେକ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମକୁ ଦର୍ଶକମାନେ ଖୁବ୍‌ ଭଲ ପ୍ରତିକ୍ରିୟା ଦେଉଛନ୍ତି। ଏହି ଫିଲ୍ମର ଭାରତୀୟ ବକ୍ସ ଅଫିସରେ ସଂଗ୍ରହ ପ୍ରାୟ ୨୦୦ କୋଟି ଟଙ୍କା ହୋଇଛି। ଫିଲ୍ମରେ ରଣବୀର-ଆଲିଆଙ୍କ ଯୋଡି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି। ଏହି ସମୟ ମଧ୍ୟ ଆଲିଆ ଏକ ରୋମାଣ୍ଟିକ୍ ଫଟୋ ସେୟାର କରିଛନ୍ତି । ଯାହା ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

wp:html
/wp:html

ସ୍ୱାମୀ ରଣବୀର କପୁରଙ୍କ ସହ ଆଲିଆ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଦୁହେଁ ଦୁହିଁଙ୍କ ଉପରେ ପ୍ରେମ ବର୍ଷା କରୁଛନ୍ତି । ଫଟୋରେ ରଣବୀର-ଆଲିଆଙ୍କର ଆଲିଙ୍ଗନ କରି ନାକ ଉପରେ କିସ୍‌ କରୁଛନ୍ତି । ଏଥିରେ ବହୁତ କମେଣ୍ଟ ଆସୁଥିବାବେଳେ ପ୍ରଶଂସକମାନେ ଫଟୋ ଦେଖି ଖୁସି ହୋଇ ଯାଇଛନ୍ତି।

କହିବାକୁ ଗଲେ ବର୍ତ୍ତମାନ ଆଲିଆ ଭଟ୍ଟ ତାଙ୍କ ଫିଲ୍ମ ବ୍ରହ୍ମାସ୍ତ୍ର ପାଇଂ ଚର୍ଚ୍ଚାରେ ଅଛନ୍ତି । ସେ ଫିଲ୍ମରେ ପ୍ରଥମ ଥର ପାଇଁ ରଣବୀର କପୁରଙ୍କ ବିପକ୍ଷରେ ନଜର ଆସିଛନ୍ତି। ଆଲିଆଙ୍କ ଆଗାମୀ ପ୍ରୋଜେକ୍ଟ 'ରକି ଅର ରାନୀ କି ପ୍ରେମ କାହାନୀ'ରେ ନଜର ଆସିବେ। ଏହି ସମସ୍ତ ପ୍ରୋଜେକ୍ଟ ବ୍ୟତୀତ ଆଲିଆ ଏସ୍ ରାଜାମୌଲିଙ୍କ ଫିଲ୍ମ ସାଇନ୍‌ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.