previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିହାରରେ ବିଜେପିଠୁ ଅଲଗା ହେବ ଜେଡିୟୁ ! ଗୋଟିଏ-ଦୁଇ ଦିନରେ ହୋଇପାରେ ଘୋଷଣା
  • ||
  • ଝାରସୁଗୁଡା ଉପକାରାଗାରରେ ଅଘଟଣ, ଗଳାକାଟି କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଜଙ୍ଗଲର ରାଜାକୁ ପାଳିବା ପାଇଁ ଟଙ୍କା ନାହିଁ : ଚିଡିଆଖାନାର ସିଂହକୁ ବିକ୍ରି କରିଦେବ ପାକିସ୍ତାନ
  • ||

ବକ୍ସିଂ ଷ୍ଟାର ମୁଷା ୟମକଙ୍କ ହୃଦଘାତରେ ମୃତ୍ୟୁ, ମ୍ୟାଚ୍‌ରେ ହୋଇଯାଇଥିଲେ ଅଚେତ୍

19/05/2022 at 4:39 PM

ନ୍ୟୁୟର୍କ ୧୯।୫: ବକ୍ସିଂ ଷ୍ଟାର ମୁଷା ୟମକଙ୍କ ମୃତ୍ୟୁ ହୋଇଯାଇଛି। କୁହାଯାଉଛି ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ବୟସ ୩୮ ବର୍ଷ ନ୍ୟୁୟର୍କରେ ୟୁଗାଣ୍ଡା ବକ୍ସର ହମଜା ଭଣ୍ଡେରାଙ୍କ ସହ ତାଙ୍କର ମ୍ୟାଚ୍ ଚାଲୁଥିବା ବେଳେ ଏହି ଅଘଟଣ ଘଟିଛି। ମ୍ୟାଚ୍ ଚାଲୁଥିବା ବେଳେ ଅଚାନକ ମୁଷା ବେହୋଶ ହୋଇଯାଇଥିଲେ। ତାଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ପ୍ରଥମିକ ଉପଚାର କରାଯାଇଥିଲା। ତେବେ କିଛି ସମୟ ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ମୁଷାଙ୍କ ଏପରି ମୃତ୍ୟୁ ନେଇ ତାଙ୍କ ତୁର୍କିସ୍ଥିତ ଅଫିସିଆଲ ଟ୍ୱିଟରରୁ ଟ୍ୱିଟ୍‌ କରାଯାଇଛି। ଏଥିରେ ମୁଷା ଅସ୍କାନ ଅହମ୍ମଦ ଆଉ ଅମ ଗହଣରେ ନଥିବା ଉଲ୍ଲେଖ ରହିଛି। ମୁଷା ଏସିୟାନ ଓ ଇୟୁରୋପିୟନ ଚାମ୍ପିୟନସିପ୍ ନିଜ ନାମରେ କରିସାରିଛନ୍ତି। ଏଥିରେ ହୃଦଘାତ ଯୋଗୁ ତାଙ୍କର ବିୟୋଗ ହୋଇଥିବା କୁହାଯାଇଛି। ଶନିବାର ନ୍ୟୁୟର୍କରେ ଅନୁଷ୍ଠିତ ମ୍ୟାଚ୍‌ର ତୃତୀୟ ରାଉଣ୍ଡରେ ଅଚାନକ ମୁଷା ବେହୋସ ହୋଇ ତଳେ ପଡିଯାଇଥିଲେ।

ମୁଷାଙ୍କ ଏପରି ମୃତ୍ୟୁରେ ତାଙ୍କ ପରିବାର ଲୋକେ ଓ ଫ୍ୟାନସ୍‌ ଙ୍କ ମଧ୍ୟରେ ଉତ୍ତେଜନା ଦେଖା ଯାଇଛି। ଏଣୁ ମ୍ୟୁନିକ ପୋଲିସ ମୁଷାଙ୍କ ଘର ଆଖପାଖ ଅଞ୍ଚଳରେ ପାଟ୍ରୋଲିଂ କଡାକଡି କରିଛି। ଉଲ୍ଲେଖ ଯୋଗ୍ୟ ଯେ ମୁଷା ତାଙ୍କ ବକ୍ସିଂ କ୍ୟାରିୟରରେ କେବେବି ନକ ଆଉଟ୍ ମୁକାବିଲା ହାରି ନାହାନ୍ତି। ଏଣୁ ତାଙ୍କର ନକ୍ ଆଉଟ୍ ମ୍ୟାଚରେ ରେକର୍ଡ ୮-୦ ରହିଛି। ମୁଷା ତୁର୍କିରେ ଜନ୍ମ ହୋଇଥିଲେ। ୨୦୧୭ରେ ସେ ପେଷାଦାର ବକ୍ସର ହୋଇଥିଲେ। ତେବେ ୨୦୨୧ ଅନ୍ତର୍ଜାତୀୟ ଚାମ୍ପିୟନ ହେବା ପରେ ତାଙ୍କୁ ଦୁନିଆ ଚିହ୍ନିଥିଲା।    

   Related Posts