କୁହାଯାଏ ଝିଅମାନେ ନିଜ ପାଇଁ ଜୀବନସାଥୀ ବହୁତ ବୁଝି ବିଚାରି ବାଛିଥାଆନ୍ତି: କିନ୍ତୁ ଏହି ବ୍ୟାପାରରେ ପୁଅମାନେ ମଧ୍ୟ ଝିଅମାନଙ୍କଠାରୁ ପଛରେ ନାହାନ୍ତି। ନିଜ ପାଇଁ ଜୀବନସାଥୀ ବାଛିବାବେଳେ ପ୍ରଥମେ ପୁଅମାନେ ଝିଅଙ୍କର ବହୁ କଥାକୁ ଅନୁଧ୍ୟାନ କରିଆନ୍ତି। ଆସନ୍ତୁ ଜାଣିବା ଝିଅମାନଙ୍କର କେଉଁ କେଉଁ ଗୁଣ ଦେଖି ପୁଅମାନେ ସବୁଠୁ ବେଶି ଆକର୍ଷିତ ହୋଇଥାଆନ୍ତି।
୧.ଆପଣ ନିଜ ହସ ଜରିଆରେ ସମସ୍ତଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିପାରିବେ। ଝିଅମାନଙ୍କର ଏହି କୋମଳ ହସକୁ ଦେଖି ପୁଅମାନେ ଆକୃଷ୍ଟ ହୋଇଥାଆନ୍ତି।
![](https://www.prameyanews7.com/wp-content/uploads/2018/10/Happy-lovers-couple-love-latest-HD-wallpapers-960x600.jpg)
୨.ଆଜିକାଲି ଆଧୁନିକ ଯୁଗର ଯୁବକମାନଙ୍କୁ ଏପରି ଝିଅ ପସନ୍ଦ ଆସୁଛନ୍ତି ଯେଉଁ ଝିଅମାନଙ୍କର ପ୍ରଗାଢ଼ ଆତ୍ମବିଶ୍ବାସ ରହିଛି। ଯେଉଁମାନଙ୍କୁ ଜଣାଥିବ କେଉଁ ସମୟରେ କିଭଳି କଥା କହିବା ଦରକାର। ଏହି ଗୁଣ ଥିବା ଝିଅମାନଙ୍କୁ ପୁଅମାନେ ବେଶୀ ପସନ୍ଦ କରିଥାଆନ୍ତି।
![](https://www.prameyanews7.com/wp-content/uploads/2018/10/515120_1280x720-1067x600.jpg)
୩.ପୁଅମାନେ କେବେ ସ୍ବୀକାର କରନ୍ତୁ କି ନ କରନ୍ତୁ ବାସ୍ତବରେ ସେମାନେ ଝିଅମାନଙ୍କର ଡ୍ରେସିଙ୍ଗ୍ ଷ୍ଟାଇଲକୁ ବେଶି ପସନ୍ଦ କରିଥାଆନ୍ତି। ପୁଅମାନଙ୍କୁ ସେଭଳି ଝିଅ ବେଶି ପସନ୍ଦ ଆସିଥାଆନ୍ତି ଯେଉଁ ଝିଅମାନେ ଅନ୍ୟ ଝିଅମାନଙ୍କୁ ନକଲ ନ କରି ନିଜ ଷ୍ଟାଇଲରେ ରହିଥାଆନ୍ତି ଯେପରିକି ପୋଷାକ ପିନ୍ଧିବାରେ ,ଚପଲ ପିନ୍ଧିବାରେ ଏବଂ ମେକଅପ ନେବାରେ।
![](https://www.prameyanews7.com/wp-content/uploads/2018/10/lovers-pics-18-1067x600.jpg)
୪. ଝିଅମାନଙ୍କର ସୁନ୍ଦର ଆଖି ପୁଅମାନଙ୍କୁ ସବୁଠୁ ବେଶି ଆକର୍ଷିତ କରିଥାଏ। ସାଧାରଣତଃ ବଡ଼ ଆଖି ଥିବା ଝିଅମାନେ ପୁଅମାନଙ୍କର ଅଧିକ ପସନ୍ଦ ହୋଇଥାଆନ୍ତି।
![](https://www.prameyanews7.com/wp-content/uploads/2018/10/maxresdefault-140-800x600.jpg)
୫.ପୁଅମାନେ ଯେପରି ହୋଇଥାଆନ୍ତୁ ନା କାହିଁକି ,କିନ୍ତୁ ସେମାନେ ଝିଅମାନଙ୍କର ମେକଅପଠୁ ଆରମ୍ଭ କରି ପରଫ୍ୟୁମ ପର୍ଯ୍ୟନ୍ତ ସବୁ ଜିନିଷ ପ୍ରତି ଧ୍ୟାନ ଦେଇଥାଆନ୍ତି। ପୁଅମାନଙ୍କୁ ଝିଅମାନଙ୍କର ପରଫ୍ୟୁମର ବାସ୍ନା ଅଧିକ ଆକର୍ଷିତ କରିଥାଏ। ପୁଅମାନେ ଝିଅମାନଙ୍କୁ ଭୁଲି ଯାଇଥାଆନ୍ତି, ତାଙ୍କ କହିଥିବା କଥାକୁ ଭୁଲି ଯାଆନ୍ତି କିନ୍ତୁ ତାଙ୍କ ପରଫ୍ୟୁମର ବାସ୍ନାକୁ ଭୁଲି ପାରନ୍ତି ନାହିଁ।
![](https://www.prameyanews7.com/wp-content/uploads/2018/10/playful-couple-blowing-kisses.jpg)
୬. ଅଧିକାଂଶ ପୁଅଙ୍କୁ ବୁଦ୍ଧିମତୀ ଏବଂ ଉତ୍ତମ ଚିନ୍ତାଧାରା ସମ୍ପନ୍ନ ଝିଅମାନେ ପସନ୍ଦ ଆସିଥାଆନ୍ତି।