ରାଜାମୌଲିଙ୍କ ୮୦୦ କୋଟି ପ୍ରୋଜେକ୍ଟ ସାଇନ୍‌ କଲେ ଆଲିଆ, ମହେଶ ବାବୁଙ୍କ ସହ କରିବେ ସ୍କ୍ରିନ୍‌ ସେୟାର

Published By : Prameya-News7 Bureau | September 16, 2022 IST

ମୁମ୍ଵାଇ ୧୬।୦୯: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ- ରଣବୀର କପୁରଙ୍କ ଫିଲ୍ମ ବ୍ରହ୍ମାସ୍ତ୍ର ରିଲିଜ୍‌ ହୋଇ ସାରିଛି ।  ଫିଲ୍ମ ବିଷୟରେ ବର୍ତ୍ତମାନ ଅନେକ ଆଲୋଚନା ହେଉଥିବାବେଳେ ଅଭିନେତ୍ରୀଙ୍କ ଗର୍ଭଧାରଣକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସୋସିଆଲ ମିଡିଆରେ ଆଲିଆ ଭଟ୍ଟଙ୍କ ଫଟୋ ଏବଂ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥି ସହିତ, ପ୍ରଶଂସକମାନେ ମଧ୍ୟ ତାଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବାକୁ ଚାହୁଁଛନ୍ତି। ଏହି ସମୟରେ, ଖବର ଆସିଛି ଯେ ଆଲିଆ ଏସ୍ ରାଜାମୌଲିଙ୍କ ସହ ଏକ ଫିଲ୍ମ ସାଇନ୍‌ କରିଛନ୍ତି। ଯେଉଁଥିରେ ସେ ମହେଶ ବାବୁଙ୍କ ବିପକ୍ଷରେ ନଜର ଆସିବେ।

wp:html /wp:html

ଓଭରସିଜ୍ ସେନ୍ସର ବୋର୍ଡ ସଦସ୍ୟ ଉମେର ସନ୍ଧୁ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ । ଏଭଳି ପରିସ୍ଥିତିରେ ବର୍ତ୍ତମାନ ଉମେର ଆଲିଆଙ୍କ ନୂଆ ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି। ଆଲିଆଙ୍କ ଡେଲିଭରି ପରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ । ଏଥି ସହିତ, ଉମେର ତାଙ୍କ ଟ୍ୱିଟରେ # SSMB29 ଲେଖିଛନ୍ତି, ଯାହା ଫିଲ୍ମର ଟାଇଟଲକୁ ସୂଚିତ କରୁଛି । ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମର ବଜେଟ୍ ହେଉଛି ୮୦୦ କୋଟି ଟଙ୍କା।

କହିବାକୁ ଗଲେ  ଆଲିଆ ଭଟ୍ଟ ତାଙ୍କ ଫିଲ୍ମ ବ୍ରହ୍ମାସ୍ତ୍ରକୁ ନେଇ ଖୁବ୍‌ ଲୋକପ୍ରିୟତା ପାଉଛନ୍ତି। ଫିଲ୍ମରେ ପ୍ରଥମ ଥର ପାଇଁ ରଣବୀର କପୁରଙ୍କ ବିପକ୍ଷରେ ନଜର ଆସିଛନ୍ତି। ଆଗାମୀ ପ୍ରୋଜେକ୍ଟରେ ଆଲିଆ ଭଟ୍ଟ -ରଣଭୀର ସିଂଙ୍କ ସହ ଫିଲ୍ମ 'ରକି ଅର ରାନୀ କି ପ୍ରେମ କାହାନୀ'ରେ ନଜର ଆସିବେ। ଅନ୍ୟପକ୍ଷରେ, ଆଲିଆ, କ୍ୟାଟ୍ରିନା ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ସହ 'ଜି ଲେ ଜାରା'ରେ ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.