LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ହଲିଉଡ୍‌ ଷ୍ଟାଇଲ୍‌ରେ ପ୍ରସ୍ତୁତ ହେବ NTRଙ୍କ ଫିଲ୍ମ, ଭିଏଫେକ୍ସ ହିରୋ ବ୍ରାଡ୍‌ ମିନିଚ୍‌ଙ୍କ ଏଣ୍ଟ୍ରି

30/03/2023 at 8:38 AM

ମୁମ୍ଵାଇ ୩୦।୦୩: ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର । ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର। ବର୍ତ୍ତମାନ ଦୁହିଁଙ୍କର ଫିଲ୍ମ ‘NTR 30’ ରିଲିଜ ହେବା ପୂର୍ବରୁ ଚର୍ଚ୍ଚାରେ ରହିଆସିଛି। ଗୋଟିଏ ପଟେ ଚଳଚ୍ଚିତ୍ର ନିର୍ମାତାମାନେ ପ୍ରଥମେ ଫିଲ୍ମରେ ଆକ୍ସନ୍ ଡାଇରେକ୍ଟର କେନି ବେଟ୍ସଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଘୋଷଣା କରିଥିବାବେଳେ ବର୍ତ୍ତମାନ ପ୍ରସିଦ୍ଧ ଭିଏଫଏକ୍ସ ସୁପରଭାଇଜର ବ୍ରାଡ ମିନିଚ ଏହି ପ୍ରୋଜେକ୍ଟରେ ଯୋଗଦେବେ ବୋଲି କଳ୍ପନାଜଳ୍ପନା ଚାଲିଛି।

ବ୍ରାଡ ମିନିଚ୍ ଜଣେ ପ୍ରସିଦ୍ଧ VFX ଆକ୍ସନ୍ ପ୍ରଡ୍ୟୁସର । ସେ ଚଳଚ୍ଚିତ୍ରରେ ଜବରଦସ୍ତ ଦୃଶ୍ୟ ପାଇଁ ଜଣାଶୁଣା । ସେ ‘ଓବି-ୱାନ୍ କେନୋବି’, ଜ୍ୟାକ୍ ସ୍ନିଡର୍ଙ୍କ ‘ଜଷ୍ଟିସ୍ ଲିଗ୍’, ‘ଗୁଡ୍ ଲର୍ଡ ବାର୍ଡ’, ‘ଆକ୍ୱାମାନ୍’ ଏବଂ ‘ବ୍ୟାଟ୍ସମ୍ୟାନ୍’ ଭଳି ଅନେକ ପ୍ରୋଜେକ୍ଟରେ କାମ କରିଛନ୍ତି। କହିବାକୁ ଗଲେ ‘NTR 30’ ମାଧ୍ୟମରେ ସେ ପ୍ରଥମ ଥର ପାଇଁ ଏକ ଭାରତୀୟ ଚଳଚ୍ଚିତ୍ରରେ କାମ କରିବେ । ବ୍ରାଡ ମିନିଚ୍ ସମ୍ବନ୍ଧରେ ପ୍ରଡକ୍ସନ୍ ହାଉସ୍ ୟୁଭାସୁଧା ଆର୍ଟସର ଟ୍ୱିଟର ଆକାଉଣ୍ଟରେ ଏକ ଫଟୋ ସେୟାର କରାଯାଇଛି । ଯେଉଁଥିରେ ଫିଲ୍ମ ନିର୍ଦ୍ଦେଶକ କୋରାଟାଲା ସିଭା ବ୍ରାଡ ମିନିଚଙ୍କ ସହ କଥାବାର୍ତ୍ତା କରୁଥିବା ନଜର ଆସିଛନ୍ତି । ଫଟୋକୁ ଦେଖିଲେ ଅନୁମାନ କରାଯାଇପାରେ ଯେ ଫିଲ୍ମଟି ବହୁତ ବଡ ଆକାରରେ ପ୍ରସ୍ତୁତ ହେଉଛି ।

ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ପରଦା ଲେଖକ କୋରାଲାଲା ସିଭା ଫିଲ୍ମ ‘NTR 30’ ର ନିର୍ଦ୍ଦେଶନା ଦେଉଛନ୍ତି। ଭାସୁଧା ଆଟ୍ସ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରର ବଜେଟ୍ ପ୍ରାୟ ୩୦୦ କୋଟି ହେବ ବୋଲି କୁହାଯାଉଛି। ଏହି ଚଳଚ୍ଚିତ୍ର ତେଲୁଗୁ ସମେତ ହିନ୍ଦୀ, କନ୍ନଡ ଏବଂ ମାଲାୟାଲମ୍ ପରି ଅନେକ ଭାଷାରେ ମୁକ୍ତିଲାଭ କରିବ । ସୂଚନା ଅନୁଯାୟୀ, ଫିଲ୍ମ ୫ ଏପ୍ରିଲ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

   Related Posts