Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଶକ୍ତିଶାଳୀ ହେବ ନୌସେନା: ୧୧ ପାଟ୍ରୋଲିଂ ଭାସେଲ ଓ ୬ ମିସାଇଲ୍ ଭାସେଲ କିଣିବାକୁ ୧୯ ହଜାର କୋଟିର ଡିଲ୍‌
  • ||
  • ବୁଲେଟ ଟ୍ରେନ୍ ପ୍ରକଳ୍ପ ପାଇଁ ଭାରତକୁ ୧୮,୭୫୦ କୋଟି ଓଡିଏ ଋଣ ଦେଲା ଜାପାନୀ ସଂସ୍ଥା
  • ||
  • ପ୍ରତିରକ୍ଷା ମନ୍ତ୍ରାଳୟ ଓ ଭାରତ ଇଲେକ୍ଟ୍ରୋନିକ୍ ଲିମିଟେଡ୍ ମଧ୍ୟରେ ୫,୪୯୮ କୋଟିର ଚୁକ୍ତି ସ୍ୱାକ୍ଷରିତ; EW କିଣିବ ଭାରତୀୟ ସଶସ୍ତ୍ର ବଳ
  • ||
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||

ସାତ ଦିନ ଧରି ଧୂଆଁମୟ ପୂରା ସହର, ଅଳିଆ କାରଖାନା ନିଆଁରୁ ବାହାରୁଛି ବିଷାକ୍ତ ଗ୍ୟାସ୍

9/03/2023 at 5:01 PM

ନୂଆଦିଲ୍ଲୀ : କେରଳର ବନ୍ଦର ସହର କୋଚିର ବ୍ରହ୍ମପୁରମରେ ଥିବା ଅଳିଆ କାରଖାନା ଲାଗିଥିବା ନିଆଁ ଆଜି ବି ଆୟତ୍ତ ହୋଇ ପାରି ନାହିଁ । ଜଳୁଥିବା ଅଳିଆରୁ ବିଷାକ୍ତ ଗ୍ୟାସ ନିର୍ଗତ ହେବାରେ ଲାଗିଛି । ଏହି ଧୂଆଁ ଏବେ ଧୀରେ ଧୀରେ ପୂରା ସହର ଏବଂ କାରଖାନାକୁ କବଳିତ କରିଛି । ଶ୍ୱାସକ୍ରିୟାରେ ଲୋକଙ୍କୁ ଅସୁବିଧା ହେବାରେ ଲାଗିଛି । ଧୂଆଁ କାରଣରୁ ଲୋକଙ୍କ ଆଖି ଜଳୁଥିବା ଅଭିଯୋଗ ହୋଇଛି । ସୋସିଆଲ ମିଡିଆରେ ଲୋକେ ଏବେ ଏହାକୁ ନେଇ ଅଭିଯୋଗ କରିଛନ୍ତି ।

କେରଳ ହାଇକୋର୍ଟର ଜଷ୍ଟିସ୍ ଏସଭି ଭଟ୍ଟି ଏବଂ ବସନ୍ତ ବାଲାଜୀ କେରଳ ସରକାର ଏବଂ ପ୍ରଶାସନକୁ କଡ଼ା ଶବ୍ଦରେ ଭର୍ସନା କରିଛନ୍ତି । କହିଛନ୍ତି ଯେ ସହର ଗ୍ୟାସ ଚାମ୍ୱର ହୋଇଯାଇଛି । କୋଚିବାସୀ ଏହି ଚାମ୍ୱରରେ ଫସି ରହିଛନ୍ତି । ଅତିଶୀଘ୍ର ଏହି ନିଆଁକୁ ଲିଭାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହି ସ୍ଥିତି ଏପରି ସମୟରେ ହୋଇଛି, ଯେତେବେଳେ ସହରରେ ଅନ୍ୟ କୌଣସି ଫ୍ୟାକ୍ଟ୍ରି ହିଁ ନାହିଁ । ହାଇଦ୍ରାବାଦ ଏବଂ ସିକନ୍ଦରାବାଦ ପରି ଶିଳ୍ପ ସହରରେ ଏପରି ସ୍ଥିତି ହେଉ ନାହିଁ, ତେବେ ଏଠାରେ ଏପରି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ।

କୋର୍ଟ ଏହା ସହ କୋଚି କର୍ପୋରେସନର ସଚିବ ଏବଂ କେରଳ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ଅଧ୍ୟକ୍ଷଙ୍କୁ ସ୍ଥିତି ଉପରେ ନିୟନ୍ତ୍ରଣ ପାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ମଣିଷର ଭୁଲ ଯୋଗୁଁ ଏହି ନିଆଁ ଲାଗିଛି କି ବୋଲି କୋର୍ଟ ପଚାରିଛନ୍ତି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଦାଖଲ କରାଯାଇଥିବା ଦସ୍ତାବିଜରୁ ଜଣାପଡୁଛି ଯେ ସତ ବାସ୍ତବଠାରୁ ବହୁ ଦୂରରେ ରହିଛି । କୋଚିରେ ଜୁନ୍ ୬ ପୂର୍ବରୁ ଅଳିଆର ସଠିକ୍ ପରିଚାଳନା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ରହ୍ମପୁରମ ଅଳିଆ ପ୍ଲାଣ୍ଟରେ ଲାଗିଥିବା ନିଆଁ ଲିଭା କାର୍ଯ୍ୟରେ ଅଗ୍ନିଶମ ବାହିନୀର ୩୦ ଟ୍ୟାଙ୍କର, ନୌସେନାର ହେଲିକପ୍ଟର୍ସ ଏବଂ ଯବାନ ନିୟୋଜିତ ଅଛନ୍ତି । କିନ୍ତୁ ସ୍ଥିତି ଆୟତ୍ତ ହେଉ ନାହିଁ । ପୂରା ସହରରେ ଧୂଆଁମୟ ହୋଇ ରହିଛି ।

ନିଆଁ ଲାଗିବା ପରେ ସହରରେ ବାୟୁ ଗୁଣବତ୍ତା ସୂଚକାଙ୍କ

ମାର୍ଚ୍ଚ ୨   ୧୦୩ (AQI)

ମାର୍ଚ୍ଚ ୪   ୧୮୬ (AQI)

ମାର୍ଚ୍ଚ ୫   ୧୮୪ (AQI)

ମାର୍ଚ୍ଚ ୬   ୧୪୮ (AQI)

ମାର୍ଚ୍ଚ ୭   ୨୧୫ (AQI)

ମାର୍ଚ୍ଚ ୮ ୧୫୮ (AQI)

   Related Posts