ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ୧୨ ଆହତ

Published By : Prameya-News7 Bureau | January 01, 2023 IST

ବ୍ରହ୍ମଗିରି ୦୧।୦୧ : ନୂଆ ବର୍ଷରେ ରାସ୍ତା ଉପରେ ଅଭିନନ୍ଦନ ବାର୍ତ୍ତା ଲେଖିବାକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ଏହି ସଂଘର୍ଷରେ କଟୁରି ଶାବଳ ଠେଙ୍ଗା ମାଡରେ ମହରାଜପୁର ଗାଁର ପ୍ରାୟ ୧୨ଜଣ ଆହତ ହୋଇଛନ୍ତି। ବ୍ରହ୍ମଗିରି ଥାନା ଅନ୍ତର୍ଗତ କୁସୁବେଣ୍ଟି ପଂଚାୟତରେ ଘଟିଛି ଘଟଣା ।

{"id":727845,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ଡୁମୁଡୁମା ଗାଁ କିଛି ଯୁବକ ମହରାଜପୁର ଗାଁ ଛକରେ ଶନିବାର ରାତିରେ ନୂଆ ବର୍ଷର ବାର୍ତ୍ତା ଲେଖୁଥିଲେ। ଏହାକୁ ମହରାଜପୁର ଗାଁର କିଛି ଯୁବକ ବିରୋଧ କରିଥିଲେ। ଏହି ଘଟଣାକୁ ନେଇ ଦୁଇ ଗାଁର ଯୁବକଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା। ରବିବାର ସକାଳୁ ଉଭୟ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା ।

{"id":727846,"sizeSlug":"full","linkDestination":"none"}

ମହରାଜପୁର ଗାଁର କିଛି ମହିଳା ଏବଂ ପୁରୁଷ ମହରାଜପୁର ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ବ୍ରହ୍ମଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ଉଠିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.