ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ; ଶବ ବ୍ୟବଚ୍ଛେଦ ବେଳେ ଜଣାପଡିଲା ସେ ଯୁବକ ନୁହେଁ ବରଂ ଯୁବତୀ

Published By : Prameya-News7 Bureau | January 20, 2019 IST

ଡେରାବିଶ ୨୦/୧ : ଚଣ୍ଡୀଗଡ଼ ଯୀରକପୁର ଫ୍ଲାଏଓଭର ନିକଟରେ ଓଏସୀସ ବିବାହ ମଣ୍ଡପରେ କାମ କରୁଥିବା ପିଅନ ମଣ୍ଡପରେ ଆତ୍ମହତ୍ୟା କରିଥିବା ଜଣାପଡିଛି | ଯୁବକ ପଙ୍କ୍ଷାରେ ରାଶି ଲଗାଇ ଆତ୍ମହତ୍ୟା କରିଛନ୍ତି | ମୃତ ଯୁବକ ୨୨ ବର୍ଷ ବୟସ୍କ କବିର ରାୟ | ତାଙ୍କ ଘର ମୋୖଳିଜଙ୍ଗରା ଠାରେ | ବିବାହ ମଣ୍ଡପରେ ସେ ପାଖାପାଖି ୨ ବର୍ଷ ହେଲା ପିଅନ ଭାବେ କାମ କରୁଥିଲେ | ଶନିବାର ସେ ଆତ୍ମହତ୍ୟା କରିଥିଲେ | ପୋଲିସ ତାଙ୍କ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା | ଶବ ବ୍ୟବଚ୍ଛେଦ ପରେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା | ଶବ ବ୍ୟବଚ୍ଛେଦ ପରେ ଡାକ୍ତର କହିଥିଲେ ଯେ, ସେ ଯୁବକ ନୁହଁ ବରଂ ଯୁବତୀ |


ଏହା ଶୁଣିବା ପରେ ପରିବାର ଲୋକେ ଏବଂ ବିବାହ ମଣ୍ଡପ ଷ୍ଟାଫଙ୍କ ହୋସ ଉଡିଯାଇଥିଲା | କବିର ରାୟ ଆତ୍ମହତ୍ୟା ପୂର୍ବରୁ ଏକ ସୂଈସାଇଡ ନୋଟ ଲେଖିଥିଲେ | ପୋଲିସ ସେହି ସୂଈସାଇଡ ନୋଟ ଜବତ କରିଥିଲା | କବିର ଯେଉଁ ସୂଈସାଇଡ ନୋଟ ଲେଖିଥିଲେ ସେଥିରେ ମଧ୍ୟ ସେ ନିଜକୁ ଯୁବକ ବୋଲି ଲେଖିଥିଲେ | ସୂଈସାଇଡ ନୋଟରେ ସେ ଲେଖିଥିଲେ ଯେ, ଦିଲ୍ଲୀରେ ଜଣେ ଯୁବତୀ ବନ୍ଧୁ ରୁହନ୍ତି | କେଉଁ କାରଣରୁ ଯୁବତୀ ଜଣକ ୨୦ ଦିନ ପୂର୍ବରୁ ଆତ୍ମହତ୍ୟା କରିଥିଲେ | ଯୁବତୀଙ୍କ ମୃତ୍ୟୁ ଖବର ଶୁଣି ସେ ଭାଙ୍ଗି ପଡ଼ିଥିଲେ | ସେହି କାରଣରୁ ସେ ମଧ୍ୟ ଆତ୍ମହତ୍ୟା କରିଛନ୍ତି ବୋଲି ନୋଟରେ ଲେଖିଥିଲେ | ଏହାଛଡା ଯୁବତୀ ରହୁଥିବା ସ୍ଥାନରେ ତାଙ୍କ ଅସ୍ଥି ବିସର୍ଜନ କରିବାକୁ ସେ ନୋଟରେ ଲେଖିଥିଲେ |


ତେବେ ସେ ନିଜକୁ ଯୁବକ ବୋଲି କାହିଁକି କହୁଥିଲେ ସେ ସବୁଠାରୁ ଆଶ୍ଚର୍ଯ୍ୟ କଥା | କବିରଙ୍କ ନିଜ ଭଉଣୀ ମଧ୍ୟ ତାଙ୍କୁ ଭାଇ ବୋଲି ହିଁ ଭାବୁଥିଲେ | ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମଧ୍ୟ କବିରଙ୍କ ଭଉଣୀ ବିଶ୍ୱାସ କରିନଥିଲେ ଯେ, କବିର ତାଙ୍କ ଭାଇ ନୁହଁ ବରଂ ଭଉଣୀ | ତେବେ ସେ ଲିଙ୍ଗ ବଦଳାଇ କାହିଁକି ରହୁଥିଲେ ତାହାର ଯାଞ୍ଚ ହେବ ବୋଲି ଏଏସଆଇ କହିଛନ୍ତି | ମୃତକଙ୍କ ଭଉଣୀ ମୃତଦେହ ଚିହ୍ନଟ କରିବା ପରେ ଧାରା ୧୭୪ରେ ଯାଞ୍ଚ ଆରମ୍ଭ ହୋଇଛି |
ସୂଚନାଯୋଗ୍ୟ ଯେ, ଶବକୁ ଯେତେବେଳେ ହସ୍ପିଟାଲ ଅଣାଯାଇଥିଲା ସେତେବେଳେ ଏଣ୍ଟ୍ରି ରେଜିଷ୍ଟରରେ ଯୁବକ ବୋଲି ଲେଖାଯାଇଥିଲା | କିନ୍ତୁ ବ୍ୟବଚ୍ଛେଦ ପାଇଁ ଯେତେବେଳେ ମୃତଦେହକୁ ବିଶାସ୍ତ୍ର କରାଗଲା ସେତେବେଳେ କବିର ଯୁବତୀ ବୋଲି ଜାଣି ହସ୍ପିଟାଲ ଷ୍ଟାଫ ଚମକି ଯାଇଥିଲେ |

ଏହାପରେ ହସ୍ପିଟାଲ ଷ୍ଟାଫ କବିରଙ୍କ କାଗଜପତ୍ର ଯାଞ୍ଚ ପାଇଁ ପୋଲିସକୁ କହିଥିଲେ | ପୋଲିସ ମୃତକଙ୍କ ଭଉଣୀକୁ ପଚାରିବାରୁ ସେ ମଧ୍ୟ କହିଥିଲେ ଯେ, କବିର ତାଙ୍କ ଭାଇ | ଏହାପରେ ଦୁଇ ମହିଳା ଡାକ୍ତର କବିରର ଶବ ବ୍ୟବଚ୍ଛେଦ କରିଥିଲେ | ବ୍ୟବଚ୍ଛେଦ ପରେ ମହିଳା ଡାକ୍ତର କହିଥିଲେ ଯେ, ଏହା ଲିଙ୍ଗ ପରିବର୍ତ୍ତନ ମାମଲା ନୁହେଁ | କାରଣ କବିରଙ୍କ ଯୌନାଙ୍ଗଠୁ ଆରମ୍ଭ କରି ଯୁଟେରସ, ସମସ୍ତ ତାଙ୍କ ଶରୀରରେ ଥିବା ହେତୁ ସ୍ପଷ୍ଟ ହୋଇଛି ଯେ ତାଙ୍କ ଲିଙ୍ଗ ପରିବର୍ତ୍ତନ ହୋଇନଥିଲା | ସେ ସ୍ୱାଭାବିକ ଭାବେ ଯୁବତୀ ହିଁ ଥିଲେ |


କବିରଙ୍କ ଭଉଣୀ ନିର୍ମଳା ରାୟଙ୍କ କହିବାନୁଯାୟୀ, ତାଙ୍କ ବାପା ମା'ଙ୍କ ବହୁତ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଯାଇଥିଲା | କବିର ଦିଲ୍ଲୀରେ ରହୁଥିଲେ | ନିର୍ମଳା ମୋୖଳିଜଙ୍ଗରାରେ ଏକ ସ୍କୁଲ ବସର କଣ୍ଡକ୍ଟର ଭାବେ କାମ କରୁଥିଲେ | ୨ ବର୍ଷ ପୂର୍ବରୁ କବିର ଦିଲ୍ଲୀ ଆସି ଏକ ବିବାହ ମଣ୍ଡପରେ କାମ କରୁଥିଲେ | ମଣ୍ଡପର ମାଲିକ ତଥା ଷ୍ଟାଫ କହିଛନ୍ତି ଯେ, କବିରଙ୍କ ହାବଭାବ, ଢଙ୍ଗରଙ୍ଗ ସବୁ ଯୁବକଙ୍କ ଭଳି | ସେଥିପାଇଁ ସେମାନେ କେବେ ଜାଣିପାରିନଥିଲେ ଯେ, ସେ ଯୁବତୀ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.