ଫିଲ୍ମ 'ଥାପ୍ପଡ'କୁ ନେଇ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି #boycott, ଜାଣନ୍ତୁ ପୁରା ଘଟଣା

Published By : Prameya-News7 Bureau | February 27, 2020 IST

ଅଭିନବ ସିହ୍ନା ନିର୍ଦ୍ଦେଶିତ ବଲିଉଡ ଫିଲ୍ମ 'ଥପ୍ପଡ' ଏବେ ସମସ୍ୟାରେ ଫଶି ଯାଇଛି। ଶୁକ୍ରବାର ଏହି ଫିଲ୍ମର ଅଲ ଇଣ୍ଡିଆ ରିଲିଜ ହେବାକୁ ଥିବା ବେଳେ ଏଥିରେ ଅଭିନେତ୍ରୀ ତାପସୀ ପନ୍ନୁ ଅଭିନୟ କରିଛନ୍ତି। ତେବେ ଦେଶରେ ସିଏଏ ବିରୋଧୀ ପ୍ରଦର୍ଶନରେ ତାପସୀ ଭାଗନେଇଥିବାରୁ ରଲିଜ ହେବା ପୂର୍ବରୁ ସୋସିଆଲ ମିଡିଆରେ ଫିଲ୍ମକୁ ବହିଷ୍କାର କରିବା ଲାଗି ବୟକଟ୍  ଟ୍ରେଣ୍ଡ କରୁଥିବା ଦେଖାଯାଇଛି। 

wp:html /wp:html

ଘରୋଇ ହିଂସା ଉପରେ ଆଧାରିତ ଏହି ଫିଲ୍ମରେ ତାପସୀ ପନ୍ନୁଙ୍କ ସହ  ଅନୁରାଗ କଶ୍ୟପ ଓ ଦିଆ ମିର୍ଜା ମଧ୍ୟ ଅଭିନୟ କରିଛନ୍ତି। ତେବେ ଗତ ଦିନରେ ମୁମ୍ବାଇ କାର୍ଟର ରୋଡରେ ହୋଇଥିବା ସିଏଏ ବିରୋଧୀ ପ୍ରଦର୍ଶନରେ ତାପସୀଙ୍କୁ ଦେଖାଯାଇଥିଲା। ଏଣୁ ଏବେ ମୁକ୍ତିଲାଭ କରିବାକୁ ଯାଉଥିବା ତାଙ୍କ ଫିଲ୍ମକୁ ଏବେ ଦେଶରେ ଜୋରଦାର ବିରୋଧ କରାଯାଉଛି। ଜଣେ ୟୁଜର ବୟକଟ୍ ଥାପ୍ପଡ ଲେଖି ଫିଲ୍ମର ଅଭିନେତ୍ରୀ ଓ ନିର୍ଦେଶକଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ୟୁଜର ଉଭୟଙ୍କୁ ଅର୍ବାନ ନକ୍‌ସଲ ବୋଲି ଉଲ୍ଲେଖ କରିଛନ୍ତି।

wp:html /wp:html

ଅନ୍ୟ ଜଣେ ୟୁଜର ବଲିଉଡ ଏବେ ନିଜର ପ୍ରଚାର ଲାଗି ଜାତୀୟ ପ୍ରସଙ୍ଗର ସାହାରା ନେଉଥିବାରୁ ଦୁଃଖ ବ୍ୟକ୍ତ କରିଛନ୍ତି। ପ୍ରଥମେ ଦୀପିକା ଏବେ ତାପସୀ ସେପରି କରିଛନ୍ତି। ଏଣୁ ସେ ବୟକଟ୍‌କୁ ସମର୍ଥନ କରିଛନ୍ତି। ସୂଚନା ଯୋଗ୍ୟଯେ ସିଏଏର ସତ୍ୟତା ନଜାଣି ଅନୁଭବ ସିହ୍ନା ସରକାରଙ୍କୁ ବିରୋଧ କରିଥିବାର ଅତୀତରେ ଅଭିଯୋଗ ହୋଇଥିଲା। ଏବେ ତାର ଫଳ ସେମାନେ ସିନେମା ହଲରେ ପାଇବାକୁ ଯାଉଛନ୍ତି। ଫିଲ୍ମକୁ ଏବେ ହଲରେ ଥାପ୍ପଡ ପଡିବ ବୋଲି ଆଶଙ୍କା କରାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.