କ୍ଷତିରେ ଚାଲିବା ଯୋଗୁ ବିକିବାକୁ ଚାହୁଁଥିଲେ ସରକାର, ମାତ୍ର ୩ ମାସରେ ଉପାର୍ଜନ କରିଦେଲା ୮,୫୦୦ କୋଟି ଲାଭ

Published By : Prameya-News7 Bureau | October 28, 2023 IST

ନୂଆଦିଲ୍ଲୀ ୨୮।୧୦: ଭାରତ ସରକାରଙ୍କ ଏକ କମ୍ପାନୀ ଯାହା ଗତ ବର୍ଷମାନଙ୍କରେ କ୍ଷତି ପରେ କ୍ଷତି କରିଚାଲୁଥିଲା, ଏଣୁ ସରକାର ଏହାକୁ ବିକି ଦାୟିତ୍ୱମୁକ୍ତ ହେବାକୁ ଚାହୁଁଥିଲେ। ଏଥି ପାଇଁ ସରକାର କମ୍ପାନୀ ବିକ୍ରି ନିମନ୍ତେ ଯୋଜନା ପ୍ରସ୍ତୁତ କରୁଥିଲେ, ହେଲେ ସମ୍ଭବ ହୋଇପାରୁନଥିଲା। ଏବେ ସେହି କମ୍ପାନୀ ସରକାରଙ୍କୁ ଲାଭ ଉପରେ ଲାଭ ଦେବାରେ ଲାଗିଛି। ପରିସ୍ଥିତି ଏବେ ଏପରି ହୋଇଛି ଯେ ଜୁଲାଇରୁ ସେପ୍ଟେମ୍ବର ମାତ୍ର ୩ ମାସରେ କମ୍ପାନୀ ୮,୫୦୧ କୋଟି ଟଙ୍କା ଲାଭ ଅର୍ଜନ କରିଛି।

ଏଠାରେ ଆମେ ଆଲୋଚନା କରୁଛେ ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ)ର, ଯେଉଁଥିରୁ ସରକାର ବିନିବେଶ ନିମନ୍ତେ ଅନେକ ଉଦ୍ୟମ କରିଥିଲେ। ହେଲେ ଏବେ ଏହି କମ୍ପାନୀ ଲାଭଜନକ ସଂସ୍ଥାରେ ପରିଣତ ହୋଇଛି। ଗତବର୍ଷ ୨୦୨୨-୨୩ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ଅବଧିରେ କମ୍ପାନୀର ୩୦୪ କୋଟି ଟଙ୍କା କ୍ଷତି  କରିଥିଲା। ଏବେ ମାତ୍ର ବର୍ଷକରେ କମ୍ପାନୀ ଢେର ଲାଭ ଅର୍ଜନ କରିପାରିଛି। କେବଳ ଏତିକି ନୁହେଁ ଚଳିତବର୍ଷ ଏପ୍ରିଲ-ଜୁନ ଅବଧିରେ କମ୍ପାନୀ ୧୦,୫୫୦.୮୮କୋଟି ଟଙ୍କାର ଲାଭ ଅର୍ଜନ କରିଛି।

{"id":862543,"sizeSlug":"full","linkDestination":"none"}

ଭାରତ ପେଟ୍ରୋଲିୟମ କର୍ପୋରେସନ ଦେଶର ଦ୍ୱିତୀୟ ସର୍ବ ବୃହତ୍ତ ତୈଳ କମ୍ପାନୀ। ଏହା ପେଟ୍ରୋଲିୟମର ରିଟେଲିଂ ସହିତ ରିଫାଇନିଂ ବିଜନେସ ମଧ୍ୟ କରୁଛି। ଏହା ଭାରତ ସରକାରଙ୍କ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରାଳୟଙ୍କ ଅଧିନରେ କାମ କରୁଛି। ଫର୍ଚ୍ୟୁନ ୨୦୨୦ ମସିହାରେ ବିଶ୍ୱର ସବୁଠୁ ବଡ଼ ସରକାରୀ କମ୍ପାନୀମାନଙ୍କ ତାଲିକା ଜାରି କରିଥିଲେ। ଏହି ତାଲିକାରେ ବିପିସିଏଲର କ୍ରମାଙ୍କ ଥିଲା ୩୦୯। ଏହି କମ୍ପାନୀରୁ ବିନିବେଶକୁ ଭାରତ ସରକାର ୨୦୧୯ ମସିହାରେ  ମଞ୍ଜୁରି ଦେଇଥିଲେ।

ସରକାର କମ୍ପାନୀରେ ଥିବା ତାଙ୍କର ୫୨.୯୮ ପ୍ରତିଶତ ଅଂଶିଦାରୀ ବିକ୍ରି କରିବା ପାଇଁ ଟେଣ୍ଡର ଆହ୍ୱାନ କରିଥିଲେ। ତେବେ ସରକାର ଏହି କମ୍ପାନୀକୁ ବିକ୍ରି କରିବା ପୂର୍ବରୁ ସରକାର ଏହାର ବିଜନେସ୍‌ ଏକିକରଣ କରିଥିଲେ। ବିପିସିଏଲ ସାରା ଦେଶରେ ୨୦ ହଜାରରୁ ଅଧିକ ପେଟ୍ରୋଲ ପମ୍ପ ଚଳାଉଛନ୍ତି। ଏହା ଛଡା ମୁମ୍ବାଇ, କୋଚ୍ଚି ଓ ବିନାରେ କମ୍ପାନୀର ରିଫାଇନାରୀ ରହିଛି। କେବଳ ଏତିକି ନୁହେଁ ଭାରତ ପେଟ୍ରୋଲିୟମର ମୂଳ କାହାଣୀ ସ୍ୱାଧୀନତାର ଅନେକ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ସେତବେଳେ କମ୍ପାନୀର ନାମ ବର୍ମା-ସେଲ  ଥିଲା।

ଦିପାବଳୀ ଦିନ BSE ଓ NSEରେ ମାତ୍ର ଘଣ୍ଟାକ ଲାଗି ହେବ ‘ମୁହୂର୍ତ୍ତ କାରବାର’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.