ଲିଭିଗଲା ଜୀବନ ଦୀପ, ହେଲେ ମନରେ ରହିଗଲା ପ୍ରେମର ଛାପ; ମୃତ୍ୟୁ ପୂର୍ବରୁ ପ୍ରେମିକାର ଶେଷ ଇଚ୍ଛା ପୂରଣ କଲା ପ୍ରେମିକ

Published By : Prameya-News7 Bureau | October 24, 2021 IST

ନୂଆଦିଲ୍ଲୀ ୨୪।୧୦: କଥା ଦେଇ କଥା ରଖିଲେ ପ୍ରେମିକ । ମେଡିକାଲ ଆଇସିୟୁରେ ନିଜ ପ୍ରେମିକାକୁ ବିବାହ କରିଲେ । କଥାଟି ଶୁଣିଲେ ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ କଥାଟି ପୁରା ସତ । ନିଜ ପ୍ରେମିକାକୁ ଦେଇଥିବା କଥା ରଖି , ଅନ୍ୟମାନଙ୍କ ପ୍ରତି ଏକ ଉଦାହରଣ ପାଲଟିଛନ୍ତି ।

ଖବର ଅନୁଯାୟୀ, ବ୍ରିଟେନ୍‌ର ୩୪ ବର୍ଷୀୟ ପିଟର୍ସ ଓ ୨୮ ବର୍ଷୀୟ ଏନା ଲେଗର ପରସ୍ପରକୁ ଭଲ ପାଉଥିଲେ । ଉଭୟ ଉଭୟଙ୍କୁ ବିବାହ କରିବାକୁ ପ୍ରତିଶୃତି ମଧ୍ୟ ଦେଇଥିଲେ ।  ବାହାଘର ବାବଦରେ ଉଭୟଙ୍କ ପରିବାର ଲୋକେ ମଧ୍ୟ ଜାଣିଥିଲେ । କିନ୍ତୁ ଗୋଟିଏ ଦୁର୍ଘଟଣା ସବୁକିଛି ବଦଲାଇଥିଲେ । ଦେଖିଥିବା ସ୍ୱପ୍ନକୁ ଭାଙ୍ଗି ଚୁରାମାର୍‌ କରିଦେଇଥିଲା । କ୍ଷଣିକରେ ମାଟିରେ ମିଶିଗଲା ପ୍ରେମୀ ଯୁଗଳ ଦେଖିଥିବା ସ୍ୱପ୍ନର ଘର ।

ଦିନେ ନିଜ କର୍ମସ୍ଥାନରୁ ଫେରିବା ବେଳେ ଏନା ଲେଗରଙ୍କ କାର୍‌ ସହ ଅନ୍ୟ ଏକ ଗାଡ଼ିର ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଏନା ଅତି ଗୁରୁତର ହୋଇପଡିଥିଲେ । ସେଠାରୁ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଏନାଙ୍କୁ ବଞ୍ଚାଇବା କଷ୍ଟସାଧ୍ୟ ବୋଲି ଡାକ୍ତର କହିଦେଇଥିଲେ । ମୃତ୍ୟୁ ସହ ସଂଗ୍ରାମ କରୁଥିଲେ ଏନା । ଏହା ଦେଖି ଯୁବକଙ୍କ ମନେ ପଡିଥିଲା ପ୍ରେମିକାକୁ ଦେଇଥିବା କଥା । ଏଥିଲାଗି ସେ ଡାକ୍ତରଙ୍କ ସହାୟତା ଲୋଡିଥିଲେ । କୌଣସି ବି ପରିସ୍ଥିତିରେ ସେହି ଝିଅକୁ ସେ ବିବାହ କରିବାକୁ ଚାହାଁନ୍ତି ବୋଲି କହିଥିଲେ ।  ଡାକ୍ତରଙ୍କୁ ନିଜ ପ୍ରେମ କାହାଣୀ ବିଷୟରେ କହିଥିଲେ । ସମସ୍ତ କଥା ଶୁଣି ଡାକ୍ତର ମଧ୍ୟ ଯୁବକଙ୍କ କଥାରେ ରାଜି ହୋଇଯାଇଥିଲେ ।

ମେଡିକାଲ ଆଇସିୟୁରେ ନିଜ ପ୍ରେମିକାକୁ ଦେଇଥିବା କଥା ରଖିଥିଲେ । ତାଙ୍କୁ ସେଠାରେ ହିଁ ବିବାହ କରିଥିଲେ । ଯୁବତୀଙ୍କ ପରିବାର ଆଗରେ ବିବାହ କରିଥିଲେ । ହେଲେ  ବିବାହର କିଛି ସମୟ ପରେ ସେହି ଯୁବତୀଙ୍କ ମୃତ୍ୟୁ ହୋଇଯାଇଥିଲା ।  ଆଉ ସରିଯାଇଥିଲେ ଏନା ଓ ପିଟର୍ସଙ୍କ ପ୍ରେମର କାହାଣୀ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.