ଶୁଭଲକ୍ଷ୍ମୀ ମୃତ୍ୟୁ ପଛରେ ପ୍ରେମ ସଂପର୍କ! ବୟଫ୍ରେଣ୍ଡଙ୍କୁ ଲକ୍ଷ୍ମୀସାଗର ଥାନାରେ ଜେରା

Published By : Prameya-News7 Bureau | August 07, 2023 IST

ଭୁବନେଶ୍ୱର ୦୭/୦୮: ଭୁବନେଶ୍ୱରର ଦୀପାଳି ବାରରେ ବାର ଗାର୍ଲ ଶୁଭଲକ୍ଷ୍ମୀ ସାହୁ ମୃତ୍ୟୁ ଘଟଣା । ସମୟ ଯେତେ ବଢୁଛି ସେତେ ସେତେ ରହସ୍ୟ ଘେରକୁ ଟାଣି ହେବାରେ ଲାଗିଛି । ବାର ଗାର୍ଲଙ୍କ ପୁରୁଷ ବନ୍ଧୁଙ୍କୁ ଥାନାରେ ପଚରାଉଚରା କରିଛି ଲକ୍ଷ୍ମୀସାଗରଥା ପୋଲିସ । ଶୁଭଲକ୍ଷ୍ମୀଙ୍କ ସହ ସମ୍ପର୍କ ନେଇ ପୁରୁଷ ବନ୍ଧୁକୁ ଜେରା କରୁଛି ପୋଲିସ । ଏହାସହ ଯୁବକଙ୍କ ୧୬୧ ଧାରାରେ ବୟାନ ରେକର୍ଡ କରାଯାଇଛି ।

କଟକରୋଡ ଦୀପାଳି ହୋଟେଲରୁ ଶନିବାର ସନ୍ଧ୍ୟାରେ ଲକ୍ଷ୍ମୀସାଗର ଥାନା ପୋଲିସ ଶୁଭଲକ୍ଷ୍ମୀ ସାହୁ ନାମକ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା । ତାଙ୍କ ଘର ଭଦ୍ରକ ଜିଲ୍ଲା କୁଆବାଘ ସାହି । ରବିବାର ତାଙ୍କ ବାପା ରମେଶ ଚନ୍ଦ୍ର ସାହୁ ଲକ୍ଷ୍ମୀସାଗର ଥାନାରେ ପହଞ୍ଚି ତାଙ୍କ ଝିଅକୁ ହତ୍ୟା କରି ଟାଙ୍ଗି ଦିଆଯାଇଥିବା ଅଭିଯୋଗ କରିଛନ୍ତି ।

ସୂଚନା ଥାଉକି, ଶୁଭଲକ୍ଷ୍ମୀ ରମାଦେବୀ ଜୁନିଅର କଲେଜରେ ଯୁକ୍ତ-୨ ଦ୍ୱିତୀୟ ବର୍ଷ କଳା ବିଭାଗର ଛାତ୍ରୀ । ୪ ତାରିଖରେ ସେ ଘରୁ କଲେଜ ଯାଉଛି କହି ଆସିଥିଲେ । ସେହିଦିନ ଅପରାହ୍ଣ ୩ଟାରେ କଟକରୋଡରେ ଥିବା ଦୀପାଳି ହୋଟେଲ୍‌ ଆଣ୍ଡ୍‌ ବାର୍‌ରେ ୨୦୫ ନମ୍ବର ରୁମ୍‌ ବୁକ୍‌ କରି ରହିଥିଲେ। ପରଦିନ ଅର୍ଥାତ ଶନିବାର ସକାଳେ ସେ ରୁମ୍‌ରୁ ବାହାରି ନଥିଲେ ।

ମଧ୍ୟାହ୍ନରେ ହୋଟେଲ୍‌ ବୟ ଖାଇବା ପାଇଁ କବାଟ ବାଡ଼େଇ ଡ଼ାକିଥିଲେ ମଧ୍ୟ ସେ କବାଟ ଖୋଲି ନଥିଲେ । ତେଣୁ ବୟ ଏନେଇ ହୋଟେଲ ମ୍ୟାନେଜର ଭାସ୍କର ପଟ୍ଟନାୟକଙ୍କୁ ଜଣାଇଥିଲେ । ଅପରାହ୍ଣରେ ମ୍ୟାନେଜର କବାଟ ବାଡ଼େଇ ଡାକିଥିଲେ । ଶୁଭଲକ୍ଷ୍ମୀ ନ ଖୋଲିବାରୁ କବାଟକୁ ଏକ ଧକ୍କା ମାରିଥିଲେ । କବାଟ ଖୋଲିଯିବା ସହ ଭିତରେ ଶୁଭଲକ୍ଷ୍ମୀଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ପାଇଥିଲେ । ସେ ଏନେଇ ସଙ୍ଗେ ସଙ୍ଗେ ଲକ୍ଷ୍ମୀସାଗର ଥାନା ପୁଲିସକୁ ଖବର ଦେଇଥିଲେ ।

ସନ୍ଧ୍ୟାରେ ପୁଲିସ ପହଞ୍ଚି ଶୁଭଲକ୍ଷ୍ମୀଙ୍କ ମୃତଦେହ ରୁମ୍‌ର ଫ୍ୟାନ୍‌ରେ ଝୁଲୁଥିବା ଦେଖିବାକୁ ପାଇଥିଲା । ପୁଲିସ ଉକ୍ତ ରୁମ୍‌କୁ ସିଲ୍‌ କରି ଦେଇଥିଲା । ଏନେଇ ପୁଲିସ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା । ରବିବାର ସକାଳେ ଶୁଭଲକ୍ଷ୍ମୀଙ୍କ ବାପା ହୋଟେଲରେ ପହଞ୍ଚିବାବେଳକୁ ଶୁଭଲକ୍ଷ୍ମୀଙ୍କ ମୃତଦେହ ଖଟ ଉପରେ ବସିଥିବା ଅବସ୍ଥାରେ ଥିଲା । ବେକରେ ଓଢ଼ଣି ଗୁଡ଼ାଯାଇ ଫ୍ୟାନ୍‌ରେ ବନ୍ଧା ଯାଇଥିଲା ।

you can also read...

wp:embed {"url":"https://www.prameyanews7.com/subhalxmi-case-update/","type":"wp-embed","providerNameSlug":"prameya-news-7"}
https://www.prameyanews7.com/subhalxmi-case-update/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.