ବ୍ରହ୍ମଗିରି ଡଙ୍ଗା ବୁଡ଼ି ଘଟଣା; ୧୧ ଜଣ ଉଦ୍ଧାର; ୨ ମୃତ

Published By : Prameya-News7 Bureau | September 04, 2022 IST

ବ୍ରହ୍ମଗିରି ୦୪/୦୯: ଚିଲିକାରେ ପୁଣି ଅଘଟଣ। ଡଙ୍ଗା ବୁଡ଼ି କାରଣ ୨ ଜଣଙ୍କର ମୃତ୍ୟୁ ହୋଇଛି। ସେମାନେ ନିଖୋଜ ଥିଲେ। ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗମ୍ଭାରୀ ଗାଁ ପାଖ କାଳିଜାଈ କୁଦାରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ିଯାଇଥିବା ଖବର ମିଳିଛି। ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ଖବର ଅନୁସାରେ, ଆଜି ସନ୍ଧ୍ୟାରେ ଚିଲିକାରେ ଡଙ୍ଗା ବୁଡ଼ିବା ଯୋଗୁଁ ୧୩ ଜଣ ନିଖୋଜ ହୋଇଥିଲେ। ନିଖୋଜଙ୍କ ମଧ୍ୟରୁ ଏବେ ଟୁଆ ଗାଁର ଉଗ୍ରେସନ ଦାସଙ୍କୁ ଉଦ୍ଧାର କରାଯାଇଛି। ଏବେ ସୁଦ୍ଧା ଆଉ ୨ ଜଣ  ନିଖୋଜ ଅଛନ୍ତି। ସୂଚନା ଅନୁସାରେ, କୃଷ୍ଣପ୍ରସାଦ ବ୍ଲକ ଗମ୍ଭାରୀ ଗାଁ ପାଖରୁ ୧୩ ଜଣ ଭୋଜି କରିବାକୁ କାଳିଜାଇ କୁଦାକୁ ଯାଇଥିଲେ। ସେଠାରେ ଭୋଜି ସାରି ଫେରିବା ବେଳେ ହଠାତ ପବନ ବର୍ଷା ହେବାରୁ ଡ଼ଙ୍ଗାଟି ବୁଡିଯାଇଥିଲା। ୧୦ ଜଣଙ୍କୁ ମତ୍ସ୍ୟଜୀବିମାନେ ଉଦ୍ଧାର କରିଥିଲେ। ପରେ ଆଉ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଘଟଣା ସ୍ଥଳରେ ବ୍ରହ୍ମଗିରି ଅଗ୍ନିଶମ ବିଭାଗ ଏବଂ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। କିନ୍ତୁ ୨ ଜଣଙ୍କ ମୃତ ଦେହ ମିଳିଛି। ମୃତକ ୨ ଜଣ ପୁରୀର ବାସିନ୍ଦା ବୋଲି ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.