ଶାରିରୀକ ସଂପର୍କ ରଖିଥିଲା କିନ୍ତୁ ବିବାହ ପାଇଁ ମନାକଲା ପ୍ରେମିକ, ଥାନାର ଦ୍ବାରସ୍ଥ ହେଲେ ପ୍ରେମିକା

Published By : Prameya-News7 Bureau | December 08, 2019 IST

ଭଦ୍ରକ ୮।୧୨: ପ୍ରେମ ପରେ ପ୍ରତାରଣା । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ବିବାହ ପାଇଁ ମନା କରିବାରୁ ଥାନାର ଦ୍ବାରସ୍ଥ ହୋଇଛନ୍ତି ପ୍ରେମିକା । ଅଭିଯୋଗ ପରେ ପ୍ରେମିକକୁ ଥାନାରେ ଅଟକ ରଖିଛି ପୋଲିସ ।

{"id":195247,"sizeSlug":"large"}

ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରାହାଞ୍ଜ ଅସୁରା ଗାଁରେ ଘଟିଛି ଏଭଳି ଘଟଣା ।  ଅସୁରା ଗାଁର  ଜଣେ ଯୁବକଙ୍କର  ଧୁଷୁରୀ ଥାନା ଅନ୍ତର୍ଗତ ହାତିଆ ସାହିର ଜନୈକ ଯୁବତୀଙ୍କ ସହ ପ୍ରେମ ସଂପର୍କ ଗଢି ଉଠିଥିଲା । ଉଭୟ ବିଭିନ୍ନ ସ୍ଥାନକୁ ବୁଲିବାକୁ ଯାଆନ୍ତି । ଉଭୟଙ୍କ ସହମତି ଶାରିରୀକ ସଂପର୍କ ମଧ୍ୟ ରଖିଥିଲେ ଉଭୟୋ । ବିବାହର ପ୍ରଲୋଭନ ଦେଖାଇ ଯୁବକ ଜଣଙ୍କ ତାଙ୍କ ସହ ବହୁବାର ଶାରିରୀକ ସଂପର୍କ ରଖିଥିବା ଅଭିଯୋଗ ଆଣିଛନ୍ତି ଯୁବତୀ ।

{"id":195248,"sizeSlug":"large"}

କୋର୍ଟରେ ବିବାହ କରିବାକୁ କହି ଯୁବତୀଙ୍କୁ ଡକାଇଥିଲେ । କିନ୍ତୁ କୋର୍ଟରେ ବିବାହ ନକରି ତାଙ୍କ ସଂପର୍କୀୟଙ୍କ ଘରେ ତାଙ୍କୁ ଛାଡି କେଉଁ ଆଡେ ଚାଲିଯାଇଥିଲେ ବୋଲି ଯୁବତୀ କହିଛନ୍ତି । ଫଳରେ ଅନ୍ୟ ଉପାୟ ନପାଇ ଯୁବତୀ ଜଣଙ୍କ ଗ୍ରାମାଞ୍ଚଳ ଥାନାରେ ପ୍ରେମିକଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଯୁବକଙ୍କକୁ ଅଟକ ରଖିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.