ବିବାଦରେ ଷ୍ଟାରବକ୍ସର ବିଜ୍ଞାପନ, ସୋସିଆଲ ମିଡିଆରେ ଜୋର୍‌ ଧରିଲା ‘Boycott Starbucks’

Published By : Prameya-News7 Bureau | May 12, 2023 IST

ନୂଆଦିଲ୍ଲୀ, ୧୨/୦୫: ଦୁନିଆର ପ୍ରତିଷ୍ଠିତ କଫି ଚେନ୍‌ ଷ୍ଟାରବକ୍ସ ଏହାର ଏକ ବିଜ୍ଞାପନକୁ ନେଇ ବିବାଦରେ। ଷ୍ଟାରବକ୍ସ ଇଣ୍ଡିଆ ଏହାର ଏକ ବିଜ୍ଞାପନରେ ଟ୍ରାନ୍ସଜେଣ୍ଡରଙ୍କ ଅଧିକାର ବିଷୟରେ ଦର୍ଶାଇଛି। ଯାହା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ ଦୁଇ ଗୋଷ୍ଠୀ ଦେଖିବାକୁ ମିଳିଛି। ଅନେକ ସମର୍ଥନ କରୁଥିବାବେଳେ ଅନେକ ଏହାକୁ ସମାଲୋଚନା କରୁଛନ୍ତି।

ପ୍ରକୃତରେ ଏହି ବିଜ୍ଞାପନରେ ‘ଅର୍ପିତ୍’ ନାମକ ଜଣେ ବ୍ୟକ୍ତି ଲିଙ୍ଗ ପରିବର୍ତ୍ତନ କରି ମହିଳା ହୋଇଛନ୍ତି, ଆଉ ନିଜ ନାମ ‘ଅର୍ପିତା’ କରିଛନ୍ତି। ପ୍ରଥ​‌ମେ ତାଙ୍କର ପରିବାର ଲୋକ ଏହାକୁ ନେଇ ସହମତି ନଥିବା ଏବଂ ପରବର୍ତ୍ତୀ ଅବସ୍ଥାରେ ତାଙ୍କ ପରିବାର ଲୋକ ତାଙ୍କର ନୂଆ ପରିଚୟକୁ ଗ୍ରହଣ କରୁଛନ୍ତି ତାହା ଦେଖାଯାଇଛି। ତେବେ ଷ୍ଟାରବକ୍ସ ଇଣ୍ଡିଆର ଏହି ବିଜ୍ଞାପନକୁ ନେଇ ସୋସିଆଲ ମିଡିଆରେ ବଏକଟ୍‌ ଷ୍ଟାରବକ୍ସ ଜୋର୍‌ ଧରିଛି।

{"id":785437,"sizeSlug":"full","linkDestination":"none"}

ତେବେ ଷ୍ଟାରବକ୍ସ ଭାରତରେ ଏଭଳି ପ୍ରଥମ ବ୍ରାଣ୍ଡ ନୁହେଁ ଯାହାକୁ ବିବାଦୀୟ ବିଜ୍ଞାପନ ପାଇଁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ୨୦୨୦ରେ ତନିଷ୍କର ହିନ୍ଦୁ ମୁସଲିମ୍‌ ପରମ୍ପରାକୁ ନେଇ ଏକ ବିଜ୍ଞାପନକୁ ନେଇ ବିବାଦ ହୋଇଥିଲା। ଆଉ ପରବର୍ତ୍ତୀ ସମୟରେ ଉକ୍ତ ବିଜ୍ଞାପନକୁ ହଟାଯାଇଥିଲା। ସେହିପରି ୨୦୨୧ରେ ଫାବ୍‌ଇଣ୍ଡିଆ ଏହାର ’ଜଶନ-ଏ-ରିଓ୍ବାଜ’ କଲେକ୍ସନକୁ ନେଇ ବଏକଟ୍‌ର ସାମ୍ନା କରିବାକୁ ପଡ଼ିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.