ଧୋକାବାଜ ପ୍ରେମିକ: ମିଛ ମିଛିକା ବିବାହ ପ୍ରତିଶୃତିରେ ଅଲୋଡ଼ା ହୋଇଗଲା ଶିଶୁପୁତ୍ର, ସ୍କୁଲ ଶୌଚାଳୟରେ ଜନ୍ମ ଦେଲା ପ୍ରେମିକା

Published By : Prameya-News7 Bureau | January 07, 2021 IST

ଢେଙ୍କାନାଳ ୭।୦୧: ବିବାହ ପ୍ରତିଶୃତି ଦେଇ ଦୈହିକ ସମ୍ପର୍କ ପରେ ପ୍ରେମିକ ଛୁ ମାରିଛି । ଆଉ ସନ୍ତାନ ଜନ୍ମ ହୋଇଯିବାରୁ କୁଆଁରୀ ମାକୁ ଲୋକଲଜ୍ୟା ଘାରିଥିଲା । ଯାହାଫଳରେ ସ୍କୁଲ ଶୌଚାଳୟରେ ଶିଶୁପୁତ୍ର ପ୍ରସବ କରି ଛାଡି ଚାଲିଯାଇଛି। ରାତି ତମାମ ସ୍କୁଲ ଶୌଚାଳୟରେ ପଡିରହିଥିବା ଶିଶୁର କୁଆଁ କୁଆଁ ରଡି ଶୁଣି ଆଜି ସକାଳେ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକେ। ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଓଡ଼ିଶ ପଂଚାୟତର ବର ନାଳୀ ଗ୍ରାମରେ।

ଖବର ଅନୁଯାୟୀ,  ବରନାଳୀ ଗ୍ରାମର ୨୨ବର୍ଷୀୟ ଯୁବତୀ ଏହି ଶିଶୁକୁ ଜନ୍ମ ଦେଇଥିବା ଜଣାପଡିଛି। ବାପମାଆ ନଥିବାରୁ ନିଜ ଦାଦାଙ୍କ ପାଖରେ ରରୁଥିବା ପଦ୍ମିନୀକୁ ସେହି ଗ୍ରାମର ଖଗେଶ୍ବର ମୁଣ୍ଡା  ବିବାହର ପ୍ରତିଶୃତି ଶାରିରୀକ ସମ୍ପର୍କ ରଖିଥିଲା। ମାତ୍ର ଗର୍ଭବତୀ ପରେ ବିବାହ ପାଇଁ ଅଡି ବସିବାରୁ ଆଉ ପ୍ରତାରିତ ପ୍ରେମିକ ଖଗେଶ୍ୱର ଆଉ ପଦ୍ମିନୀକୁ ଧରଛୁଆଁ ଦେଲାନି। ଏପରିସ୍ଥଳେ ଅସହାୟ ପଦ୍ମିନୀ ବୁଧବାର ମଧ୍ୟରାତ୍ରୀରେ ଗ୍ରାମ ବିଦ୍ୟାଳୟରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲା। ଲୋକଲଜ୍ୟା ଭୟରେ ବିଦ୍ୟାଳୟ ପରିସରରେ ଥିବା ଶୌଚାଳୟରେ ନିଜ ଜନ୍ମିତ ସନ୍ତାନକୁ ରଖିଦେଇ ଘରକୁ ଚାଲିଯାଇଥିଲା। 

ବୁଧବାର ସକାଳେ ଏହି ଖବର ପ୍ରଘଟ ହେବାପରେ ଘଟଣାସ୍ଥଳକୁ ଯୁବତୀ ଜଣକ ଯାଇ ଶିଶୁ ପୁତ୍ରକୁ ପୁଣି କୋଳେଇ ନେଇଥିଲେ। ପରେ ମାଆ ଛୁଆଙ୍କୁ ୧୦୨ ଆମ୍ବୁଲାନ୍ସ ଦ୍ବାରା ଭୁବନ ମେଡିକାଲରେ ଭର୍ତ୍ତି କାରାଯାଇଛି। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ମାଆ ଶିଶୁ ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ଏପଟେ ପ୍ରେମରେ ଧୋକ୍କା ଦେଇ ପଳାଇ ଯାଇଥିବା ଖଗେଶ୍ୱରଙ୍କ ନାମରେ ଭୁବନ ଥାନାରେ ଅଭିଯୋଗ କରିଛନ୍ତି। ଭୁବନ ଥାନା ପୁଲିସ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.