ପୁଅ-ଝିଅଙ୍କୁ ଶ୍ରେଣୀ କକ୍ଷରେ ଏକାଠି ବସି ପଢ଼ିବାକୁ ଅନୁମତି ଦେବା ବିପଦ: କେରଳ ମୁସ୍ଲିମ ସଂଗଠନ ନେତା
19/08/2022 at 5:56 PM

ଥିରଭନନ୍ତପୁରମ: ଭାରତରେ ତାଲିବାନର ବାଣୀ। ଶ୍ରେଣୀ କକ୍ଷରେ ପୁଅ-ଝିଅକୁ ସାଙ୍ଗରେ ବସି ପାଠ ପଢ଼ିବାକୁ ଅନୁମତି ଦେବା ବିପଦ। କେରଳ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍(IUML) ର ସାଧାରଣ ସମ୍ପାଦକ ଦାୟିତ୍ୱରେ ଥିବା ପିଏମ୍ଏ ସଲାମ ଏଭଳି ମନ୍ତବ୍ୟ ଦେଇଛନ୍ତି। ଯାହାକୁ ନେଇ ଏବେ ବିବାଦ ମୁଣ୍ଡେ ଟେକିଛି। ରାଜ୍ୟ ସରକାର କେରଳରେ ଲିଙ୍ଗଗତ ନିରପେକ୍ଷ ଶିକ୍ଷା ବ୍ୟବସ୍ଥା ଆଣିବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ସଲାମ ଏଭଳି ମନ୍ତବ୍ୟ ଦେଇ ବିବାଦ ସୃଷ୍ଟି କରିଛନ୍ତି।
ସେ କହିଛନ୍ତି “ ଏହା ବିପଦପୂର୍ଣ୍ଣ। ଶ୍ରେଣୀ ଭିତରେ ପୁଅ-ଝିଅ ସାଙ୍ଗରେ ବସିବାର କାଣ ଆବଶ୍ୟକତା ରହିଛି ? ଆପଣ କାହିଁକି ସେମାନଙ୍କୁ ବାଧ୍ୟ କରି ଏଭଳି ସୁଯୋଗ ସୃଷ୍ଟି କରୁଛନ୍ତି? ଏହା କେବଳ ସମସ୍ୟା ସୃଷ୍ଟି କରିପାରେ। ଏଭଳି କରିବା ଦ୍ୱାରା ଛାତ୍ରମାନେ ଅଧ୍ୟୟନରୁ ବିଚ୍ୟୁତ ହେବେ।” କେରଳ ସରକାରଙ୍କର ଲିଙ୍ଗଗତ ନିରପେକ୍ଷତା ଶିକ୍ଷା ନୀତିକୁ ସମାଲୋଚନା କରି ସେ ଏଫରି କହିଛନ୍ତି।
ସଲାମ ଆହୁରି ମଧ୍ୟ କହିଛନ୍ତି “ଜେଣ୍ଡର ନ୍ୟୁଟ୍ରାଲିଟି ବା ଲିଙ୍ଗଗତ ନିରପେକ୍ଷତା ଏକ ଧାର୍ମିକ ପ୍ରସଙ୍ଗ ନୁହେଁ ବରଂ ଏକ ନୈତିକ ପ୍ରସଙ୍ଗ। ସରକାର ଛାତ୍ରମାନଙ୍କ ଉପରେ ଜେଣ୍ଡର ନ୍ୟୁଟ୍ରାଲିଟି ୟୁନିଫର୍ମକୁ ଛାତ୍ରଛାତ୍ରୀମାନଙ୍କ ଉପରେ ଲଦିବାକୁ ଚେଷ୍ଟା କରୁଛି। ଲିଙ୍ଗ ନିରପେକ୍ଷତା ଛାତ୍ରଛାତ୍ରୀଙ୍କୁ ପଥଭ୍ରଷ୍ଟ କରିବ। ତେଣୁ ନୀତିକୁ ଫେରାଇ ନେବା ପାଇଁ ଆମେ ସରକାରଙ୍କୁ କହିବୁ।”
ପୂର୍ବରୁ ମଧ୍ୟ ମୁସ୍ଲିମ ନେତାମାନେ ଶିକ୍ଷା ବ୍ୟବସ୍ଥାରେ ଜେଣ୍ଡର ନ୍ୟୁଟ୍ରାଲିଟି ବ୍ୟବସ୍ଥାକୁ ଉଠାଇ ନେବାକୁ ଦାବି ଜଣାଇଛନ୍ତି। ବାମପନ୍ଥୀ ଶାସନାଧିନ କେରଳ ସରକାର ଶିକ୍ଷାନୁଷ୍ଠାନଗୁଡ଼ିକରେ ଉଦାରବାଦୀ ନୀତି ଆଣିବାକୁ ଚାହୁଁଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।