Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଉ କିଛି ଦିନ ପରେ ସାଜିଥାନ୍ତେ ବରଗଡ଼ ଧନୁଯାତ୍ରାର ବଳରାମ, ତା ଆଗରୁ ଦୁନିଆ ଛାଡ଼ି ଚାଲିଗଲେ ଶ୍ରେୟସ
  • ||
  • ଜାଡ଼ରେ ଥରୁଛି କନ୍ଧମାଳ: ଫୁଲବାଣୀରେ ୬.୬ ଡିଗ୍ରୀ, ଦାରିଙ୍ଗବାଡିରେ ୮.୫ ଡିଗ୍ରୀ ସେଲସିୟସ
  • ||
  • ମହିଳା ପ୍ରଦର୍ଶନକାରୀଙ୍କ ସ୍ତନ ଏବଂ ଗୁପ୍ତାଙ୍ଗକୁ ଗୁଳି କରୁଛନ୍ତି ଇରାନୀ ସେନା, ଖୁଲାସା କଲେ ଡାକ୍ତର
  • ||
  • ସିନ୍ଧେକେଲା ଥାନା ଆଇଆଇସି ଗିରଫ, ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ
  • ||
  • ଧର୍ମଗଡ: ଭାରସାମ୍ୟ ହରାଇ ଗଛରେ ପିଟିଲା ମିନିଟ୍ରକ, ଦୁର୍ଘଟଣାରେ ଜଣେ ମୃତ
  • ||
  • ଜାଡ଼ରେ ଥରୁଛି ରାଜ୍ୟ, କୋରାପୁଟରେ ତଳକୁ ଖସିଲା ପାରଦ
  • ||
  • ମୋହନା: ଗୋଷ୍ଠୀ କେନ୍ଦ୍ର ପଛପଟେ ପଡ଼ିଛି କୁଢ଼ କୁଢ଼ ଔଷଧ, ବୈଧତା ଥାଇ ବି ଫୋପାଡିଦେଲେ
  • ||
  • ପାଟଣା ରେଞ୍ଜରେ ଘୁରି ବୁଲୁଛନ୍ତି ହାତୀପଲ, ଧାନ ଫସଲ ନଷ୍ଟ ସହ ଖାଇଗଲେ ଶହ ଶହ ଧାନ ବିଡା
  • ||
  • ନିଶ୍ଚିତକୋଇଲି: ବିଳମ୍ବିତ ରାତିରେ ମାତିଲେ ଡକାୟତ, ଚୋରି କରିବାକୁ ଆସି ନେଇଗଲେ ଜୀବନ
  • ||

ନିର୍ବନ୍ଧ ପାଇଁ ମୁଦି ବାହାର କଲେ ଯୁବତୀ: ଭାବି ସ୍ତ୍ରୀକୁ ଦେଖି ଘର ଲୋକଙ୍କୁ ଧରି ଚାଲିଗଲେ ଯୁବକ, ଥାନାରେ ପହଞ୍ଚିଲା ମାମଲା

27/08/2021 at 7:46 PM

ପାଟନା ୨୭/୦୮ : ବିହାର ପାଟନାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଘରଲୋକ ଝିଅକୁ ବାହାଦେବ ପାଇଁ ଜଣେ ସରକାରୀ ଚାକିରିଆ ଯୁବକ ପସନ୍ଦ କରିଥିଲେ। ଉଭୟ ପକ୍ଷରୁ ବାହାଘର କଥାବାର୍ତ୍ତା ହେଲା। ବାହାଘର ପକ୍କା କରିବାକୁ ଉଭୟ ପକ୍ଷରୁ ନିର୍ବନ୍ଧ କାର୍ଯ୍ୟକ୍ରମ ଆୟୋଜନ କରାଗଲା। ନିର୍ବନ୍ଧ କାର୍ଯ୍ୟକ୍ରମ ସମୟରେ ଉଭୟ ପକ୍ଷର ଅତିଥି ଓ ସମ୍ପର୍କୀୟ ଯୋଗ ଦେଲେ। ନିର୍ବନ୍ଧ କାର୍ଯ୍ୟକ୍ରମ ଆରମ୍ଭ ହେଲା। ପ୍ରଥମେ ଯୁବତୀଙ୍କୁ ଯୁବକଙ୍କୁ ମୁଦି ପିନ୍ଧାଇବାକୁ କୁହାଗଲା।

ଯୁବତୀ ଯେମିତି ମୁଦି ବାହାର କଲେ ଯୁବକ ନିଜ ଭାବି ସ୍ତ୍ରୀଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଯୁବକ ତରତର ହୋଇ ନିଜ ପରିବାର ଲୋକଙ୍କୁ ଧରୁ ସେଠାରୁ ଯିବାକୁ ବାହାରିଲେ। ଯୁବକଙ୍କୁ ଯେତେବେଳେ ଏ ସମ୍ପର୍କରେ ପଚରାଗଲା ସେ ଚକିତ କଲାଭଳି ଜବାବ ଦେଇଥିଲେ। ନିର୍ବନ୍ଧ ସମାରୋହରୁ ଯୁବକ ଫେରାର ହୋଇଯିବାରୁ ଯୁବତୀ ପକ୍ଷ ମଧ୍ୟ ତାଙ୍କ ପଛେ ପଛେ ଯାଇଥିଲେ। କିଛି ଦୂର ଯିବା ପରେ ଯୁବତୀ ଘରଲୋକ ଯୁବକ ଘର ଲୋକଙ୍କୁ ପାଇଥିଲେ। ସେଠାରେ ମଧ୍ୟ ଅନେକ ଡ୍ରାମା ହେଲା। ଡ୍ରାମା ପରେ ଉଭୟ ପକ୍ଷରୁ ସମ୍ପର୍କ ଭାଙ୍ଗି ଦିଆଗଲା।

ମାମଲା ପାଟନା ଜିଲ୍ଲା ବହାଦୁର ପଞ୍ଚାୟତର। ଯୁବତୀଙ୍କ ବାହାଘର ଅଲାବଲପୁର ଗାଁର ଜଣେ ସରକାରୀ ଚାକିରିଆଙ୍କ ସହ ଧାର୍ଯ୍ୟ ହୋଇଥିଲା। ନିର୍ବନ୍ଧ ପୂର୍ବରୁ ଯୁବକ ଯୁବତୀ ପରସ୍ପରକୁ ଦେଖିନଥିଲେ। ନିର୍ବନ୍ଧ ସମୟରେ ଯୁବକ ପ୍ରଥମଥର ପାଇଁ ଯୁବତୀଙ୍କୁ ଦେଖିଥିଲେ ଓ ଯୁବତୀ ତାଙ୍କର ପସନ୍ଦ ନୁହେଁ ବୋଲି ସେ ସେଠାରୁ ଚାଲି ଆସିଥିଲେ।

କିନ୍ତୁ ମାମଲା ଏଇଠି ସମାଧାନ ହୋଇନଥିଲା। ମାମଲା ଥାନାରେ ଯାଇ ପହଞ୍ଚିଲା। ଯୁବକ ପକ୍ଷଙ୍କୁ ବାଢ ଥାନାକୁ ଡକାଗଲା। ଥାନାରେ ଥିବା ପୋଲିସ ଅଧିକାରୀ ଉଭୟ ପକ୍ଷରେ କଥା ଶୁଣିଲେ। କିନ୍ତୁ ଯୁବତୀ ନିଜେ ବାହାହେବାକୁ ମନା କରିଦେଲେ। ଯୁବତୀ ନିର୍ବନ୍ଧ ସମାରୋହରେ ଖର୍ଚ୍ଚ ହୋଇଥିବା ରାଶି ଫେରାଇବାକୁ ଦାବି କଲେ। ପରେ ସମାଧାନ ହେବାପରେ ଯୁବକ ଘର ପକ୍ଷରୁ ୫୦ ହଜାର ଟଙ୍କା ଦିଆଯାଇଥିଲା। ତାପରେ ଯାଇ ମାମଲା ଶାନ୍ତ ପଡିଥିଲା।

   Related Posts