Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ମହାଦେବପାଲିରେ ଫୁଟିଛି ବ୍ରହ୍ମକମଳ, ଦର୍ଶନ ଲାଗି ଛୁଟୁଛି ଶ୍ରଦ୍ଧାଳୁଙ୍କ ଭିଡ

31/08/2022 at 1:01 PM

ବିନିକା ୩୧/୦୮: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ମହାଦେବପାଲି ଗ୍ରାମରେ ବ୍ରହ୍ମକମଳ ପ୍ରସ୍ଫୁଟିତ ହୋଇଛି । ଯାହାକୁ ଦର୍ଶନ କରିବା ପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ହୋଇଛି । ବ୍ରହ୍ମକମଳ ପ୍ରସ୍ଫୁଟିତ ହେବା ଅତି ଦୁର୍ଲଭ, ଏହାର ବୈଶିଷ୍ଟ୍ୟ ଏହିକି ଏହାକୁ କ୍ରୟ-ବିକ୍ରୟ କରାଯାଏ ନାହିଁ । ସଂଧ୍ୟାରେ ପ୍ରଷ୍ପୁଟିତ ହୋଇ ସକାଳେ ମଉଳୀ ଯାଇଥାଏ ।

ବ୍ରହ୍ମକମଳ ଭଗବାନ ବିଷ୍ଣୁଙ୍କ ନାଭିରୁ ଏକ କମଳ ବାହାରିଛି । ଯାହା ଉପରେ ଭଗବାନ ବ୍ରହ୍ମାଜୀ ବିରାଜମାନ କରି ସୃଷ୍ଟି ସର୍ଜନା କରିଛନ୍ତି । ତଦନୁଯାୟୀ ପୁଷ୍ପରାଜର ନାମ ବ୍ରହ୍ମକମଳ ନାମିତ ହୋଇଛି । କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁର ର ଅବସ୍ଥିତ ଶ୍ରୀ ରାମକୃଷ୍ଣ ଆଶ୍ରମର ପ୍ରତିଷ୍ଠାତା ସ୍ବାମୀ ବୈରାଗ୍ୟା ନନ୍ଦ ମହାରାଜ ୨୦୧୦ ମସିହା ରେ ଏହା ବଦ୍ରିନାଥ ଧାମରୁ ଆଣିଥିଲେ ଏବଂ ଆଶ୍ରମ ପରିସରରେ ଏଭଳି ଏକ ସୁଯୋଗରେ ୨୦୧୪ ମସିହାରେ ପ୍ରସ୍ଫୁଟିତ ହେବା ପରେ, ନିଜର ଜନ୍ମମାଟି ମହାଦେବପାଲି ତଥା ନିଜର ପୈତୃକ ସ୍ଥାନରେ ଅଞ୍ଚଳର ଜନସାଧାରଣଙ୍କୁ ଉପହାର ସ୍ବରୂପ ଦେଇଥିଲେ ।

ତେବେ ରୋପଣ ୮ବର୍ଷ ପରେ ସୌଭାଗ୍ୟକୁ ଆଜି ପ୍ରଷ୍ପୁଟିତ ହୋଇଛି ବ୍ରହ୍ମକମଳ । ପ୍ରାୟ ଏକ ସପ୍ତାହ ଧରି ପୂଜାର୍ଚ୍ଚନା ସହ ଅପେକ୍ଷା କରି ରହିଥିଲେ ଏହି ଶୁଭ ଅବସରକୁ ।

   Related Posts