ବକ୍ସଅଫିସ୍ର ବାଦଶାହ ହେଲେ ଶାହାରୁଖ, ପ୍ରଥନ ଦିନରେ ପାର୍ କଲା ୧୦୦ କୋଟି
27/01/2023 at 10:11 AM

ମୁମ୍ଵାଇ ୨୭।୦୧: ଶାହାରୁଖ ଖାନଙ୍କ ‘ପଠାନ’ ବକ୍ସ ଅଫିସରେ ଧମାଲ କରିଛି। ଏହି ଚଳଚ୍ଚିତ୍ର ଦୁଇଦିନରେ ରେକର୍ଡ ଭାଙ୍ଗିଛି । ସବୁ ଫ୍ୟାନ୍ସ ଫିଲ୍ମ ଉପରେ ପ୍ରେମ ବର୍ଷା କରୁଛନ୍ତି। କ୍ରମାଗତ ଆକଳନରୁ ଅନୁମାନ କରାଯାଇପାରେ ଯେ ଶାହରୁଖ ଖାନଙ୍କ ଏହି ଚଳଚ୍ଚିତ୍ରରେ ପ୍ରଶଂସକମାନଙ୍କ ହୃଦୟ ଜିତିଛି। ପଠାନଙ୍କ ପ୍ରଥମ ଦିନ ୱାର୍ଲଡ୍ ୱାଇଡ କଲେକସନରେ ଆସିଛି। ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୧୦୦ କୋଟିରୁ ଅଧିକ ଆୟ କରିଛି। ଏହିପରି ଶାହରୁଖ ଖାନ ଦର୍ଶାଇଛନ୍ତି ଯେ ସେ ବକ୍ସ ଅଫିସରେ କିଙ୍ଗ ହୋଇଛନ୍ତି।
ପଠାନ ଫିଲ୍ମର ଅନେକ ସୋ ମଲ୍ଟିପ୍ଲେକ୍ସରେ ଚାଲିଛି । ବୁଧବାର ଦିନ ପଠାନ ତାମିଲ, ତେଲୁଗୁ ଏବଂ ହିନ୍ଦୀରେ ବ୍ୟତୀତ ଅନେକ ଫିଲ୍ମ ଭାଷରେ ରିଲିଜ୍ ହୋଇଥିଲା । ଚଳଚ୍ଚିତ୍ର ସାରା ବିଶ୍ୱରେ ୮ ହଜାର ଏବଂ ଭାରତରେ ୬ ସ୍କ୍ରିନରେ ଏବଂ ବିଦେଶରେ ୨୫୦୦ ସ୍କ୍ରିନରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରଟି ଆଦିତ୍ୟ ଚୋପ୍ରାଙ୍କ ଦ୍ୱାରା ନିର୍ମିତ ହୋଇଥିବାବେଳେ ଫିଲ୍ମର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଅଛନ୍ତି।
ଚଳଚ୍ଚିତ୍ର ବାଣିଜ୍ୟ ବିଶେଷଜ୍ଞ ରମେଶ ବାଲା ଶାହାରୁଖ ଖାନଙ୍କ ପଠାନ ସଂଗ୍ରହ ବିଷୟରେ ଟ୍ୱିଟ କରିଛନ୍ତି। ସେ ଲେଖିଛନ୍ତି ଯେ ପଠାନ ସାରା ବିଶ୍ୱରେ ୧୦୦ କୋଟିରୁ ଅଧିକ ଟଙ୍କା କଲେକସନ କରିଛି। ୟୁଏଇ ଏବଂ ସିଙ୍ଗାପୁରରେ ଏହି ଫିଲ୍ମ ଏକ ନମ୍ବରରେ ଚାଲିଛି। ତେଣୁ କୁହାଯାଉଛି ଯେ ଶାହାରୁଖ ଖାନ ପ୍ରଥମ ଦିନରେ ବକ୍ସ ଅଫିସରେ ୧୦୦ କୋଟି ଟଙ୍କାର ଅତିକ୍ରମ କରିଥିବା ପ୍ରଥମ ବଲିଉଡ ଅଭିନେତା ହୋଇଛନ୍ତି।