ବୟସ ମାତ୍ର ୧୬, ବୁକ୍ କଲେ ପୂରା ପ୍ଲେନ୍, କାରଣ ଜାଣିଲେ ହୋଇଯିବେ ତାଜୁବ୍
30/07/2023 at 3:35 PM

ନୂଆଦିଲ୍ଲୀ ୩୦।୦୭ : ଦୁନିଆରେ ଧନୀ ଲୋକଙ୍କର କୌଣସି ଅଭାବ ନାହିଁ । କିଛି ଲୋକଙ୍କର ସମ୍ପତ୍ତି ନଜରକୁ ଆସୁଥିବା ବେଳେ ଆଉ କିଛି ଲୋକ କୋଟିକୋଟି ସମ୍ପତ୍ତିର ମାଲିକ ହୋଇଥିଲେ ବି ଜଣାପଡନ୍ତିନି । ଧନୀ ଲୋକମାନେ ପ୍ରାୟତଃ ବୁଲିବାକୁ ଯାଆନ୍ତି । କେହି କେହି ସେମାନଙ୍କର ପର୍ସନାଲ୍ ପ୍ଲେନ୍ରେ ଯାଆନ୍ତି ତ ଆଉ କେତେକ କମର୍ସିଆଲ୍ ଫ୍ଲାଇଟ୍ରେ ଯାତ୍ରା କରନ୍ତି । କିନ୍ତୁ ଆଜିକାଲି ଜଣେ ଯୁବକ ଚର୍ଚ୍ଚାରେ ରହିଛନ୍ତି, ଯିଏ ପୁରା ଫ୍ଲାଇଟ୍ ହିଁ ବୁକ୍ କରିଛନ୍ତି । ସବୁଠାରୁ ବଡ କଥା ହେଉଛି ଯୁବକଙ୍କର ବୟସ ହେଉଛି ମାତ୍ର ୧୬ ବର୍ଷ । ଏବେ ଆପଣଙ୍କ ମନକୁ ନିଶ୍ଚୟ ପ୍ରଶ୍ନ ଆସୁଥିବ କି ପୂରା ପ୍ଲେନ୍ କାହିଁକି ବୁକ୍ କଲେ ଯୁବକ । ଏହାର କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।

କୁହାଯାଏ ବନ୍ଧୁତାରେ ଧନୀ-ଗରୀବ ଦେଖାଯାଏନି । ସାଙ୍ଗମାନେ ପରସ୍ପର ପାଇଁ କିଛିବି କରିବାକୁ ପ୍ରସ୍ତୁତ ରହିଥାନ୍ତି । ଆମେରିକାରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ନିଜ ସାଙ୍ଗମାନଙ୍କ ସହ ହ୍ୟାଙ୍ଗ୍ କରିବାକୁ ପୁରା ପ୍ଲେନ୍ ବୁକ୍ କରିଛନ୍ତି ୧୬ ବର୍ଷିୟ ଜଣେ ଯୁବକ । ସେ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟିକ୍ଟକ୍ରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ କହିଛନ୍ତି କି ତାଙ୍କ ସାଙ୍ଗମାନଙ୍କ ସହିତ ଅନ୍ୟ ଦେଶ ଅର୍ଥାତ୍ ବାହାମାସ୍ ବୁଲି୍ବାକୁ ପ୍ଲେନ୍ ବୁକ୍ କରିଛନ୍ତି । କେବଳ ଏତିକି ନୁହେଁ ସେ ‘ଆମେରିକାର ସବୁଠାରୁ ଧନୀ ପିଲା’ ବୋଲି ମଧ୍ୟ ଦାବି କରିଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ ଯୁବକଟିର ନାମ ଡୋନାଲ୍ଡ। ସେ ନିଜକୁ ୟୁଟ୍ୟୁବର୍ ବୋଲି କୁହନ୍ତି । ଇନଷ୍ଟାଗ୍ରାମରେ ସେ ମଧ୍ୟ ବହୁତ ଆକ୍ଟିଭ୍ । ସେ ସବୁବେଳେ ବିଭିନ୍ନ ଫଟୋ ଏବଂ ଭିଡିଓ ସେୟାର୍ କରନ୍ତି । ଯେଉଁଥିରେ ତାଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ଦେଖିବାକୁ ମିଳିଥାଏ । ଇନଷ୍ଟାଗ୍ରାମରେ ତାଙ୍କର ଅଢେଇ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି । ଖବର ଅନୁଯାୟୀ, ଟିକ୍ଟିକ୍ ଭିଡିଓ ସେୟାର କରିବା ମାତ୍ରେ ଅନେକ ଲୋକ ଡୋନାଲ୍ଡଙ୍କୁ ଟ୍ରୋଲ କରିଥିବାବେଳେ ଅନେକେ ନିଜେ ବିମାନ କିଣିବାକୁ ପରାମର୍ଶ ଦେଇଥିଲେ । ଜଣେ ୟୁଜର୍ସ ଲେଖିଛନ୍ତି ଯେ ଗୋଟିଏ ଦିନର ଯାତ୍ରା ପାଇଁ ଏତେ ଟଙ୍କା ଖର୍ଚ୍ଚ କରିବା ଠିକ୍ ନୁହେଁ । ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି ଯେ ଆପଣ ଏତେ ଟଙ୍କା କେଉଁଠୁ ପାଇଲେ ?
You Can Read: