ବ୍ରହ୍ମପୁର ପୋଲିସ କବଜାରେ ବଡ଼ ଧରଣର ଚୋର ଗ୍ୟାଙ୍ଗ, ୧୩ ବାଇକ, ୫୮ ମୋବାଇଲ୍ ଜବତ

Published By : Prameya-News7 Bureau | August 11, 2023 IST

ବ୍ରହ୍ମପୁର: ବଡ଼ ଧରଣର ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ବ୍ରହ୍ମପୁର ପୋଲିସ । ଦୀର୍ଘ ଦିନରୁ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଓ ଲାଞ୍ଜିପଲ୍ଲୀ ଫାଣ୍ଡି ଅନ୍ତର୍ଗତ ଅଞ୍ଚଳରୁ ବାଇକ୍ ଓ ମୋବାଇଲ ଲଗାତାର ଲୁଟ୍ ହେଉଥିବା ଅଭିଯୋଗ ହୋଇଥିଲା । ପରେ ବ୍ରହ୍ମପୁର ଏସ.ପିଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଶୁକ୍ରବାର ଚୋର ଗ୍ୟାଙ୍ଗକୁ ଧରିବାରେ ପୋଲିସ ସଫଳ ହୋଇଛି । ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରେ ତିନି ଜଣ ନାବାଳକ ଅଛନ୍ତି ।

ପଢନ୍ତୁ: ଜାଲ୍ ସାର୍ଟିଫିକେଟ୍ ଦେଇ କରିଥିଲେ ଚାକିରି, ହିନ୍ଦୀ ଶିକ୍ଷୟିତ୍ରୀଙ୍କୁ ଗିରଫ କଲା ପୋଲିସ

ଗିରଫ ପରେ ସେମାନଙ୍କଠାରୁ ୧୩ଟି ବାଇକ୍ ଏବଂ ୫୮ଟି ମୋବାଇଲ ଫୋନ ଜବତ କରାଯାଇଛି । ପୂର୍ବରୁ ମଧ୍ୟ ଏହି ଚୋର ଗ୍ୟାଙ୍ଗ ନାଁରେ ବିଭିନ୍ନ ଥାନାରେ ଅନେକ ମାମଲାରେ ଥିବା ଜଣାପଡ଼ିଛି । ଏହି ଗ୍ୟାଙ୍ଗରେ ଆଉ କିଏ କିଏ ଅଛନ୍ତି ସେ ନେଇ ପୋଲିସ ତଦନ୍ତ କରୁଛି । ପ୍ରକୃତ ମାଲିକଙ୍କୁ ଚିହ୍ନଟ କରିବା ସହ କାଗଜପତ୍ର ଯାଞ୍ଚ କରାଯାଇ ଜବତ ବାଇକ୍ ଓ ମୋବାଇଲ ସେମାନଙ୍କୁ ହସ୍ତାନ୍ତର କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।

Also read: ବନ୍ଧାହେଲା ଚନ୍ଦନେଶ୍ବର ୟୁନିଅନ୍ ବ୍ୟାଙ୍କ ଡକାୟତି ଘଟଣାର ମାଷ୍ଟର ମାଇଣ୍ଡ୍, ପୂର୍ବରୁ ଗିରଫ ହୋଇଥିଲେ ୬ ଅଭିଯୁକ୍ତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.