ହ୍ରିତିକ୍‌ଙ୍କ 'ବିକ୍ରମ ବେଧା’କୁ ବୟକଟ୍‌ ପାଇଁ ଉଠିଲା ଦାବି, କାରଣ ସାଜିଲା ‘ଲାଲ ସିଂ ଚଢା’

Published By : Prameya-News7 Bureau | August 15, 2022 IST

ମୁମ୍ବାଇ ୧୫।୦୮: ଏବେ ବଲିଉଡରେ ଟ୍ରେଣ୍ଡ ପାଲଟିଛି ବୟକଟ୍‌। ଗୋଟିଏ ପରେ ଗୋଟିଏ ଫିଲ୍ମ ଏବଂ ଅଭିନେତାଙ୍କ ବିରୋଧରେ ଦାବି ଚଳାଇଛନ୍ତି। 'ଲାଲ ସିଂ ଚଢା'କୁ ସମର୍ଥନ କରୁଥିବା ଅଭିନେତାମାନଙ୍କ ବିଷୟରେ ବୟକଟ ଚାଲିଛି। ଏଭଳି ପରିସ୍ଥିତିରେ ବଲିଉଡର ‘ଲାଲ୍‌ ସିଂ ଚଢା’ ପରେ ହ୍ରିତିକ୍‌ଙ୍କ ବିକ୍ରମ ବେଧା କୁ ନେଇ ହଙ୍ଗାମା କଲେଣି ।  

ହ୍ରିତିକ ଶନିବାର ଦିନ 'ଲାଲ ସିଂ ଚଢା' ଦେଖିବାକୁ ଥିଏଟର ଯାଇଥିଲେ। ସେ ଅମୀରଙ୍କ ଫିଲ୍ମକୁ ସମର୍ଥନ କରି ଟ୍ୱିଟ୍ କରି ଫିଲ୍ମ ଦେଖିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ହ୍ରିତିକଙ୍କ ଏହି ଟ୍ୱିଟ୍ ବର୍ତ୍ତମାନ ତାଙ୍କ ଉପରେ ଭାରି ପଡିଛି। ସୋସିଆଲ ମିଡିଆରେ ଅନେକ ୟୁଜର୍ସ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ବିକ୍ରମ ବେଧା' ବିଷୟରେ କହିଥିଲେ। 'ବିକ୍ରମ ବେଧା'ରେ ସୈଫ୍‌ ଅଲି ଖାନ ମଧ୍ୟ ଅଭିନୟ କରିଛନ୍ତି।

ବର୍ତ୍ତମାନ ସେ ୟୁଜର୍ସମାନଙ୍କ ଟାର୍ଗେଟରେ ରହିଛନ୍ତି। ହ୍ରିତିକଙ୍କ ଟ୍ୱିଟ ପରେ # ବଏକୋଟ ବିକ୍ରମ ବେଧା ଟ୍ୱିଟରରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି। ଜଣେ ୟୁଜର୍ସ କହିଛନ୍ତି, ୨୯ ସେପ୍ଟେମ୍ବର ଆସିବାକୁ ଦିଅ, ବିକ୍ରମ ବେଧାକୁ ବୟକପଟ୍‌ କରି ଦେଖାଇବୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.