ପଞ୍ଚାୟତ କାର୍ଯ୍ୟାଳୟରୁ ବାକ୍ସ ଗାଏବ…
23/02/2020 at 9:21 PM

ଭଦ୍ରକ୨୩/୨: ଅଧିକାଂଶ ସମୟରେ ସରକାରୀ ଆବାସ ଦୁର୍ନୀତି ହେଉଥିବା ଖବର ସାମ୍ନାକୁ ଆସୁଛି। କିଏ କିଏ ଟଙ୍କା ନେଇ ଆବାସ ବାଣ୍ଟୁଛନ୍ତି ତ ପୁଣି କିଏ ରାଜନୈତିକ ଆକ୍ରୋଶରେ ଶିକାର ହୋଇ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି।

ପଞ୍ଚାୟତ କାର୍ଯ୍ୟାଳୟରେ ପକ୍କା ଘର ଆବେଦନ ପାଇଁ ରହିଥିବା ବାକ୍ସ ଗାଏବ ।

ଯେଉଁଥିରେ ହିତାଧିକାରୀ ନିର୍ଦ୍ଧାରିତ ଫର୍ମ ସହ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିଥିଲେ ।

କିନ୍ତୁ ଆବେଦନର ଶେଷ ତାରିଖ ଦିନ ବାକ୍ସ ଗାଏବ ହୋଇଗଲା । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ଧଗାଁ ପଞ୍ଚାୟତରେ । ଆବେଦନର ଶେଷ ଦିନରେ ହିତାଧିକାରୀ ଆସିଲା ବେଳକୁ ବାକ୍ସ ନଥିଲା । ଅଳିଆ ଗଡରେ ଫିଙ୍ଗା ଯାଇଛି । ବାକ୍ସ ମଧ୍ୟରେ କୌଣସି ଫର୍ମ ନାହିଁ ।

ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତେବେ ପଞ୍ଚାୟତ କାର୍ଯ୍ୟାଳୟ ଭିତରୁ ବାକ୍ସ ନେଇ କିଏ କାହିଁକି ବାହାରେ ଫିଙ୍ଗିଲା, କ’ଣ ତା ଉଦେଶ୍ୟ ତାକୁ ନେଇ ଉଠିଛି ପ୍ରଶ୍ନ ।