ଦୁଇ ସାଙ୍ଗ ଖେଳୁଥିଲେ ପବଜି, ଦୁହିଁଙ୍କୁ ମିଳିଲା ସମାନ ଟାସ୍କ, କିଛି ସମୟ ଖେଳିବା ପରେ ଜଣେ ଫାଶୀ ଲଗାଇ କଲା ଆତ୍ମହତ୍ୟା

Published By : Prameya-News7 Bureau | March 15, 2020 IST

କାନପୁର ୧୫।୦୩: କାନପୁରର ଚକେରୀରେ ରବିବାର ଜଣେ ଯୁବକ ପବଜି ଗେମ୍  ଖେଳୁଥିବା ବେଳେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି। ପୋଲିସ ଯୁବକଙ୍କ ମୋବାଇଲ ଫୋନ୍  ଜବତ କରି ଶବକୁ ପୋଷ୍ଟମର୍ଟମ ଲାଗି ପଠାଇ ଦେଇଛି। ମୃତକଙ୍କ ନାମ ସୁରେନ୍ଦ୍ର(୨୮)। ସେ ଚକେରୀରେ ଏକ ଟେଣ୍ଟ ଦୋକାନରେ କାମ କରୁଥିଲା।

ଏକାଠି କାମ କରୁଥିବା ଅନ୍ୟ ଜଣେ ଯୁବକ ରାହୁଲ ପୋଲିସକୁ କହିଛି ଯେ, ଦୁହେଁ ମୋବାଇଲରେ ପବଜି ଗେମ୍ ଖେଳୁଥିଲେ। ସୁରେନ୍ଦ୍ରକୁ ଏକ ଟାକ୍ସ ପୂରା କରିବାକୁ ମିଳିଥିଲା। ସେ ବହୁତ ସମୟ ଧରି ସେଥିରେ ମଜି ରହିଥିଲା। ଅଚାନକ ସେ ରୁମ ଭିତରକୁ  ଚାଲିଗଲା। ବହୁ ସମୟ ଧରି ରୁମରୁ ସେ ବାହାରିନଥିଲା। ରାହୁଲ ଯେବେ ରୁମରେ ପହଞ୍ଚିଲା ସେ ଚାଦର ଫଣ୍ଡାରେ ନିଜକୁ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲା।

ଘଟଣାସ୍ଥଳରେ ପହଞ୍ଚି ପୋଲିସ ମୃତକ ସୁରେନ୍ଦ୍ରକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲା। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ। ଚକେରୀ ଥାନାର ଇନ୍ସପେକ୍ଟର କହିଛନ୍ତି ଯେ, ସୁରେନ୍ଦ୍ରର ପରିବାରରେ କେହି ନାହାନ୍ତି। କିଛି ବର୍ଷ ପୂର୍ବେ ତାର ମାତା-ପିତାଙ୍କ ଦେହାନ୍ତ ହୋଇ ସାରିଛି। ଫୋନକୁ ଯାଞ୍ଚ ଲାଗି ଫରେନ୍ସିକ୍ ଲ୍ୟାବକୁ ପଠାଇ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.