ଗର୍ଲଫ୍ରେଣ୍ଡଙ୍କ ଭିଡିଓ କରି ଆଡଲ୍ଟ ଓ୍ବେବସାଇଟରେ ପୋଷ୍ଟ କଲା ଯୁବକ : ତା’ପରେ …

Published By : Prameya-News7 Bureau | February 22, 2020 IST

ଜଣେ ମହିଳା ନିଜର ଦୁଃଖ କାହାଣୀ ଶୁଣାଇ କହିଛନ୍ତି ଯେ କିଭଳି ତାଙ୍କ ବୟଫ୍ରେଣ୍ଡ ସ୍ପାଇ କ୍ୟାମେରା ଲଗାଇ ତାଙ୍କ ଇଣ୍ଟିମେଟ ଏବଂ ନେକେଡ ଭିଡିଓ ରେକର୍ଡ଼ କରିଛନ୍ତି ଏବଂ ଏହାକୁ ପର୍ଣ୍ଣ ସାଇଟରେ ଅପଲୋଡ କରିଛନ୍ତି। କେବଳ ଏତିକି ନୁହେଁ, ବୟଫ୍ରେଣ୍ଡ ମହିଳାଙ୍କ ଆଡ୍ରେସ୍ ଓ୍ବେବସାଇଟରେ ସେୟାର କରିଥିଲେ।

{"id":227660,"sizeSlug":"large"}

ଇଂଲଣ୍ଡର ବର୍ମିଙ୍ଗହାମରେ ରହୁଥିବା ୩ପିଲାଙ୍କ ମାଆ ଶୈରାନ୍ ଥମ୍ପସନ୍ କହିଛନ୍ତି ଯେ ଡ୍ୟାରେନ୍ ନାମକ ବ୍ୟକ୍ତିଙ୍କ ସହ ତାଙ୍କ ଦୁଇ ବର୍ଷ ହେବ ସମ୍ପର୍କ ରହିଥିଲା। ଥରେ ମହିଳା ତାଙ୍କ ଘରକୁ ଏତେ ଲୋକ ଆସୁଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

{"id":227661,"sizeSlug":"large"}

୪୦ବର୍ଷ ବୟସ୍କ ଶୈରାନ୍ କହିଥିଲେ ଯେ ଥରେ ତାଙ୍କ ଘରକୁ ଗୋଟିଏ ଘଣ୍ଟା ମଧ୍ୟରେ ୧୨ଜଣ ପୁରୁଷ ଆସିଥିଲେ। ସେ ଏହା ଦେଖି ଭୟଭୀତ ହୋଇ ଯାଇଥିଲେ ଏବଂ ସେମାନଙ୍କୁ ମହିଳା ତାଙ୍କ ଘରକୁ ଆସିବାର କାରଣ ପଚାରିଥିଲେ। ଏହା ପରେ ସେ ଜାଣି ପାରିଥିଲେ ଯେ ତାଙ୍କ ଆଡ୍ରେସ୍ ସେକ୍ସ ଓ୍ବେବସାଇଟରେ ଦିଆଯାଇଥିଲା। ତାଙ୍କୁ ଫେସବୁକରେ ମଧ୍ୟ ଶହ ଶହ ମ୍ୟାସେଜ ଆସିବାକୁ ଲାଗିଥିଲା ଏବଂ ଲୋକେ ତାଙ୍କ ଅଶ୍ଳୀଳ ଫଟୋ ଦେଖିବାକୁ ଡିମାଣ୍ଡ କରୁଥିଲେ।

{"id":227662,"sizeSlug":"large"}

ଶୈରାନ କହିଥିଲେ ଯେ ସେ କେବେ ବି କଳ୍ପନା କରିନଥିଲେ କି ଗର୍ଭାବସ୍ଥାରେ ତାଙ୍କ ବୟଫ୍ରେଣ୍ଡ ସିକ୍ରେଟ କ୍ୟାମେରାରେ ତାଙ୍କ ଭିଡିଓ ଉତ୍ତୋଳନ କରିଥିବେ। ତାଙ୍କୁ ଲାଗୁଥିଲା ଯେ ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ବହୁତ ଭଲ ପାଉଛନ୍ତି। କିନ୍ତୁ ତାଙ୍କୁ ପରେ ବୟଫ୍ରେଣ୍ଡଙ୍କ ସତ୍ୟ ବିଷୟରେ ଜଣା ପଡ଼ିଥିଲା।

ପରେ ଶୈରାନଙ୍କ ଅଭିଯୋଗରେ ପୋଲିସ୍ ଅଭିଯୁକ୍ତକୁ ଗିରଫ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.