vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଭିଜିଲାନ୍ସ ଜାଲରେ ଥାନା ଏଏସଆଇ ; ୫ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

20/03/2019 at 12:37 PM

ରାଉରକେଲା ୨୦|୩ : ଭିଜିଲାନ୍ସ ଜାଲରେ ରାଉରକେଲା ବ୍ରାହ୍ମଣୀ ତରଙ୍ଗ ଥାନା ଏଏସଆଇ ମଧୁ ପାତ୍ର । ଥାନା ଏଏସଆଇ ସୋନୁ ସାହୁ ନାମକ ଏକ ଯୁବକଠାରୁ ଜଣଙ୍କୁ ଛାଡିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୋନୁ ସାହୁର ଘର ଉଦିତ ନଗର ଥାନା ଶୀତଳପଡ଼ାରେ । ମିଥ୍ୟା ମାମଲାର ଧମକ ଦେଇ ଏଏସଆଇ ତାଙ୍କୁ ଥାନାରେ ଅଟକ ରଖିଥିଲେ । ଛାଡିବା ପାଇଁ ପୋଲିସ ୫ହଜାର ଟଙ୍କା ମାଗିଥିଲା ।

ସୂଚନାଯୋଗ୍ୟ ଯେ, ଧରା ପଡିଥିବା ପୋଲିସ ଏଏସଆଇ ପୂର୍ବରୁ ଉଦିତ ନଗର ଥାନାରେ ଥିଲେ । ଶୀତଳପଡାର ଲାଲୁ ରାମଙ୍କୁ ମିଥ୍ୟା ମାମଲାରେ ଫସାଇବାର ଧମକ ଦେଇଥିଲେ । ଲାଲୁ ରାମ ଜଣେ ସ୍କ୍ରାପ୍ ବ୍ୟବସାୟୀ । ଗତକାଲି ଏଏସଆଇ ଲାଲୁ ରାମଙ୍କ ଘରକୁ ଯାଇ ୩୦ହଜାର ଟଙ୍କା ଦେବା ପାଇଁ ଦାବି କରିଥିଲେ । ମାତ୍ର ସେ ରାଜି ନହେବାରୁ ୫ହଜାର ଟଙ୍କାରେ କଥା ଛିଡି ଥିଲା । ପରେ ସୋନୁ ସାହୁ ଓ ଲାଲୁ ରାମ ସହାୟତା ନେଇଥିଲେ ସମ୍ବଲପୁର ଭିଜିଲାନ୍ସ ଟିମ୍ । ସମ୍ବଲପୁର ଭିଜିଲାନ୍ସ ଓ ରାଉରକେଲା ଭିଜିଲାନ୍ସ ମିଳିତ ଭାବେ ଥାନା ଏଏସଆଇ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲେ ।

   Related Posts