ରୁଜାଙ୍ଗିରେ ପାଣି ସମସ୍ୟା, ବ୍ରହ୍ମପୁର ଜାତୀୟ ରାଜପଥ ରାସ୍ତା ଅବରୋଧ କଲେ ଗ୍ରାମବାସୀ

Published By : Prameya-News7 Bureau | November 30, 2022 IST

ଫୁଲବାଣୀ ୩୦/୧୧ : ପାନୀୟ ଜଳ ସମସ୍ୟା ପାଇଁ ରାସ୍ତା ଅବରୋଧ କଲେ ଅଞ୍ଚଳବାସୀ। ଗରା ମାଠିଆ ବାଲ୍ଟି ରଖି ପ୍ରତିବାଦ କଲେ ରୁଜାଙ୍ଗୀ ବାସିନ୍ଦା। ଏପରି ଏକ ଘଟଣା ବ୍ରହ୍ମପୁରର ଫୁଲବାଣୀ ଜାତୀୟ ରାଜପଥରେ ଦେଖିବାକୁ ମିଳିଛି। ବୁଧବାର ସକାଳେ ରାସ୍ତା ଅବରୋଧ କାରଣରୁ ବ୍ରହ୍ମପୁର, ବାଲିଗୁଡ଼ା, ରାୟଗଡ଼ାକୁ  ଯିବାକୁ ଥିବା ଗାଡ଼ି ମଟର ଯାତାୟତ ବାଧାପ୍ରାପ୍ତ ହୋଇଛି।  

ଖବର ଅନୁସାରେ, ରୁଜାଙ୍ଗିରେ ୩ଟି ନଳକୂପ ଥିଲେ  ମଧ୍ୟ ସବୁ ଅଚଳ ହୋଇ ଯାଇଛି l ସ୍ଥାନୀୟ ବାସିନ୍ଦା ପାନୀୟ ଜଳ ବିଭାଗରେ ନଳକୂପକୁ ସଜାଡ଼ିବା ପାଇଁ ବାରମ୍ବାର ଜଣାଇଲେ ବି କୌଣସି ସୁଫଳ ମିଳିଲାନି। ଫଳରେ ୪ ମାସ ହେଲା ପାନୀୟ ଜଳ ଅଭାବରେ ରୁଜାଙ୍ଗି ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି l ଶେଷରେ ବାଧ୍ୟ ହୋଇ ରାସ୍ତା ଅବରୋଧ କରିବାକୁ ପଡିଲା ବୋଲି ଗ୍ରାମବାସୀମାନେ କହିଛନ୍ତିl

ଏନେଇ ଖବର ପାଇ ପୋଲିସ, ତହସିଲଦାର, ବିଡ଼ିଓ, ଗ୍ରାମୀଣ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ଓ ସରପଞ୍ଚ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରୁଛନ୍ତି। ଅଧିରକାରୀମାନେ ପାନୀୟ ଜଳ ଯୋଗାଇବାର ପ୍ରତଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟି ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା ଗ୍ରାମବାସୀମାନେ ପୂର୍ବରୁ ଜଣାଇଥିଲେ ପାନୀୟଜଳ ସମସ୍ୟା ସମାଧାନ ହୋଇପାରିଥାନ୍ତା ବୋଲି ଏନେଇ ଗ୍ରାମ୍ୟ ଜଳ ଯୋଗାଣ ଅଧିକ୍ଷଣ ଯନ୍ତ୍ରୀଙ୍କ ଯୋଗାଯୋଗ କରିବାରୁ ସେ କହିଛନ୍ତି।ବର୍ତ୍ତମାନ ଖୁବଶୀଘ୍ର ସେମାନଙ୍କ ସମସ୍ୟା ଦୂର ହେବ ବୋଲି ଅଧିକ୍ଷଣ ଯନ୍ତ୍ରୀ ଯନ୍ତ୍ରୀ ବି. କେ. ଦାଶ କହିଛନ୍ତିl

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.