ବ୍ରହ୍ମପୁର କାରାଗାରରେ ମହିଳା ଅନ୍ତେବାସୀ ଓ ସହରରେ କିନ୍ନରମାନେ ପାଳିଲେ ସାବିତ୍ରୀ ବ୍ରତ

Published By : Prameya-News7 Bureau | May 30, 2022 IST

ବ୍ରହ୍ମପୁର ୩୦/୦୫ : ଆଜି ହେଉଛି ପବିତ୍ର ସାବିତ୍ରୀ ବ୍ରତ। ସ୍ୱାମୀଙ୍କ ଦୀର୍ଘାୟୁ ଓ ମଙ୍ଗଳା କାମନା କରି ସ୍ତ୍ରୀମାନେ ଏହି ପୂଜା ପାଳନ କରୁଛନ୍ତି। ବ୍ରହ୍ମପୁର ମଣ୍ଡଳ କାରାଗାରରେ ମହିଳା ଅନ୍ତେବାସୀମାନେ ଏହି ପୃଜା କରି ସ୍ବାମୀଙ୍କ ଦୀର୍ଘାୟୁ ଓ ମଙ୍ଗଳ କାମନା କରିଛନ୍ତି।

ସେହିଭଳି ବ୍ରହ୍ମପୁରରେ କିନ୍ନରମାନେ ମଧ୍ୟ ଏହି ପୂଜା ପାଳନ କରିଛନ୍ତି। ହେଲେ ଏମାନେ ନିଜ ଗୁରୁଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ଏହି ବ୍ରତ ପାଳନ କରିଥିବା କହିଛନ୍ତି। ପୂଜା ଥାଳିରେ ଆମ୍ବ, ନଡ଼ିଆ, କଦଳୀ, ମୁଗ, ଖଜୁରୀ, ପଣସ, ଲିଚୁ ବିଭିନ୍ନ ପୂଜା ସାମଗ୍ରୀ ରଖି ବ୍ରାହ୍ମଣଙ୍କ ମନ୍ତ୍ର, ଶ୍ଳୋକ ଉଚ୍ଚାରଣ କରି ପୂଜା କରିଥିବା କହିଛନ୍ତି। ପୂଜା ପରେ ଗୁରୁଙ୍କୁ ଜୁହାର କରି ପ୍ରସାଦ ସେବନ କରିଥିବା କହିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.