scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସ୍ନାନଯାତ୍ରା ସାରି ଅଣସରପିଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି, ଏବେ ଗୁପ୍ତନୀତି ସହ ଚେରମୂଳି ଉପଚାର

5/06/2023 at 7:38 AM

ବ୍ରହ୍ମଗିରି ୦୫।୦୬ : ସ୍ନାନଯାତ୍ରା ସାରି ଏବେ ଅଣସରପିଣ୍ଡିରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ସ୍ନାନପୂର୍ଣ୍ଣିମାରେ ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଏବେ ମହାପ୍ରଭୁ ଜ୍ଵର ରେ ପୀଡିତ ଅଛନ୍ତି।

ରବିବାରଠାରୁ ମହାପ୍ରଭୁଙ୍କ ଅଣସର ନୀତି ଆରମ୍ଭ ହୋଇଥିବା ବେଳେ ଏହା ୧୫ ଦିନ ଧରି ଚାଲୁ ରହିବ। ଦଇତାପତିମାନେ ଜ୍ଵରାକ୍ରାନ୍ତ ମହାପ୍ରଭୁଙ୍କୁ ଗୁପ୍ତ ଉପଚାର ଓ ଗୁପ୍ତ ସେବା କରୁଛନ୍ତି। ଏହି ଅଣସର ସମୟରେ ଶ୍ରୀଜୀଉମାନେ ଶ୍ୱେତ ବସ୍ତ୍ର ପରିଧାନ କରିବାର ବିଧି ରହିଥିବା ବେଳେ ତୁଳସୀ ମଧ୍ୟ ଲାଗି କରାଯାଇ ନଥାଏ। ୧୫ ଦିନ ଧରି ମହାପ୍ରଭୁଙ୍କୁ କେବଳ ଧଳା ଫୁଲ ଲାଗି କରାଯାଇଥାଏ।

ଅଣସର ଘରେ ଥିବା ମହାପ୍ରଭୁଙ୍କ ପାଖରେ ଏହି ୧୫ ଦିନ ଚକଟା ଏବଂ ପଣା ଭୋଗ କରାଯାଉଥିବା ବେଳେ ରତ୍ନସିଂହାସନରେ ବିରାଜମାନ ପଟିଦିଅଁଙ୍କୁ ଅନ୍ନ ମହାପ୍ରସାଦ ଭୋଗ କରାଯାଇଥାଏ। ଦଶାବତାର ଠାକୁରଙ୍କ ସମେତ ଶ୍ରୀ ଜଗନ୍ନାଥଙ୍କ ବଦଳରେ ଅନନ୍ତ ନାରାୟଣ, ଶ୍ରୀ ବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ଏବଂ ଦେବୀ ସୁଭଦ୍ରାଙ୍କ ବଦଳରେ ମା ଭୁବନେଶ୍ଵରୀ ପଟିଦିଅଁ ଭାବେ ପୂଜିତ ହେଉଛନ୍ତି। ଏହି ଅଣସର ସମୟରେ ପୁରୀ ଠାରୁ ୨୦ କି.ମି ଦୂରରେ ଥିବା ବ୍ରହ୍ମଗିରି ଠାରେ ବିଷ୍ଣୁ ରୂପି ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି ଭକ୍ତ ।

You Can Read :

   Related Posts