ଉପସ୍ଥାପିତ ହେଲା ଶ୍ରୀଜୀଉଙ୍କ ବ୍ରହ୍ମ ବିଭ୍ରାଟ ରିପୋର୍ଟ, ହେଲେ ହେବନି ସାର୍ବଜନୀନ,ଦୋଷୀ ସେବାୟତଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ
27/09/2018 at 4:56 PM

ପୁରୀ୧୭|୯: ବ୍ରହ୍ମ ବିଭ୍ରାଟ ରିପୋର୍ଟ ସର୍ବ ସାଧାରଣରେ ପ୍ରକାଶ ଯୋଗ୍ୟ ନୁହେଁ । ଏହା ମହାପ୍ରଭୁଙ୍କ ଗୁପ୍ତନୀତି ସମ୍ପର୍କିତ ହୋଇଥିବାରୁ ସାର୍ବଜନୀନ କରିବା ଜରୁରୀ ନୁହେଁ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ବୈଠକରେ ଆଜି ବ୍ରହ୍ମ ବିଭ୍ରାଟ ରିପୋର୍ଟ ଉପସ୍ଥାପିତ ହୋଇଥିଲା ।ବ୍ରହ୍ମ ବିଭ୍ରାଟ ପାଇଁ ୧୦ରୁ ୧୫ଜଣ ସେବାୟତ ଦୋଷୀ ବୋଲି କୁହାଯାଇଛି । ସେମାନଙ୍କ ବିରୋଧରେ ୩ ମାସ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ସ୍ଥିର ହୋଇଛି । ସେହିଭଳି ଆସନ୍ତା ଅକ୍ଟୋବର ପହିଲାରୁ ଆରମ୍ଭ ହେବ ଧାଡି ଦର୍ଶନ ବ୍ୟବସ୍ଥା । ଏଥିପାଇଁ ଶ୍ରୀମନ୍ଦିରର ୧୦୦ ଜଣ କର୍ମଚାରୀଙ୍କୁ ନିୟୋଜନ କରାଯିବ । ଏଥିସହ ପ୍ରଥମେ ଆନନ୍ଦବଜାରର ଅଭଡାର ମୂଲ୍ୟାୟନ ଓ ଅନୁଧ୍ୟାନ କରାଯାଇ ପରେ ରେଟ୍ ଚାଟ୍ ଲଗାଯିବବୋଲି ବୈଠକରେ ସ୍ଥିର ହୋଇଛି ।
Related Posts
ସ୍କୁଲରେ ଭୂତ ଭୟ ! ଦୀର୍ଘ ଦିନ ହେବ ବିଦ୍ୟାଳୟରେ ଝୁଲୁଛି ତାଲା
5 February 2023
ଅଜଣା ଗାଡି ଧକ୍କାରେ ତିନୋଟି ଭାଲୁ ମୃତ
5 February 2023
ପବିତ୍ର ମାଘ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜଉଦ୍ଧାରଣ ବେଶ
5 February 2023
ସିରିଜ୍ ଦୁର୍ଘଟଣା, ତିନୋଟି ବାଇକକୁ ପଛପଟୁ ପିଟିଲା ଟାଟା ଏସି
5 February 2023