ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବକ୍ସିଂ ଡେ’ ଟେଷ୍ଟ୍ : ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୧୯୫ରେ ଅଲଆଉଟ୍, ଭାରତ ୩୬/୧

26/12/2020 at 2:45 PM

ମେଲବର୍ଣ୍ଣ,୨୬/୧୨: ଭାରତ  ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନ ଶେଷ ସୁଦ୍ଧା ଭାରତ ଗୋଟିଏ ଓ୍ୱିକେଟ୍ ହରାଇ ୩୬ ରନ୍ କରିଛି । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ଭାରତୀୟ ବୋଲରଙ୍କ ମୁକାବିଲା କରିନପାରି ୧୯୫ରେ ଅଲଆଉଟ୍ ହୋଇଯାଇଥିଲା ।

ଦ୍ୱିତୀୟ ଟେଷ୍ଟରେ ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆକୁ ଆରମ୍ଭରୁ ଝଟକା ଲାଗିଥିଲା । ଦଳର ଓପନର ଜୋଏ ବର୍ଣ୍ଣସ୍ ବିନା କୌଣସି ରନରେ ପ୍ୟାଭିଲିୟନ ଫେରିଥିଲେ । ଏହାପରେ ମାଥ୍ୟୁ ଓ୍ୱାଡେ ୩୦ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ସେହିପରି ଷ୍ଟିଭ୍ ସ୍ମିଥ୍ ୦, ଟ୍ରାଭିସ୍ ହେଡ୍ ୩୮, କ୍ୟାମେରନ୍ ଗ୍ରୀନ୍ ୧୨ ଓ ଟିମ୍ ପେନ୍ ୧୩ ରନ୍ କରି ଆଉଟ୍ ହୋଇଥିଲେ । ଚା ବିରତି ବେଳକୁ ଅଷ୍ଟ୍ରେଲିଆ ୫ଟି ଓ୍ୱିକେଟ ହରାଇ ସଙ୍କଟରେ ପଡିଥିଲା । ସେହିପରି ମିଚେଲ୍ ଷ୍ଟାର୍କ ୭, ନାଥାନ ଲାୟନ ୨୦ କରି ଆଉଟ୍ ହୋଇଥିଲେ ।

ଭାରତୀୟ ବୋଲରଙ୍କ ସାମ୍ନା କରିବାରେ ଅଷ୍ଟ୍ରେଲିଆ ଟିମ୍ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲା । ଭାରତ ପକ୍ଷରୁ ଜସପ୍ରିତ ବୁମରାହ ୪ ଓ୍ୱିକେଟ୍ ନେଇଥିବା ବେଳେ ଆର ଅଶ୍ୱିନ ତିନୋଟି, ମହମ୍ମଦ ସିରାଜ ୨ଟି ଓ ରବିନ୍ଦ୍ର ଜାଡେଜା ଗୋଟିଏ ଶିକାର କରିଥିଲେ ।

ସେହିପରି ଭାରତ ପ୍ରଥମ ଇନିଂସ ଆରମ୍ଭରେ ବିନା କୌଣସି ରନରେ ଗୋଟିଏ ଓ୍ୱିକେଟ୍ ହରାଇଥିଲା । ମୟଙ୍କ ଅଗ୍ରଓ୍ୱାଲ ୦ ରନ୍ କରି ମିଚେଲ ଷ୍ଟାର୍କଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ଏହାପରେ କ୍ରିଜରେ ଶୁଭମନ ଗିଲ୍ ଓ ଚେତଶ୍ୱର ପୂଜାରା ବ୍ୟାଟିଂ କରୁଛନ୍ତି ।   ଗିଲ୍ ୨୮ ରନ୍ କରିଥିବା ବେଳେ ପୂଜାରା ୭ ରନରେ ବ୍ୟାଟିଂ କରୁଛନ୍ତି । ଦଳର ସ୍କୋର ଏବେ ଗୋଟିଏ ଓ୍ୱିକେଟ୍ ବିନିମୟରେ ୩୬ ରହିଛି । ରବିବାର ପୁଣି ମ୍ୟାଚର ଦ୍ୱିତୀୟ ଦିବସ ଖେଳ ଆରମ୍ଭ ହେବ ।

   Related Posts