ଗୌଡୁଣୀପୋଖରୀ ଗାଁରେ ଅଘଟଣ : ପୋଖରୀରେ ପଡି ଶିଶୁ ମୃତ

Published By : Prameya-News7 Bureau | November 30, 2023 IST

ଚାନ୍ଦବାଲି ୩୦।୧୧: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ମୌସୁଧା ପଂଚାୟତ ଅନ୍ତର୍ଗତ ଗୌଡୁଣୀ ପୋଖରୀ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା l ପରିବାର ଲୋକଙ୍କ ଅସାବଧାନତାରୁ ଜଣେ ଶିଶୁ ଘର ନିକଟରେ ଥିବା ଏକ ପୋଖରୀରେ ପଡି ଯାଇଥିଲା l ପରିବାର ଲୋକେ ଶିଶୁଟିକୁ ପୋଖରୀ ମଧ୍ୟରୁ ଉଦ୍ଧାର କରି ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଛନ୍ତି l ମୃତ ଶିଶୁ ଜଣକ ହେଉଛନ୍ତି ଗୌଡୁଣୀ ପୋଖରୀ ଗାଁର ପ୍ରକାଶ ମହାଳିକଙ୍କ ପୁତ୍ର ସାଇ ପ୍ରକାଶ ମହାଳିକ l ପୋଲିସ ଖବର ପାଇବା ପରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି l

wp:embed {"url":"https://www.prameyanews7.com/arcelormittal-nippon-steel-plant-to-be-set-up-in-kendrapara/","type":"wp-embed","providerNameSlug":"prameya-news-7"}
https://www.prameyanews7.com/arcelormittal-nippon-steel-plant-to-be-set-up-in-kendrapara/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.